Search for:
  • Home/
  • ରାଜ୍ୟ/
  • ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ…

ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ…

Spread the love

Loading

ସ୍ବାଧୀନ ପ୍ରାର୍ଥୀ ଭାବେ ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ…

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ଘଟଗାଁ ମା’ ତାରିଣୀଙ୍କ ପୀଠରେ ଶ୍ରୀ ପଟ୍ଟନାୟକ ପୂଜାର୍ଚ୍ଚନା କରିଥିଲେ। ଏହାପରେ ହଜାର ହଜାର ସମର୍ଥକଙ୍କ ସହ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଛି। ଘସିପୁରା ଅଞ୍ଚଳର ଲୋକେ ଅତ୍ୟାଚାରିତ ହେଉଛନ୍ତି। ସେମାନଙ୍କୁ ଏହି ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଏଠାକାର ଲୋକେ ମୋତେ ଅନୁରୋଧ କରିଛନ୍ତି।

Leave A Comment

All fields marked with an asterisk (*) are required