Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ।

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ।

Spread the love

Loading

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ।

ଭୁବନେଶ୍ୱର: ୨୫.୦୭  ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ଆଜିକୁ ବର୍ଷେ ପୂରିଛି । ଆଉ ଏଭଳି ଦିନରେ ନିଜ ମାଟିରେ ପାଦ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତାକାଲି କଟକରେ ରାଷ୍ଟ୍ରପତିଙ୍କର ଏକାଧିକ କାର୍ଯ୍ୟକ୍ରମ ଥିବା ବେଳେ ୨୭ ତାରିଖରେ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଅଛି ।ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସଂଧ୍ୟା ୬ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ମୁରଲୀଧର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ରାଷ୍ଟ୍ରପତି ସିଧା ରାଜଭବନ ଅଭିମୁଖେ ବାହାରିଥିଲେ ।ବିମାନବନ୍ଦରରୁ ବାହାରିଲା ବେଳେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଥିବା ଆଦିବାସୀ ସାଂସ୍କୃତିକ ଦଳ ପାଖରେ ରାଷ୍ଟ୍ରପତି ହଠାତ୍ ଅଟକି ଯାଇଥିଲେ । ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ସେମାନଙ୍କ ପାଖକୁ ଯାଇଥିଲେ । ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା ପିଲାଙ୍କ ସହ ରାଷ୍ଟ୍ରପତି ହାତ ମିଳାଇ ଆଦର କରିଥିଲେ । ସଂଧ୍ୟା ୬ଟା ୨୫ ମିନିଟ୍ ରେ ରାଷ୍ଟ୍ରପତି ରାଜଭବନରେ ପହଞ୍ଚିଥିଲେ ।ରାଜଭବନରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି । ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ ।
ଆସନ୍ତାକାଲି ରାଷ୍ଟ୍ରପତିଙ୍କର କଟକରେ ଦିନ ତମାମ କାର୍ଯ୍ୟକ୍ରମ ଅଛି । ରାଷ୍ଟ୍ରପତି ସକାଳେ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେବେ । ପରେ ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେଇ ସଂଧ୍ୟାରେ ରାଷ୍ଟ୍ରପତି ରାଜଭବନ ଫେରି ଆସିବେ ।୨୭ ତାରିଖରେ ରାଷ୍ଟ୍ରପତି ତମାଣ୍ଡୋ ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ । ସେଦିନ ସଂଧ୍ୟାରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଇନସପେକ୍ଟର, ୧୨୦ ଏସଆଇ ଓ ଏଏସଆଇଙ୍କୁ ନିୟୋଜିତ କରାଯାଇଛି । ବିଭିନ୍ନ ଜାଗାରେ ସମୁଦାୟ ୩୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଏଥିସହ ୩ଟି କୁଇକ୍ ରେସପନ୍ସ ଟିମ୍, ଦୁଇଟି ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ଅଛନ୍ତି । ୧୬୦ ଟ୍ରାଫିକ୍ କର୍ମଚାରୀ ଏବଂ ୧୫୦ ହୋମଗାର୍ଡ, ଅଗ୍ନିଶମ କର୍ମଚାରୀ ମଧ୍ୟ ଦାୟିତ୍ୱରେ ଅଛନ୍ତି ।

 

Leave A Comment

All fields marked with an asterisk (*) are required