Search for:
  • Home/
  • ଦେଶ-ବିଦେଶ/
  • ଓଡ଼ିଶା ନିବେଶକଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ  ରାଜ୍ୟ ସରକାର

ଓଡ଼ିଶା ନିବେଶକଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ  ରାଜ୍ୟ ସରକାର

Spread the love

Loading

ଭୁବନେଶ୍ୱର :ଓଡ଼ିଶା ନିବେଶକଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ  ରାଜ୍ୟ ସରକାର
ସାହାରା ଗ୍ରୁପ୍‌‌ରେ ରାଜ୍ୟବାସୀଙ୍କ ନିବେଶ ୪,୬୦୦ କୋଟି

ସାହାରା ଗ୍ରୁପ୍‌‌ରେ ନିବେଶ କରିଥିବା ରାଜ୍ୟର ସମସ୍ତ ନିବେଶକମାନେ ନିଜର ଟଙ୍କା ଫେରିପାଇବେ। ଏନେଇ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ଚିଠି ଲେଖି ତଥ୍ୟ ଦାଖଲ କରିଛି ରାଜ୍ୟ ସମବାୟ ବିଭାଗ। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାହାରା ଗ୍ରୁପ୍‌‌ ସମବାୟ ସମିତି ଅଧୀନରେ ନିବେଶକମାନେ ଅର୍ଥ ନିବେଶ କରିଥିଲେ। ମାତ୍ର ସାହାରା ଗ୍ରୁପ୍‌‌ ଦେବାଳିଆ ହୋଇଯିବା ପରେ ଏହି ଟଙ୍କା ଅଟକି ରହିଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଓ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ପରେ ଅର୍ଥ ଫେରାଇବା ନେଇ ପ୍ରକ୍ରିୟା ଆରମ୍ଭ କରିବା ସହ ସ୍ୱତନ୍ତ୍ର ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏଣୁ ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ନିବେଶକମାନଙ୍କୁ ସାମିଲ କରି ରାଜ୍ୟବାସୀଙ୍କ ଟଙ୍କା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଛି।
ରାଜ୍ୟବାସୀଙ୍କ ନିବେଶ ପରିମାଣ ୪ ହଜାର ୬୦୦ କୋଟି ଟଙ୍କା ବୋଲି ସମବାୟ ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି। ନିବେଶକମାନେ କିଭଳି ଭାବେ ଫେରିପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମବାୟ ବିଭାଗ ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରିଥିଲା। କେଉଁ ଜିଲ୍ଲାରେ କେତେ ସଂଖ୍ୟକ ନିବେଶକ ରହିଛନ୍ତି ଓ କେଉଁ ନିବେଶକଙ୍କର କେତେ ଟଙ୍କା ସାହାରା ଗ୍ରୁପରେ ଫସିରହିଛି, ସେନେଇ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରାଯାଇଥିଲା। ଉକ୍ତ ତାଲିକାକୁ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ତରଫରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି। ତାଲିକାକୁ ଯାଞ୍ଚ କରି ରାଜ୍ୟ ସମବାୟ ବିଭାଗକୁ ସୂଚନା ପ୍ରଦାନ କରିବା ସହ ନିବେଶକଙ୍କୁ ଟଙ୍କା ଫେରାଇବା ନେଇ କାର୍ଯ୍ୟକ୍ରମ ହାତକୁ ନେବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Leave A Comment

All fields marked with an asterisk (*) are required