Search for:
  • Home/
  • ରାଜ୍ୟ/
  • ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

Spread the love

Loading

ଚାରି ୪ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଜି ମଙ୍ଗଳବାର ବାକି ଥିବା ୩ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛନ୍ତି । ୩ ଆସନରେ ପ୍ରାର୍ଥୀଙ୍କ ସହ ଗୋଟିଏ ଆସନରର ପ୍ରାର୍ଥୀ ବିଜେଡି ବଦଳାଇଛି । ବିଜେଡିକୁ ଫେରିଥିବା ବିଜେପି ବିଧାୟକ ସୁକାନ୍ତଙ୍କୁ ଦଳ ନୀଳଗିରିରୁ ପ୍ରାର୍ଥୀ କରିଛି । କୋରେଇରେ ଦଳର ସଂଗଠନ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ଆସନର ଦଳୀୟ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମାତା ସନ୍ଧ୍ୟାରାଣୀ ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ଏଥିସହ ଦେବଗଡ଼ ଆସନରେ ଦଳ ପ୍ରାର୍ଥୀ ବଦଳାଇଛି । ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ଅରୁନ୍ଧତୀ ଦେବୀଙ୍କୁ ଦେବଗଡ଼ରୁ ପ୍ରାର୍ଥୀ କରାଯାଇଥିଲା । ଏବେ ତାଙ୍କୁ ବଦଳାଯାଇଛି । ଖଣ୍ଡପଡ଼ାରୁ ଶେଷ ମୂହୂର୍ତ୍ତରେ ପ୍ରାର୍ଥୀ ପାଇଁ ଆଶା ରଖିଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନିମାପଡ଼ାର ବିଧାୟକ ସମୀର ଦାଶଙ୍କୁ ନିରାଶ ହେବାକୁ ପଡ଼ିଛି ।
ଘୋଷିତ ପ୍ରାର୍ଥୀମାନେ ହେଲେ….
୧)ସନ୍ଧ୍ୟାରାଣୀ ଦାସ- କୋରେଇ
୨) ସାବିତ୍ରୀ ପ୍ରଧାନ- ଖଣ୍ଡପଡ଼ା
୩) ସୁକାନ୍ତ ନାୟକ – ନୀଳୀଗିରି
୪) ରୋମାଞ୍ଚ ରଞ୍ଜନ ବିଶ୍ୱାଳ – ଦେବଗଡ଼

Leave A Comment

All fields marked with an asterisk (*) are required