Search for:
  • Home/
  • ଖେଳ/
  • ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସ୍ୱସ୍ତି ସିଂ ପାଇଲେ। ଅଜୟ ଦାସଙ୍କୁ କ୍ରୀଡ଼ା ସାମ୍ବାଦିକ ପୁରସ୍କାର।

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସ୍ୱସ୍ତି ସିଂ ପାଇଲେ। ଅଜୟ ଦାସଙ୍କୁ କ୍ରୀଡ଼ା ସାମ୍ବାଦିକ ପୁରସ୍କାର।

Spread the love

Loading

ଭୁବନେଶ୍ବର : ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ ସରକାର ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର-୨୦୨୩’ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇକେଲ ଚାଳିକା ସ୍ୱସ୍ତି ସିଂଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରିଛନ୍ତି ।
ଦୀପ ରଞ୍ଜନ ବିଷୋୟୀଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌, ସବିତା ଟପ୍ପୋଙ୍କୁ ଉଦୀୟମାନ କ୍ରୀଡ଼ାବିତ୍ ଓ ଆନନ୍ଦଚନ୍ଦ୍ର ନାୟକଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପ୍ରଦାନ କରିଛନ୍ତି । ପିଟର ତିର୍କୀ ଓ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି । ପ୍ରଦୀପ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ କୋଚ୍‌, ଶ୍ରେଷ୍ଠ ଟେକନିକାଲ ସପୋର୍ଟ ଷ୍ଟାଫ୍ ପାଇଁ ବିକେ ନାୟକ ଓ କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶା ପୁଲିସକୁ ପୁରସ୍କାର ମିଳିଛି । ଅଜୟ ଦାସଙ୍କୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ମିଳିଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦୁଇଜଣଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି । ଦିବଙ୍ଗତ ସରୋଜ ଦାସ ଓ ସୁଦର୍ଶନ ସ୍ୱାଇଁଙ୍କୁ ପୁରସ୍କାର ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କ ପରିବାର ସଦସ୍ୟ ପୁରସ୍କାର ଗ୍ରହଣ କରିଛନ୍ତି ।ସରୋଜ ଦାସଙ୍କ ପାଇଁ ତାଙ୍କ ପିତା ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଗ୍ରହଣ କରିଥିଲେ । ଲୋକସେବା ଭବନରେ ସଭାଗୃହରେ ଆୟୋଜିତ ସମାରୋହରେ ଯୋଗଦେଇ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କ ସ୍ୱାଗତ ଭାଷଣ ଦେଇଥିଲେ । ସେହିପରି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ ।

Leave A Comment

All fields marked with an asterisk (*) are required