Search for:
  • Home/
  • ରାଜ୍ୟ/
  • ସମ୍ବଲପୁରରେ ବୁଲି ବୁଲି ପ୍ରଚାର କରିବ ଉଜ୍ୱଳl ଦିଦି ସଙ୍ଘ l

ସମ୍ବଲପୁରରେ ବୁଲି ବୁଲି ପ୍ରଚାର କରିବ ଉଜ୍ୱଳl ଦିଦି ସଙ୍ଘ l

Spread the love

Loading

ଛବର୍ଷ ଧରି ମାଗଣା ଖଟାଇ ଧୋକା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ସମ୍ବଲପୁରରେ ବୁଲି ବୁଲି ପ୍ରଚାର କରିବ ଉଜ୍ୱଳl ଦିଦି ସଙ୍ଘ l

ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ଓଡିଶା ଉଜ୍ୱଳl ଦିଦି ସଙ୍ଘ ତରଫରୁ ସାରା ରାଜ୍ୟରୁ 500 ଉଜ୍ୱଳl ଦିଦିମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଧୋକାବାଜୀ ବିରୁଦ୍ଧରେ ଏବଂ ନ୍ୟାୟ ପ୍ରାପ୍ତି ପାଇଁ ଆମରଣ ଅନଶନ ଓ ଧାରଣା ଦେଇଥିଲେ lକେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଗରିବ ଲୋକଙ୍କୁ ରିହାତିରେ ଜାଳେଣି ଗ୍ୟାସ ପ୍ରଦାନ ପାଇଁ ଉଜ୍ଜଳl ଯୋଜନା ଆରମ୍ଭ କରିଥିଲେ l 2019 ମସିହାରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିବା ବେଳେ ଏହି ଯୋଜନାର ପ୍ରଚାର ପ୍ରସାର ତଥା ସଠିକ ପରିଚାଳନା ପାଇଁ ପ୍ରତ୍ୟେକ ପଂଚାୟତରେ ଜଣେ ଓ ଦୁଇଜଣ ଉଜ୍ଜ୍ଵଳା ଦିଦି ମାନଙ୍କୁ ନିଯୁକ୍ତି ଦେଇଥିଲେ l ସେମାନଙ୍କୁ ପ୍ରତି ନୂଆ କନେକ୍ସନ ପାଇଁ 200 ଟଙ୍କା ଓ ଗ୍ୟାସ ରିଫିଲିଙ୍ଗ ପାଇଁ 20 ଟଙ୍କା ଦେବା ସହିତ ଆଗାମୀ ଦିନରେ ଅନ୍ୟ ସ୍କିମ ର ପରିଚାଳନା ଦାୟିତ୍ୱ ସହିତ ମାସିକ କିଛି ଦରମା ଦେବାକୁ କହିଥିଲେ l ଉଜ୍ଜାଲା ଦିଦି ମାନେ ପ୍ରତ୍ୟେକ ଦିନ ବୁଲି ବୁଲି ଯୋଜନା ସମ୍ପର୍କ ରେ ଲୋକଙ୍କୁ ବୁଝାଇବା ସହିତ ଲକ୍ଷ ଲକ୍ଷ କନେକ୍ସନ ମଧ୍ୟ କରାଇଲେ l ପାଞ୍ଚ ବର୍ଷ ବିନା ପାରିଶ୍ରମିକ ରେ କାର୍ଯ୍ୟ କଲେ l ଯୋଜନାର ସଫଳତlର ଶ୍ରେୟ ନେଇ ସେ ନିଜକୁ ଉଜ୍ଜ୍ଵଳା ମ୍ୟାନ ଭାବେ ପରିଚୟ କରାଇଦେଲେ ସତ କିନ୍ତୁ ରାଜ୍ୟରେ 10 ହାଜର ଉଜ୍ଜ୍ଵଳା ଦିଦିଙ୍କୁ ଆଜକୁ 5ବର୍ଷରୁ ଉର୍ଦ୍ଧ ସମୟ ଧରି କାଣି କଉଡ଼ି ଟିଏ ନଦେଇ ଠକି ଆସିଛନ୍ତି l ବିଭିନ୍ନ ସମୟରେ ବିଜେପି ର ରାଜନୈତିକ କାର୍ଯ୍ୟକ୍ରମ ଓ ଭୋଟ ପାଇଁ ବ୍ୟବହାର ମଧ୍ୟ କରିଛନ୍ତି l ଉଜ୍ଜଳl ଦିଦି ମାନେ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଭିନ୍ନ ସମୟରେ ଦାବୀ ଜଣାଇ କାକୁତି ମିନତୀ ହେବା ପରେ ମଧ୍ୟ ସେ ସଂଗଠନର କର୍ମକର୍ତ୍ତା ମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିଛନ୍ତି l ଏପରିକି ଦାବୀ ଜଣାଇବା ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ସଙ୍ଘର କର୍ମକର୍ତ୍ତା ଓ ଦିଦି ମାନେ ଯାଇଥିବା ବେଳେ ଭଡାଟିଆ ଗୁଣ୍ଡା ଲଗାଇ ସେମାନଙ୍କୁ ଧକା ଦେଇ ଗାଳିଗୁଲଜ କରି ବିଦା କରିଦେଇଛନ୍ତି l ବାଧ୍ୟ ହୋଇ ଏହି ଅତ୍ୟାଚାର ଓ ଦୀର୍ଘ ଦିନ ପ୍ରତାରିତ କରିଥିବା ଧୋକାବାଜ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଚିତ ଜବାବ ଦେବାକୁ କଠୋର ନିଷ୍ପତି ନେଇଛି ସଙ୍ଘ l ମାଷ୍ଟର କlଣ୍ଟିନ ଛକ ରେ ଆଜି 11 ଘ ସମୟରେ ସମଗ୍ର ରାଜ୍ୟର ଉଜ୍ଜ୍ଵଳା ଦିଦି ମାନେ ଆମରଣ ଅନସନ ଓ ଧାରଣା ଦେଇ ଥିଲେ l ଏଥି ସହିତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବଲପୁର ଯାଇ ଜୋରଦାର ବିରୋଧ କରିବେ l ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବୁଲି ବୁଲି ତାଙ୍କ ବିରୁଦ୍ଧରେ ପ୍ରଚାର କରିବେ l ତାଛଡା ଏଥର ନିର୍ବାଚନରେ ପ୍ରତି ପଂଚାୟତରେ ବୁଲି ବୁଲି ଉଜ୍ଜଳl ଦିଦିମାନେ ବିଜେପି ବିରୁଦ୍ଧରେ ପ୍ରଚାର କରିବେ ବୋଲି ସଭାପତି କାଦମ୍ବିନୀ ସ୍ୱାଇଁ କହିଛନ୍ତି l

Leave A Comment

All fields marked with an asterisk (*) are required