Search for:
  • Home/
  • ଜିଲ୍ଲା/
  • ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ

ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ

Spread the love

Loading

ଜନ ଆନ୍ଦୋଳନର ନେତା ତଥା ଗ୍ରୀନ ନୋବେଲ ବିଜେତା  ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ତଦନ୍ତ ଦାବୀରେ

ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ନାଗରିକ ପ୍ରତିବାଦ

ଭୁବନେଶ୍ୱର  : ରାୟଗଡା ସହରରେ ଜନ ଆନ୍ଦୋଳନର ନେତା ତଥା ଗ୍ରୀନ ନୋବେଲ ବିଜେତା ଶ୍ରୀ ପ୍ରଫୁଲ୍ଲ ସାମନ୍ତରାଙ୍କ
ଅପହରଣ ଘଟଣାକୁ ଓଡ଼ିଶା ତଥା ଦେଶର ବିଭିନ୍ନ ସାମାଜିକ କର୍ମୀ, ମାନବାଧିକାର କର୍ମୀ, ସର୍ବୋଦୟ କର୍ମୀ, ଗାନ୍ଧୀବାଦୀ
ନେତୃବୃନ୍ଦ ସମାଲୋଚନା କରିବା ସହ ପ୍ରତିବାଦ ପ୍ରଦର୍ଶନ କରି ରାଜ୍ୟ ସରକାର ତୁରନ୍ତ ଅପହରଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ
କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଖଣିଲୁଟ ବିରୁଦ୍ଧରେ ଲଢେଇ କରୁଥିବା ସଂଗ୍ରାମୀମାନଙ୍କୁ ଜେଲରୁ ନିଃସର୍ତ୍ତ ଖଲାସ କରିବାକୁଦାବୀ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତରାଙ୍କୁ ଅପହରଣ ଘଟଣାର ତଦନ୍ତ ଦାବୀରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଉତ୍କଳସର୍ବୋଦୟ ମଣ୍ଡଳ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଲୋହିଆ ଏକାଡେମୀ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ନାଗରିକ ପ୍ରତିବାଦ କରାଯାଇଛି। ସାଧା ପୋଷାକଧାରୀ ପୋଲିସ ରାୟଗଡା ହୋଟେଲ କୋଠରୀରୁ ଫିଲ୍ମଷ୍ଟାଇଲରେ ଅପହରଣ କରିବା ଅସାମ୍ବିଧାନିକ ଏବଂ ଅଗଣତାନ୍ତ୍ରିକ କାର୍ଯ୍ୟ ବୋଲି ପ୍ରତିବାଦକାରୀମାନେ ଅଭିଯୋଗ କରିଥିଲେ।ବିଭିନ୍ନ ଜନ ଆନ୍ଦୋଳନରେ ମିଥ୍ୟା ମକଦ୍ଦମାରେ ଗିରଫ ହୋଇ ରାୟଗଡ଼ା ଜେଲରେ ଥିବା ଆନ୍ଦୋଳନର ସାଥୀମାନଙ୍କୁ ଭେଟିବାପାଇଁ ଶ୍ରୀ ସାମନ୍ତରା ରାୟଗଡ଼ା ଯାଇଥିଲେ। ସେମାନଙ୍କ ମକଦ୍ଦମା ସଂପର୍କରେ ସେ ସ୍ଥାନୀୟ ଆଇନଜୀବୀମାନଙ୍କୁ ଭେଟିଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଚାନକ କିଛି ସାଧା ପୋଷାକଧାରୀ ପୋଲିସ ତାଙ୍କୁରାୟଗଡ଼ା ସ୍ୱାଗତ ହୋଟେଲ ମଧ୍ୟରୁ ଅପହରଣ କରି ନେଇଥିଲେ। କିନ୍ତୁ ଓଡ଼ିଶା ସମେତ ସମଗ୍ର ଦେଶରୁ ପ୍ରବଳ ପ୍ରତିବାଦ ଓ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କୁ ପୋଲିସ୍ ସୁରକ୍ଷା ମଧ୍ୟରେ ରାତିରେ ବ୍ରହ୍ମପୁରରେ ଛାଡ଼ିବା ପାଇଁ ପୋଲିସ୍ କର୍ତ୍ତୃପକ୍ଷ
ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ।
ପ୍ରକାଶ ଥାଉ କି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଦାନ୍ତ, ହିଣ୍ଡାଲକୋ ଓ ମୈତ୍ରୀ
କମ୍ପାନୀର ପ୍ରାକୃତିକ ସମ୍ପଦ ଲୁଣ୍ଠନ ବିରୋଧରେ ଲଗାତର ଜନ ଆନ୍ଦୋଳନ ଚାଲିଛି। ନିୟମଗିରି ସୁରକ୍ଷା ସମିତି, ମାଳି ପର୍ବତ
ସୁରକ୍ଷା ସମିତି, ସିଜିମାଳି ଓ କୁଟ୍ରୁମାଳି ସୁରକ୍ଷା ସମିତି ନେତୃତ୍ଵରେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେପ୍ରତିବାଦ ଓ ପ୍ରତିରୋଧକୁ ଦମନ କରିବା ପାଇଁ ଓଡ଼ିଶା ସରକାର ଅତ୍ୟନ୍ତ ଘୃଣ୍ୟ କୌଶଳ ଆପଣାଉଛନ୍ତି। ଜନ ଆନ୍ଦୋଳନରନେତା ଓ କର୍ମୀ ମାନଙ୍କୁ ଅପହରଣ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ମିଥ୍ୟା ମକଦ୍ଦମାରେ ଜଡ଼ିତ କରି କୋର୍ଟ
ଚାଲାଣ କରୁଛନ୍ତି। ରାଜ୍ୟ ବିଜେଡ଼ି ସରକାରଙ୍କ ଭିନ୍ନମତ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏପରି ଦମନଲୀଳା ବେଦାନ୍ତ
ଆଦାନୀ ଭଳି ପୁଞ୍ଜିପତିମାନଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅଭିବ୍ୟକ୍ତିର ସ୍ୱାଧୀନତା
ଉପରେ ଏପରି ଅଗଣତାନ୍ତ୍ରିକ ଆକ୍ରମଣ ଓ ବିକାଶ ନାମରେ ଜନବିରୋଧୀ ନୀତି ଅବିଳମ୍ବେ ପ୍ରତ୍ୟାହାର କରିବା ସହିତ ପ୍ରଫୁଲ୍ଲସାମନ୍ତରାଙ୍କ ଅପହରଣ ଘଟଣାର ତଦନ୍ତ କରିବାକୁ ରାଜ୍ୟ ସରକାର ନିକଟରେ ଗାନ୍ଧୀବାଦୀ ଗଣ ସଙ୍ଗଠନମାନଙ୍କ ପକ୍ଷରୁ ଦାବୀକରାଯାଇଛି। ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦରେ ଶ୍ରୀମତୀ କୃଷ୍ଣାମହାନ୍ତି, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ପ୍ରଫେସର ବିରେନ୍ଦ୍ର ନାୟକ, ଦେବପ୍ରସାଦ ରାୟ, ଡଃ ବିଶ୍ଵଜିତ, ମିହିର ପ୍ରତାପ ଦାସ,ରାଧାକାନ୍ତ ସେଠୀ, ମହମ୍ମଦ ସୁକ୍ରୁ, ସୁରେଶ ପାଣିଗ୍ରାହୀ, ଜୟନ୍ତ କୁମାର ଦାସ, ସୁଦର୍ଶନ ଛୋଟରାୟ, ସତୀଶ ମିଶ୍ର, ପ୍ରଦୀପ କୁମାରସାହୁ, ଫାଦର ଅଜୟ, ଦେବରଞ୍ଜନ, ଅରୁଣ କୁମାର ଦେହୁରୀ, ସନ୍ଦୀପ ପଟ୍ଟନାୟକ, ମଧୁସୂଦନ ବିଶ୍ଵାଳ, ଅନୁରାଧା ପାତ୍ର,ସ୍ଵୟଂପ୍ରଭା ସାହୁ, ସଙ୍ଘମିତ୍ରା ଜେନା, ହୀନା ନାୟକ, ଦିବାକର ସବର, ଅଭିମନ୍ୟୁ ବିଶ୍ଵାଳ, ଅନୁଭବ ବଳିଆରସିଂହ, ମୀର ଅହମ୍ମଦଅଲ୍ଲୀ, ଦିଲ୍ଲୀପ ବେହେରା, ରଶ୍ମିତା ହେମ୍ରମ, ଅଂଶୁମାନ ଦାଶ, ମାନସ ବେହେରା, ବିନୋଦ କୁମାର ରାଉତ, ଅମର କୁମାର ପାଳ,
ସିଲୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Leave A Comment

All fields marked with an asterisk (*) are required