Search for:
  • Home/
  • ରାଜ୍ୟ/
  • ଜି-୨୦ ଶିଖର ସମ୍ମିଳନୀରେ ଓଡିଶାର ଅସ୍ମିତାକୁ ପ୍ରଧାନମନ୍ତ୍ରୀ ଅଗ୍ରାଧିକାର ଦେବା ପ୍ରସଙ୍ଗରେ

ଜି-୨୦ ଶିଖର ସମ୍ମିଳନୀରେ ଓଡିଶାର ଅସ୍ମିତାକୁ ପ୍ରଧାନମନ୍ତ୍ରୀ ଅଗ୍ରାଧିକାର ଦେବା ପ୍ରସଙ୍ଗରେ

Spread the love

Loading

ଜି-୨୦ ଶିଖର ସମ୍ମିଳନୀରେ ଓଡିଶାର ଅସ୍ମିତାକୁ ପ୍ରଧାନମନ୍ତ୍ରୀ ଅଗ୍ରାଧିକାର ଦେବା ପ୍ରସଙ୍ଗରେ

ନବୀନ ବାବୁ ଧନ୍ୟବାଦ ନେଇଜାଣିଛନ୍ତି, କିନ୍ତୁ ଦେଇଜାଣନ୍ତି ନାହିଁ
: ଜୟନାରାୟଣ ମିଶ୍ର

 ଜି-୨୦ ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ମୋଦିଜୀ ଆଗ୍ରାଧିକାର ଦେଇଥିଲେ ବି ନବୀନ ବାବୁ “ଧନ୍ୟବାଦ” ଦେଲେ ନାହିଁ
 ଓଡିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସୀ କାରୁକାର୍ଯ୍ୟ, ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢୀ ଆଦି ଜି-୨୦ ସମ୍ମିଳନୀରେ ସାମିଲ କରି ଓଡିଶାର ଗୈାରବକୁ ବିଶ୍ୱ ଦରବାରରେ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ
 ରାଷ୍ଟ୍ରପତିଙ୍କଠାରୁ ନିମନ୍ତ୍ରଣ ପାଇ ମୁଖ୍ୟମନ୍ତ୍ରୀ ନଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି
 ଯାହାର ଦକ୍ଷତା ଓ ଯୋଗ୍ୟତା ନଥାଏ, ତା’ର “ଇନ୍‌ଫେରିଅର୍ କମ୍ପେ୍ଲକ୍ସ୍‌” ଥାଏ

ଭୁବନେଶ୍ୱର, ତା.୧୦/୦୯: ଭାରତବର୍ଷର ଅଧ୍ୟକ୍ଷତାରେ ଆଜି ବିଶ୍ୱର ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କୁ ନେଇ ଗଠିତ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ବିଶ୍ୱ ନେତାମାନେ ଭାରତକୁ ଆସିଲେ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱ ନେତୃତ୍ୱଙ୍କୁ ସ୍ୱାଗତ କରିଲେ । ଏହି ଐତିହାସିକ ଜି-୨୦ ଶିଖର ସମ୍ମିଳନୀରେ ଓଡିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି, ଏହା ଆମ ସମସ୍ତଙ୍କ ପାଇଁ ଗୈାରବର କଥା । ପ୍ରଥମ ଦିନରେ ସମ୍ବଲପୁରୀ “ଡାଲଖାଇ ଗୀତ”ରେ ବିଶ୍ୱ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଓଡ଼ିଶାର କାଳଜୟୀ ଶିଳ୍ପକଳା କୋଣାର୍କ ସୂର୍ଯ୍ୟ ଚକ୍ରର ‘ଥିମ’ ସାମ୍ନାରେ ବିଶ୍ୱନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ । ଓଡିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସୀ କାରୁକାର୍ଯ୍ୟ, ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢୀ ଆଦି ଜି-୨୦ ସମ୍ମିଳନୀରେ ସାମିଲ କରାଯାଇ ଓଡିଶାର ଗୈାରବକୁ ବିଶ୍ୱ ଦରବାରରେ ସମ୍ମାନିତ କରାଗଲା । ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦେଶର ରାଷ୍ଟ୍ରପତି ତଥା ଓଡିଆ ଝିଅ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବାବେଳେ, ତାଙ୍କଠାରୁ ନିମନ୍ତ୍ରଣ ପାଇ ମଧ୍ୟ ଜି-୨୦ ଶିଖର ସମ୍ମିଳନୀର ରାତ୍ରି ଭୋଜନକୁ ଗଲେ ନାହିଁ, ଯାହାକି ଅତ୍ୟନ୍ତ ଦୁଃଖର ବିଷୟ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି ।
ରାଷ୍ଟ୍ରପତିଙ୍କଠାରୁ ନିମନ୍ତ୍ରଣ ପାଇ ମୁଖ୍ୟମନ୍ତ୍ରୀ ନଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ନିଜର ୨୩ ବର୍ଷ ଶାସନରେ ତାଙ୍କର ଉପଲବ୍ଧତା ବୋଲି କିଛି ନାହିଁ । ଓଡିଶାର ସ୍ଥିତି ଅତ୍ୟନ୍ତ ସଙ୍ଗୀନ । ଦାରିଦ୍ରତା, ନାରୀ ନିଯ୍ୟାତନା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା ଇତ୍ୟାଦିରେ ପଛୁଆ ଓଡିଶା । ମୁଣ୍ଡ ପିଛା ଆୟରେ ମଧ୍ୟ ଆମେ ତଳେ ପଡିଛୁ । ଏଭଳି ବୈଶ୍ୱିକ ମଂଚରେ ଉପଲବ୍ଧତାକୁ ନେଇ କିଏ କୈାଣସି ପ୍ରଶ୍ନ କଲେ, ତାଙ୍କ ପାଖରେ ଉତର ନାହିଁ । ଓଡିଶାକୁ ଯେଉଁ ଭଳି ଅବସ୍ଥାକୁ ନେଇ ଗଲେଣି, ସେଥିପାଇଁ ସେ ଯିବାକୁ ଭୟ କରିଛନ୍ତି । ଯାହାର ଦକ୍ଷତା ଓ ଯୋଗ୍ୟତା ନଥାଏ, ତାର “ଇନ୍‌ଫେରିଅର୍ କମ୍ପେ୍ଲକ୍ସ୍‌” ଥାଏ ଏବଂ ତାଙ୍କ ମନରେ ଏହା ସୃଷ୍ଟି ହୋଇଥିବାରୁ ସେ ବୋଧ ହୁଏ ଗଲେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଖରେ ସାମାନ୍ୟତମ ସୌଜନ୍ୟତା ବି ନାହିଁ । ନବୀନ ବାବୁ କେବଳ ଧନ୍ୟବାଦ ନେଇଜାଣିଛନ୍ତି, କିନ୍ତୁ ଦେଇଜାଣନ୍ତି ନାହିଁ । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସମ୍ମାନିତ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କୁ ଧନ୍ୟବାଦ ନଦେବା ଏକ ହୀନମାନସିକତାର ପରିଚୟ । ମହାମାରୀ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ଓଡିଶାକୁ ମାଗଣାରେ ଟୀକା ଯୋଗାଇ ଦେଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଥରୁଟିଏ ଧନ୍ୟବାଦ୍ ଜଣାଇନଥିଲେ । ଆଜି ଜି-୨୦ ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ମୋଦିଜୀ ଆଗ୍ରାଧିକାର ଦେଇଥିଲେ ବି ନବୀନ ବାବୁ ତାଙ୍କୁ “ଧନ୍ୟବାଦ” ନଦେବା ଓଡିଶାବାସୀଙ୍କୁ ବ୍ୟଥିତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

 

Leave A Comment

All fields marked with an asterisk (*) are required