Search for:

ବଜ୍ରାଘାତରେ ଗୁରୁତର ଆହତ

Spread the love

Loading

ବଜ୍ରାଘାତରେ ଗୁରୁତର ଆହତ ମହିଳାଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ସୂଚନା

ଭୁବନେଶ୍ୱର:ବୌଦ୍ଧ ବ୍ଲକ୍ ରାଉତବାହାଲ ଗ୍ରାମରେ ଆଜି ଅପରାନ୍ହ ୧.୩୦ ମିନିଟ ସମୟରେ ଧାନ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୁରୁତର ମହିଳାଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କନ୍ଦର୍ପ ପୋଢଙ୍କ ପତ୍ନୀ
ପାନେସ୍ବରୀ ପୋଢ ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା | ଫଳରେ ସେ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା l ଚିକିତ୍ସlଧୀନ ଅବସ୍ଥାରେ ଆଜି ଅପରାନ୍ହ ୩.୩୦ ମିନିଟ ସମୟରେ ତାଙ୍କର ମ୍ରୁତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି l

Leave A Comment

All fields marked with an asterisk (*) are required