Search for:
  • Home/
  • ରାଜ୍ୟ/
  • ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ

ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ

Spread the love

Loading

ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ

🌀 *ରାଷ୍ଟ୍ରପତିଙ୍କ ଗସ୍ତସୂଚୀ*

➡️ *– ଗାର୍ଡ ଅଫ୍ ଅନର ପରେ ୬ଟା ୨୦ରେ ରାଜଭବନ ଅଭିମୁଖେ ବାହାରିବେ*

➡️ *– ସଂଧ୍ୟା ସାଢେ ୬ଟାରେ ରାଜଭବନରେ ପହଂଚିବେ ମହାମହିମ*

➡️ *– ୭ଟାରେ ମେଡିକାଲ ଛାତ୍ରଙ୍କ ଦ୍ୱାରା ଆୟୋଜିତ ‘ଅତୁଟ ବନ୍ଧନ’ କାର୍ଯ୍ୟକ୍ରମରେ ଯୋଗଦେବେ*

➡️ *– ଛାତ୍ରଙ୍କ ସହ ଫଟୋ ସେସନ୍ ପରେ ‘ଅତୁଟ ବନ୍ଧନ’ ୱେସାଇଟ୍ ଉନ୍ମୋଚନ କରିବେ*

➡️ *– ସାଢେ ୭ଟାରେ ରାଜଭବନରେ ‘ଭିଭିଆଇପି ବ୍ଲକ’ର ଶିଳାନ୍ୟାସ କରିବେ*

➡️ *– ଏହା ପରେ ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି*

➡️ *– ଆସନ୍ତାକାଲି ସକାଳ ସାଢେ ୮ଟାରେ କଟକ ଅଭିମୁଖେ ବାହାରିବେ*

➡️ *– ୯ଟା ୨୦ ମିନିଟ୍ରେ ମା’ କଟକ ଚଣ୍ଡୀଙ୍କ ମନ୍ଦିରରେ ପହଂଚିବେ*

➡️ *– ୯ଟା ୩୦ରୁ ୯ଟା ୪୫ ଯାଏଁ ମା’ଙ୍କ ଦର୍ଶନ କରିବେ ରାଷ୍ଟ୍ରପତି*

➡️ *– ୧୦ଟା ୧୫ରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ପହଂଚିବେ ରାଷ୍ଟ୍ରପତି*

➡️ *– ୧୦ଟା ୪୫ ମିନିଟ୍ ସୁଦ୍ଧା ଜବାହାରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମ୍ ପହଂଚିବେ*

➡️ *– ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ*

➡️ *– ମଧ୍ୟାହ୍ନ ୧୨ଟାରେ ଇନ୍ଡୋର ଷ୍ଟାଡିୟମ୍ରୁ ବାହାରି ମ୍ୟୁଜିଅମ୍ ଅଫ୍ ଜଷ୍ଟିସ୍ ଯିବେ*

➡️ *– ମଧ୍ୟାହ୍ନ ୧୨ଟା ୩୫ରେ ହାଇକୋର୍ଟରେ ପହଂଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ*

➡️ *– ୩ଟା ୩ଟା ୪୫, ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କାର୍ଯ୍ୟକ୍ରମରେ ଯୋଗଦେବେ*

➡️ *– ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବେ*

➡️ *– ସଂଧ୍ୟା ୬ଟା ୩୦ ସୁଦ୍ଧା ରାଜଭବନରେ ପହଂଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି*

➡️ *– ଗୁରୁବାର ସକାଳ ୯ଟା ୧୫ରେ ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ*

➡️ – ୧୦ଟା ୩୫ରେ ତମାଣ୍ଡୋ ଦଶବାଟିଆରେ ବ୍ରହ୍ମକୁମାରୀ ସେଂଟରରେ ପହଂଚିବେ*

➡– ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇଲେ ମହାମହିମ । ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତାକାଲି କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦ୍ବୋଧନ ଦେବେ । ସେହିପରି ଗୁରୁବାର ଭୁବନେଶ୍ୱର ତମାଣ୍ଡୋରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।_

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । କମିସନରେଟ ପୋଲିସ ପକ୍ଷରୁ କାରକେଡ ରିହର୍ସସାଲ କରାଯାଇଛି । ବ୍ଲୁ-ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ରୁଟ୍ ଲାଇନ୍, କାରକେଡ, ଟ୍ରାଫିକ୍, ପାର୍କିଂ ବ୍ୟବସ୍ଥା ହୋଇଛି ।_

Leave A Comment

All fields marked with an asterisk (*) are required