Search for:
  • Home/
  • ରାଜ୍ୟ/
  • ଯାଦବ ତଥା ଓବିସିମାନଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାର ସମ୍ପର୍କିତ କର୍ମଶାଳା

ଯାଦବ ତଥା ଓବିସିମାନଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାର ସମ୍ପର୍କିତ କର୍ମଶାଳା

Spread the love

Loading

ଯାଦବ ତଥା ଓବିସିମାନଙ୍କ ବିକାଶ ଓ
ସାମ୍ବିଧାନିକ ଅଧିକାର ସମ୍ପର୍କିତ

କର୍ମଶାଳା

ଭୁବନେଶ୍ୱର, ୫.୮ : ନିଖିଳ ଓଡ଼ିଶା ଯାଦବ (ଗୋପାଳ) ତରଫରୁ ସ୍ୱାମୀନାଥନ
ହଲ, ଓୟୁଏଟି ଠାରେ ଯାଦବ ତଥା ଓବିସିମାନଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାର
କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶ୍ରୀଯୁକ୍ତ ହଂସରାଜ ଗଙ୍ଗାରାମ
ଅହୀର, ଅଧ୍ୟକ୍ଷ, ରାଷ୍ଟ୍ରୀୟ ପଛୁଆବର୍ଗ ଆୟୋଗ ମୁଖ୍ୟ ଅତିଥି ଭାବେ ଯୋଗ
ଦେଇଥିଲେ । ଶ୍ରୀଯୁକ୍ତ ଅହୀର ଓଡ଼ିଶା ଯାଦବ ଓ ଓବିସି ବର୍ଗର କଲ୍ୟାଣ ପାଇଁ ତଥା
ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ଆଲୋକପାତ କରିଥିଲେ । କେନ୍ଦ୍ର
ସରକାରଙ୍କ ଓବିସିବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନା ଓ କଲ୍ୟାଣମୂଳକ ଧାରା ବିଷୟରେ
ସୂଚିତ କରିଥିଲେ । ଓଡ଼ିଶା ରାଜ୍ୟ ଏକ ଯାଦବ ବହୁଳ ରାଜ୍ୟ, ତେଣୁ ତାଙ୍କର
ସାମଗ୍ରିକ ବିକାଶ ନିମନ୍ତେ ପଦକ୍ଷେପ ନେବା ପାଇଁ ସରକାରଙ୍କ ସ୍ତରରେ ପହଞ୍ôଚବା ପାଇଁ
ବାର୍ତ୍ତା ଦେଇଥିଲେ । ଏହି ସଭାରେ ଆବାହକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ କଂସ, ଶ୍ରୀ ହିତେଶ
ବଗର୍ତ୍ତି, ପୂର୍ବତନ ବିଧାୟକ ଶ୍ରୀ ରମାକାନ୍ତ ଦାସ, ଶ୍ରୀ ମାନସ ଦାସ, ସବ୍ୟସାଚୀ ମହଲା,
ମନୋଜ ହାତୀ, ଜଗବନ୍ଧୁ ଖିଲାର, କୁନା ଭାଟି, ଫରୋଜ ବଗର୍ତ୍ତି, ଦାସ ବଗର୍ତ୍ତି ଓ
ସୌମ୍ୟରଞ୍ଜନ ଦାସ ମଞ୍ଚାସୀନ ଥିଲେ । ଏହି ସଭାରେ ଓଡ଼ିଶାର ସମସ୍ତ ଜିଲ୍ଲାର ଯାଦବ
କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।

Leave A Comment

All fields marked with an asterisk (*) are required