Search for:
  • Home/
  • Month: September 2023

ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି ।

ଭୁବନେଶ୍ବର : ଓଡ଼ିଶା ରାଜନୀତିର ଅନ୍ୟତମ ଜଣାଶୁଣା, ଟାଣୁଆ ତଥା ଅଣକଂଗ୍ରେସ ରାଜନୀତିର ଜଣେ ଆଗଧାଡ଼ିର ନେତା ତଥା ୭ ଥରର ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶନିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଶ୍ରୀ ପାତ୍ର, [...]

ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ : ଶରତ ପଟ୍ଟନାୟକ

ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ : ଶରତ ପଟ୍ଟନାୟକ ଭୁବନେଶ୍ୱର, ୦୨/୦୯ : ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅନାମ ନାୟକ ଅଧ୍ୟକ୍ଷତାରେ ଜନଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ମେଡ଼ିକାଲ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଏଆଇସିସି ପ୍ରଭାରୀ ଡଃ ଚେଲ୍ଲାକୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟର ବରିଷ୍ଠ ନେତୃବୃନ୍ଦ [...]

ବଜ୍ରାଘାତରେ ଦୁଇ ଜଣ ଯୁବକ ମୃତ; ତିନି ଗୁରୁତର

ବଜ୍ରାଘାତରେ ଦୁଇ ଜଣ ଯୁବକ ମୃତ; ତିନି ଗୁରୁତର ଭୁବନେଶ୍ୱର:ବାଣପୁର : ବାଣପୁର ଅଞ୍ଚଳରେ ଶନିବାର ଅପରାହ୍ନରେ ବଜ୍ରପତ ଘଟି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଦ୍ବୟଙ୍କ ମଧ୍ୟରୁ ଜଣେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଅରାଙ୍ଗ ଗ୍ରାମ ଭୋଇ ସାହିର ଗୋଲଖ ରଣସିଂହ ଙ୍କ ପୁଅ ରଞ୍ଜତ ରଣସିଂହ (୨୧) ଏବଂ ଦାମିଆ ବରବରା ପଞ୍ଚାୟତ [...]

ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି : ଅନିଲ ବିଶ୍ୱାଳ

ମୁଖ୍ୟମନ୍ତ୍ରୀଙ୍କର ସଚିବ କାର୍ତିକ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇବାକୁ ଯିବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି : ଅନିଲ ବିଶ୍ୱାଳ  ପାଣ୍ଡିଆନ ବାବୁ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇଥିଲେ  ୨୮ ଜୁନ ୨୦୨୩ ଦିନ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସରକାରୀ ହେଲିକ୍ୟାପ୍ଟରର [...]

କର୍ମଯୋଗୀ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ’

ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ‘କର୍ମଯୋଗୀ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ’ ଭୁବନେଶ୍ବର : ସେବା ମନୋବୃତ୍ତି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଅବସର ନଥାଏ। ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ତଥା ଅନୁଷ୍ଠାନ ପାଇଁ କିଛି କର୍ମ କରିବା ଦରକାର। କର୍ମଯୋଗୀଙ୍କ ପାଇଁ ଜୀବନର ଶେଷ ଯାଏଁ ଅବସର ନଥାଏ। ସେମାନେ ସେବା, ତ୍ୟାଗ [...]

ଟିଟିଲାଗଡ଼ ସଂଇତଳା ଠାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଟିଟିଲାଗଡ଼ ସଂଇତଳା ଠାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଭୁବନେଶ୍ୱର: ଆଜି ସଂଇତଳା ବ୍ଲକସ୍ଥିତ କଂଗ୍ରେସ ଭବନ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ [...]

କୃଷକ ବିଜୟ ସମାବେଶ ପାଳନ କରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି

କୃଷକ ବିଜୟ ସମାବେଶ ପାଳନ କରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀ ଜଗନ୍ନାଥ ଓ ଚାଷୀଙ୍କର ଜମି ତୁରନ୍ତ ଫେରସ୍ତ କରନ୍ତୁ ସରକାର ଭୁବନେଶ୍ୱର – ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଥିଲେ ଯେ ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ [...]

ମୋ ଦଳ’ର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱରରେ ‘ମୋ ଦଳ’ର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ ଭୁବନେଶ୍ୱର : ରାଜ୍ୟରେ ନୂଆକରି ଗତିଶୀଳ ହେଉଥିବା ରାଜନୈତିକ ଦଳ ‘ମୋ ଦଳ’ର ରାଜ୍ୟ କାର୍ଯ୍ୟାଳୟ ଶୁକ୍ରବାର ଭୁବନେଶ୍ୱର ୟୁନିଟ୍‌-୯ସ୍ଥିତ ପ୍ଲଟ ନଂ-୩୦୭/୫୬୪ରେ ଉଦ୍‌ଘାଟିତ ହୋଇଯାଇଛି । ଦଳର ସଭାପତି ନିତ୍ୟସୁନ୍ଦର ଦାସ ଓ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଶହ ଶହ କର୍ମର୍ୀଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ପରେ କର୍ମୀମାନଙ୍କ ସହ ଏକ ବୈଠକକୁ [...]

ବଜ୍ରାଘାତରେ ଗୁରୁତର ଆହତ

ବଜ୍ରାଘାତରେ ଗୁରୁତର ଆହତ ମହିଳାଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ସୂଚନା ଭୁବନେଶ୍ୱର:ବୌଦ୍ଧ ବ୍ଲକ୍ ରାଉତବାହାଲ ଗ୍ରାମରେ ଆଜି ଅପରାନ୍ହ ୧.୩୦ ମିନିଟ ସମୟରେ ଧାନ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୁରୁତର ମହିଳାଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କନ୍ଦର୍ପ ପୋଢଙ୍କ ପତ୍ନୀ ପାନେସ୍ବରୀ ପୋଢ ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା | [...]

ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ

ଜନ ଆନ୍ଦୋଳନର ନେତା ତଥା ଗ୍ରୀନ ନୋବେଲ ବିଜେତା  ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ତଦନ୍ତ ଦାବୀରେ ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ ଭୁବନେଶ୍ୱର  : ରାୟଗଡା ସହରରେ ଜନ ଆନ୍ଦୋଳନର ନେତା ତଥା ଗ୍ରୀନ ନୋବେଲ ବିଜେତା ଶ୍ରୀ ପ୍ରଫୁଲ୍ଲ ସାମନ୍ତରାଙ୍କ ଅପହରଣ ଘଟଣାକୁ ଓଡ଼ିଶା ତଥା ଦେଶର ବିଭିନ୍ନ ସାମାଜିକ କର୍ମୀ, ମାନବାଧିକାର କର୍ମୀ, ସର୍ବୋଦୟ କର୍ମୀ, ଗାନ୍ଧୀବାଦୀ ନେତୃବୃନ୍ଦ ସମାଲୋଚନା କରିବା ସହ [...]