Search for:
  • Home/
  • ରାଜ୍ୟ/
  • ଅଲ ଓଡିଶା ଜି ପି ଏଲ ଏଫ /ମିଶନ ଶକ୍ତି କର୍ମୀ ସାମୁଖ୍ୟ ର ବ୍ୟାଙ୍କମିତ୍ର ୟୁନିଅନ ର ଏକ ରାଜ୍ୟ ସ୍ତରୀୟ ବୈଠକ

ଅଲ ଓଡିଶା ଜି ପି ଏଲ ଏଫ /ମିଶନ ଶକ୍ତି କର୍ମୀ ସାମୁଖ୍ୟ ର ବ୍ୟାଙ୍କମିତ୍ର ୟୁନିଅନ ର ଏକ ରାଜ୍ୟ ସ୍ତରୀୟ ବୈଠକ

Spread the love

Loading

ଭୁବନେଶ୍ୱର: ଆଜି ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ ସହ ଅନୁବନ୍ଧିତ ଅଲ ଓଡିଶା ଜି ପି ଏଲ ଏଫ /ମିଶନ ଶକ୍ତି କର୍ମୀ ସାମୁଖ୍ୟ ର ବ୍ୟାଙ୍କମିତ୍ର ୟୁନିଅନ ର ଏକ ରାଜ୍ୟ ସ୍ତରୀୟ ବୈଠକ ସଂଘ ଅଧ୍ୟକ୍ଷ ତଥା କଟକ ମେୟର ମାନନୀୟ ମେୟର ଶ୍ରୀଯୁକ୍ତ ସୁବାଷ ସିଂ ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା. ଉକ୍ତ ବୈଠକ ରେ ଭୁବନେଶ୍ୱର ମେୟର ମାନନୀୟ ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପଦେଷ୍ଟା sri ରାଜୀବ ମହାନ୍ତି, ସଂଘ ସଭାପତି ଶ୍ରୀ ନବ କିଶୋର ଦାସ,ଅଲ ଓଡିଶା ଜି ପି ଏଲ ଏଫ /ମିଶନ ଶକ୍ତି କର୍ମୀ ସାମୁଖ୍ୟ ର ସଭାନେତ୍ରୀ ଶ୍ରୀମତୀ ନିରୁପମା ନାୟକ ଏବଂ ସମ୍ପାଦିକା ସନ୍ତୋଷୀ ଦାସ ଆଦି ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଯୋଗଦେଇ ଥିଲେ।
ଏହି ବୈଠକ ରେ ବ୍ୟାଙ୍କମିତ୍ର ମାନଙ୍କ ତରଫରୁ ଏକ ୭ ଦଫା ଦାବିପତ୍ର ପ୍ରସ୍ତୁତ କରାଯାଇ ପ୍ରଦାନ କରାଯାଇଥିଲା। ଯେଉଁଥିରେ ପାରିଶ୍ରମିକ ବୃଦ୍ଧି, ସହ ବିଭିନ୍ନ ଦାବୀ ଉପସ୍ଥାପନ କରାଯାଇଥିଲା। ମୁଖ୍ୟ ଅତିଥି ମହୋଦୟା ସଂଗଠନ କୁ କିପରି ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଦୃଢ଼ୀକାରଣ କରାଯିବ ଏବଂ ବ୍ୟାଙ୍କ ମିତ୍ର ମାନଙ୍କ ର କାର୍ଯ୍ୟ ସମ୍ପର୍କରେ ବିଷଦ ଭାବେ ମନ୍ତବ୍ୟ ଦେବ ସହ ଦାବୀ ସମୂହ ପୂରଣ କରିବା ନିମନ୍ତେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ନିବେଦନ ରଖିଥିଲେ।

Leave A Comment

All fields marked with an asterisk (*) are required