Search for:
  • Home/
  • ରାଜ୍ୟ/
  • ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ।

ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ।

Spread the love

Loading

ବିଜେବି ସ୍ୱୟଂଶାସିତମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ (ୱାଲଡର଼୍
ସୋସାଇଟି ପ୍ରିଭେନସନ ଡେ) ଅବସରରେ ବିଜେବି ସ୍ୱୟଂଶାସିତ
ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଏବଂ ଯୁବ
ରେଡ଼କ୍ରସ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ‘ଜିନା ଇସ୍‌କା ନାମ୍‌ ହେ’ ପ୍ରଦର୍ଶିତ ହୋଇଯାଇଛି । ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଯୁବପିଢୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।
ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ବରଂ ଜୀବନକୁ ଜିତିବାର କୌଶଳ ହିଁ ସମସ୍ୟାର ସମାଧାନ କରିବାରେ ସହାୟକ ହୋଇଥାଏ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଜି.ଏମ୍‌ ଖାନ୍‌, ଉପାଧ୍ୟକ୍ଷା ଡଃ
ମଧୁବ୍ରତା ଶତପଥୀ, ମନୋବିଜ୍ଞାନର ମୁଖ୍ୟ ଡଃ ଝୁମ୍‌କି ରଥ, ଯୁବ ରେଡ଼କ୍ରସ କାଉନସେଲର ଡଃ ଲେଖା ଦାସ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାବୃନ୍ଦ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required