Search for:
  • Home/
  • ରାଜ୍ୟ/
  • ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା

ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା

Spread the love

Loading

ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା
ଭୁବନେଶ୍ୱର,୫/୮ : ବରିଷ୍ଠ କଂଗେସ ବିଧାୟକ ଜନମାନସରେ ପ୍ରତିଷ୍ଠିତ, ସମସ୍ତଙ୍କ ପ୍ରୀୟ ସୁର ଭାଇ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ଆସନ୍ତା ଅଗଷ୍ଟ ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ରକ୍ତାଦାନ ଶିବିରିରେ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା କରାଯିବ ବୋଲି ନିଷ୍ପତି ହୋଇଛି । ସେହିପରି ଉକ୍ତ ଦିନ ବିଏମ୍‌ସି ହସ୍‌ପିଟାଲ, ଜଟଣୀ ହସ୍‌ପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ, ମାଉସିମା ଛକଠାରେ ଭଜନ ସମାରୋହ ଓ ରକ୍ତଦାନ ଶିବିର କରାଯିବ । ସେହିପରି ରାମେଶ୍ୱର ପାର୍କଠାରେ ଏକ ବନ୍ଧୁ ମିଳନ ହେବା ସହ ରାତିରେ ମେଲୋଡି ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି । ଏହି ବୈଠକରେ ଜୟନ୍ତୀ କମିଟିର ସଭାପତି ଦିଲ୍ଲୀପ ମିଶ୍ର, ଆବାହାକ ଜୟକୃଷ୍ଣ ମଲିଆ, ବିଷ୍ଣୁ ପ୍ରସାଦ ମୁଦୁଲି, ନ୍ତ ମିଶ୍ର, ଗଦାଧର ଦାସ, କ୍ୟାପଟେନ୍ ମନ୍ମଥ କୁମାର ରାଉତରାୟ, ଶ୍ରୀପତି ପତି, କେଦାରନାଥ ମହାପାତ୍ର, ହରିହର ମଲିଆ, ନିଳମଣି ମିଶ୍ର, ଧିରଜ ମହାପାତ୍ର ଓ ଶତାଧିକ ଯୁବକ ସାମିଲ ହୋଇଥିଲେ ।

Leave A Comment

All fields marked with an asterisk (*) are required