Search for:
  • Home/
  • ବାଣିଜ୍ୟ/
  • ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପଭିଙ୍କୁ ଉତ୍ସାହିତ କରିବା ପାଇଁ ଅଭିନବ ପ୍ରୟାସ

ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପଭିଙ୍କୁ ଉତ୍ସାହିତ କରିବା ପାଇଁ ଅଭିନବ ପ୍ରୟାସ

Spread the love

Loading

ଓଆସିସ୍ ଫର୍ଟିଲିଟି ପକ୍ଷରୁ ସମୁହ ବେବି ସାୱର କାର୍ଯ୍ୟକ୍ରମ ଆୟୋଜିତ
• ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପଭିଙ୍କୁ ଉତ୍ସାହିତ କରିବା ପାଇଁ ଅଭିନବ ପ୍ରୟାସ
ଭୁବନେଶ୍ୱର, ୧୦/୯/୨୦୨୩: ବିବାହର ଏକ ବର୍ଷ ପରେ ମଧ୍ୟ ଗର୍ଭଧାରଣରେ ଅକ୍ଷମତା ପରିଲକ୍ଷିତ ହେବା ବନ୍ଧ୍ୟାକରଣର ଲକ୍ଷଣ ହୋଇପାରେ । ବର୍ତ୍ତମାନ ୧୫ ପ୍ରତିଶତ ଭାରତୀୟ ଏହାର ଶିକାର ହେଉଛନ୍ତି । ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ମେଦବହୁଳତା, ହରମୋନ୍ ସମସ୍ୟା, ଦମ୍ପତ୍ତିଙ୍କ ଦ୍ଵାରା ବିଳମ୍ବ, ଧୂମ୍ରପାନ, ଅତ୍ୟଧିକ ମଦ୍ୟପାନ ଏବଂ ପରିବେଶର ପ୍ରଭାବ ଭାରତରେ ସନ୍ତାନହୀନତା ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି । ସନ୍ତାନହୀନତା ସମ୍ପର୍କରେ ସାମାଜିକ ମାନସିକତାରେ ଏପର୍ଯ୍ୟନ୍ତ ଅଧିକ ପରିବର୍ତ୍ତନ ଆସିନାହିଁ, ଯାହା ଦମ୍ପଭିଙ୍କ ପିତାମାତା ହେବାର ସ୍ଵପ୍ନକୁ ସାକାର କରିବା ପାଇଁ ପ୍ରଜନନ ଚିକିତ୍ସା ଆପଣାଇବାକୁ ବାରଣ କରିଥାଏ । ଏବେ ସମୟ ଆସିଛି, ପ୍ରତିବନ୍ଧକର ଶୃଙ୍ଖଳକୁ ଛିଡାଇ ଉନ୍ନତ ପ୍ରଜନନ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ସନ୍ତାନହୀନତା ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ ।ଭାରତର ଅନ୍ୟତମ ବିଶ୍ଵସନୀୟ ଫର୍ଟିଲିଟି ସେଣ୍ଟର ଓଆସିସ୍ ଫର୍ଟିଲିଟି, ଭୁବନେଶ୍ଵର, ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପଭିଙ୍କୁ ଉତ୍ସାହିତ କରିବା ପାଇଁ ଏକ ସମୁହ ବେବି ସାର କାର୍ଯ୍ୟକ୍ରମ ଆୟୋଜନ କରିଛି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ଓଆସିସ୍ ଫର୍ଟିଲିଟି, ଭୁବନେଶ୍ଵରର କ୍ଲିନିକାଲ ମୁଖ୍ୟ ଓ ଫର୍ଟିଲିଟି ସ୍ପେଶାଲିଷ୍ଟ ଡ. ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ‘ ମାତୃତ୍ଵ ଲାଭ କରିବାକୁ ଯାଉଥିବା ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଆମେ ଓଆସିସ୍ ଫର୍ଟିଲିଟିରେ ଦମ୍ପଭିମାନଙ୍କୁ ସେମନଙ୍କ ପିତାମାତା ହେବାର ସ୍ଵପ୍ନକୁ ସାକାର କରିବା ପାଇଁ ଉନ୍ନତ ପ୍ରଜନନ ଚିକିତ୍ସା ପ୍ରଦାନ କରୁଛୁ । ବୟସ ସହିତ ପ୍ରଜନନ କ୍ଷମତା ଧୂରେ ଧୂରେ ହ୍ରାସ ପାଇଥାଏ । ତେଣୁ ବିଳମ୍ବ ନ କରି ପ୍ରଜନନ ସହାୟତା ପାଇଁ ସଠିକ ସମୟରେ ଜଣେ ଫର୍ଟିଲିଟି ସ୍ପେଶାଲିଷ୍ଟଙ୍କ ସହ
ପରାମର୍ଶ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଦମ୍ପଭିମାନଙ୍କ ବୟସ, ପୂର୍ବ ଚିକିତ୍ସା ଏବଂ ଜୀବନଶୈଳୀ ଇତ୍ୟାଦିକୁ ଆଧାର କରି ଆମେ
ସେମାନଙ୍କୁ ବ୍ୟକ୍ତିଗତ ପ୍ରଜନନ ଚିକିତ୍ସା ପ୍ରଦାନ କରିଥାଉ, ଯାହା ସଫଳତା ହାରକୁ ବଢାଇବାରେ ସହାୟକ ହୋଇଥାଏ । ଆଷ୍ଟ୍ରୋଲାଇଫ୍ ହେଉଛି ଆମର ସ୍ଵତନ୍ତ୍ର ପୁରୁଷ ପ୍ରଜନନ କ୍ଲିନିକ, ଯାହା ମାଧ୍ୟମରେ ଆମେ ମାଇକ୍ରୋ ଟେସ୍ ପରି ଉନ୍ନତ ଶୁକ୍ରାଣୁ ପୁନରୁଦ୍ଧାର କୌଶଳ ବ୍ୟବହାର କରି କମ୍ ଶୁକ୍ରାଣୁ ଥିବା ପୁରୁଷମାନଙ୍କୁ ମଧ୍ୟ ପିତୃତ୍ବ ହାସଲ କରିବାରେ ସକ୍ଷମ କରିଥାଉ । ଏପରିକି କ୍ୟାନ୍ସର ରୋଗୀମାନେ ମଧ୍ୟ ପ୍ରଜନନ ସଂରକ୍ଷଣ କରି ଉନ୍ନତ କୌଶଳ ମାଧ୍ୟମରେ କ୍ୟାନ୍ସରର ଚିକିତ୍ସା ପୂର୍ବରୁ ନିଜର ପ୍ରଜନନ କ୍ଷମତାକୁ ସଂରକ୍ଷିତ ରଖି ପିତାମାତା
ହେବାର ସୌଭାଗ୍ୟ ପାଇପାରିବେ ।

Leave A Comment

All fields marked with an asterisk (*) are required