Search for:
  • Home/
  • ରାଜ୍ୟ/
  • ବାଙ୍ଗାଲୋର ଯାଉଥିବା ଓଡ଼ିଶା ଯୁବକର ମିଳୁନାହିଁ ପତ୍ତା।

ବାଙ୍ଗାଲୋର ଯାଉଥିବା ଓଡ଼ିଶା ଯୁବକର ମିଳୁନାହିଁ ପତ୍ତା।

Spread the love

Loading

ବାଙ୍ଗାଲୋର ଯାଉଥିବା ଓଡ଼ିଶା ଯୁବକର ମିଳୁନାହିଁ ପତ୍ତା।

ଭୁବନେଶ୍ୱର:ବାଲେଶ୍ୱର(ଉତ୍ତର), ଭୋଗରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଣିଶଣ୍ଡା ପଞ୍ଚାୟତର ସେହି ଗ୍ରାମର ସୁଜାହିଦ୍ ଖାନ୍ ବୟସ ୨୦ ବର୍ଷ।ପିତା ହେବାୟେତ୍ ଖାନ୍ ଗତ ୨୯ ନଭେମ୍ବର ଦିନ ବାଙ୍ଗାଲୋର ଯିବା ନିମନ୍ତେ ଥାନାଛକରୁ ସନ୍ଧ୍ୟାରେ ମଧୁସୂଦନ ବସ୍ ରେ ଜଳେଶ୍ଵର ଯାଇ ବାଲେଶ୍ବରରୁ ବାଙ୍ଗାଲୋର ଯିବା ନିମନ୍ତେ ଟ୍ରେନ୍ ରେ ଟିକଟ ହୋଇଥିଲା। ବାଲେଶ୍ଵରରୁ ଟ୍ରେନ ସମୟ ୩୦ ନଭେମ୍ବର ୨ଟା୬ ମିନିଟ୍ ଥିଲା।ଘରରୁ ଗୋଲାପରେ ଯୁବକର ମୋବାଇଲ ସୁଇଜ ବନ୍ଦ ଥିଲା। ଅଦ୍ୟାବଧି ଘରକୁ ଫୋନ୍ ନ ଆସିବାରୁ ଯୁବକର ମାଁ ସୁରିୟା ବେଗମ୍ ସେ ଯାଇଥିବା ଜାଗାରେ ଥିବା ସାଙ୍ଗ ମାନଙ୍କୁ ପଚାରିଥିଲେ।ସାଙ୍ଗ ମାନେ କହିଥିଲେ ଯୁବକ ସେଠାରେ ପହଞ୍ଚି ନାହିଁ। ବନ୍ଧୁ ବାନ୍ଧବ ମାନଙ୍କୁ ଫୋନ୍ କରିଥିଲେ ସେଠାରେ ବି ପହଞ୍ଚିନଥିଲେ । ଏନେଇ ଗତ କାଲି ୪ ଡିସେମ୍ବର ଦିନ ଯୁବକର ମାଁ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଯୁବକର ଉଚ୍ଚତା ୫ ଫୁଟ ୭ ଇଞ୍ଚ୍ ଗୋରା ରଙ୍ଗ ଏବଂ ଯିବାସମୟରେ ଜିନ୍ ପେଣ୍ଟ ଓ କଳା ସାଟ୍ ପିନ୍ଧି ଥିଲେ।

Leave A Comment

All fields marked with an asterisk (*) are required