Search for:
  • Home/
  • ଦେଶ-ବିଦେଶ/
  • କେନ୍ଦ୍ର ରେ ବିଜେପି ଏବଂ ଓଡିଶା ରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ।

କେନ୍ଦ୍ର ରେ ବିଜେପି ଏବଂ ଓଡିଶା ରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ।

Spread the love

Loading

ଇଣ୍ଡିଆ ଟିଭି-ସିଏନ୍‌‌ଏକ୍ସର ଜନମତ ସର୍ଭେ, ଷଷ୍ଠ ପାଳିରେ ବି ନବୀନ ନିରଙ୍କୁଶ
ଭୁବନେଶ୍ୱର :୩୧.୦୭  ନବୀନ ନିରଙ୍କୁଶ, ବିଜେଡ଼ି ଅପରାଜେୟ। ରାଜ୍ୟରେ ପୁଣି ଥରେ ବିଜେଡି ବିପୁଳ ଭୋଟରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ଓ ଦଳର ସଭାପତି ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। କ୍ରମାଗତ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ସତ୍ତ୍ବେ ନବୀନ ପଟ୍ଟନାୟକ ବା ବିଜେଡି ସପକ୍ଷରେ ଏବେ ବି ‘ସତ୍ତା ସପକ୍ଷ’ ବାତାବରଣ ବଳବତ୍ତର ରହିଛି। ପକ୍ଷାନ୍ତରେ ଲୋକାଭିମୁଖୀ ଯୋଜନା, ଜନକୈନ୍ଦ୍ରିକ କାର୍ଯ୍ୟକ୍ରମ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଓ ନୂଆ ଓଡ଼ିଶା ଗଠନ ନିମନ୍ତେ ନବ ରୂପାନ୍ତର ପୁଣିଥରେ ନବୀନଙ୍କ ହାତରେ କ୍ଷମତା ଦେବାକୁ ରାଜ୍ୟବାସୀ ପ୍ରସ୍ତୁତ ରହିଛନ୍ତି। ଇଣ୍ଡିଆ ଟିଭିର ଆକଳନ ଅନୁସାରେ ଏବେ ଯଦି ରାଜ୍ୟରେ ନିର୍ବାଚନ ହୁଏ ତେବେ ବିଜେଡି କେବଳ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ନାହିଁ; ୨୦୧୯ ନିର୍ବାଚନଠାରୁ ଦଳର ଭୋଟ ହାର ବୃଦ୍ଧି ପାଇବ ଓ ଆସନ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବଢ଼଼଼ିବ।

ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଇଣ୍ଡିଆ ଟିଭି ଓ ସିଏନ୍‌‌ଏକ୍ସ ପକ୍ଷରୁ ହୋଇଥିବା ଓପିନିୟନ ପୋଲରେ ପ୍ରକାଶିତ ଏହି ତଥ୍ୟ କ୍ଷମତା ଦଖଲର ପାଇଁ ଦିବା ସ୍ୱପ୍ନ ଦେଖୁଥିବା ବିରୋଧୀଙ୍କ ନିଦ ହଜାଇ ଦେଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୪୨.୮% ଭୋଟ ସହ ୧୨ଟି ଲୋକସଭା ଆସନ ଦଖଲ କରିଥିଲା। ଅନୁରୂପ ଭାବରେ ବିଧାନସଭା ନିର୍ବାଚନରେ ଦଳ ଲୋକସଭା ଭୋଟ ଠାରୁ ପାଖାପାଖି ୨% ଅଧିକ ୪୪.୭୧% ଅର୍ଥାତ୍‌‌ ୧.୦୨ କୋଟି ଭୋଟ ପାଇଥିଲା। ୨୦୧୯ରେ ରାଜ୍ୟର ମୋଟ ୩.୨୪ କୋଟି ଭୋଟରଙ୍କ ମଧ୍ୟରୁ ୨.୩୬ କୋଟି ଭୋଟର ମତଦାନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୩ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ଭୋଟ ହାର ୧.୨ କୋଟିକୁ ଛୁଇଁଥିଲା। ଫଳାଫଳ ଦେଖିଲେ ପ୍ରାୟ ୫୦%ରୁ ଊର୍ଦ୍ଧ୍ବ ଭୋଟର ବିଜେଡିକୁ ପସନ୍ଦ କରିଥିଲେ। ପରିଣତି ସ୍ୱରୂପ ଦଳ ରାଜ୍ୟର ୩୦ଟି ଜିଲ୍ଲା ପରିଷଦରେ ବିପୁଳ ବିଜୟ ଲାଭ କରିଥିଲା। ନିର୍ବାଚନ ଅନୁଷ୍ଠିତ ହୋଇଥିବା ୩ ମହାନଗର ଓ ୯୦% ପୌରାଞ୍ଚଳରେ ଦଳ ବିଜୟ ବୈଜୟନ୍ତୀ ଉଡ଼ାଇଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ ନିର୍ବାଚନରେ ବିଜେଡି ଅନ୍ୟୂନ ୫୫% ଭୋଟ ସଂଗ୍ରହ ଲକ୍ଷ୍ୟ ରଖିଛି। ପଞ୍ଚାୟତ ଓ ପୌର ସଫଳତାକୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦୋହରାଇବା ନିମନ୍ତେ ବିଜେଡି ଯେଉଁ ଅଭେଦ୍ୟ ରଣନୀତି ପ୍ରସ୍ତୁତ କରିଛି ତାହା ବିରୋଧୀଙ୍କ ପାଇଁ ଯେ ଏବେ ବି ଅବୋଧ୍ୟ ତାହା ଇଣ୍ଡିଆ ଟିଭି ରିପୋର୍ଟରେ ପ୍ରତିଫଳିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ଏକଦା ଦୀର୍ଘ ଅବଧି ଧରି କ୍ଷମତା ଦଖଲ କରିଥିବା କଂଗ୍ରେସ ପୁଣିଥରେ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଏହି ରିପୋର୍ଟରେ ପ୍ରଦର୍ଶିତ ହୋଇଛି। ଏପରିକି ଦଳର ଭୋଟ ହାର ଅନ୍ୟୂନ ୨% ପର୍ଯ୍ୟନ୍ତ କମିବ ବୋଲି ମଧ୍ୟ ଏହି ଓପିନିୟନ ପୋଲରେ ଆକଳନ କରାଯାଇଛି।ଏପରିକି କଂଗ୍ରେସ ରାଜ୍ୟରେ ଦଖଲ କରିଥିବା ଏକମାତ୍ର ଲୋକସଭା ଆସନଟି ମଧ୍ୟ ହରାଇପାରେ ବୋଲି ଇଣ୍ଡିଆ ଟିଭି ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ରାଜ୍ୟରେ ବିଜେପିର ଭୋଟ ହାର କିଞ୍ଚିତ୍‌‌ ବୃଦ୍ଧି ପାଇବ ବୋଲି କୁହାଯାଇଥିଲେ ହେଁ ଆସନ ସଂଖ୍ୟା ବୃଦ୍ଧିରେ ତାହା ପ୍ରତିଫଳିତ ହେବ ନାହିଁ ବୋଲି ଏଥିରେ କୁହାଯାଇଛି। ଅନ୍ୟପକ୍ଷରେ ଦେଶରେ ବିଜେପି ଓ ଏହାର ସହଯୋଗୀ ଦଳକୁ ନେଇ ଗଠିତ ଏନ୍‌‌ଡ଼ିଏର ଆସନ ସଂଖ୍ୟା ପୂର୍ବ ତୁଳନାରେ ହ୍ରାସ ପାଇବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି। ସେହିପରି କଂଗ୍ରେସ ଓ ସହଯୋଗୀ ଦଳକୁ ନେଇ ନବ ଗଠିତ ‘ଇଣ୍ଡିଆ’ ମେଣ୍ଟର ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଏଥିରେ କୁହାଯାଇଛି। ତେବେ ଆଗାମୀ ନିର୍ବାଚନରେ ମମତା ବାନାର୍ଜୀଙ୍କ ‘ତୃଣମୂଳ କଂଗ୍ରେସ’, ଉଦ୍ଧବ ଠାକ୍‌‌ରେଙ୍କ ‘ଶିବସେନା’, ଅରବିନ୍ଦ କେଜ୍ରିୱାଲଙ୍କ ‘ଆମ୍‌‌ ଆଦ୍‌‌ମୀ ପାର୍ଟି’ ନିଜ ରାଜ୍ୟରେ ଭଲ ପ୍ରଦର୍ଶନ କରିବେ ଏବଂ ଏହି ଦଳଗୁଡ଼ିକର ଆସନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଇଣ୍ଡିଆ ଟିଭି।ତୃଣମୂଳ କଂଗ୍ରେସ ଗତଥର ଅପେକ୍ଷା ଅଧିକ ୬ଟି ଓ ଆପ୍‌‌ ଗତଥର ଅପେକ୍ଷା ୯ଟି ଅଧିକ ଆସନ ପାଇପାରେ ଏବଂ ଉଦ୍ଧବଙ୍କ ଶିବସେନା (ୟୁବିଟି) ୫ଟି ଅଧିକ ଆସନ ପାଇବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି। ପୁନଶ୍ଚ ଆନ୍ଧ୍ରରେ କ୍ଷମତାସୀନ ଜଗନମୋହନ ରେଡ୍ଡିଙ୍କ ୱାଇଏସ୍‌‌ଆର କଂଗ୍ରେସର ଆସନ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇପାରେ ଏବଂ ବିଜେପି ଭୋଟ ହାର କର୍ଣ୍ଣାଟକ, ଗୁଜରାଟ, ଗୋଆ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀ, ହରିଆଣା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ମଣିପୁରରେ କମି ପାରେ ବୋଲି ମଧ୍ୟ ଆକଳନ କରାଯାଇଛି। ତେବେ ଉତ୍ତରପୂର୍ବାଞ୍ଚଳ ୭ ରାଜ୍ୟ ଆସାମ, ତ୍ରିପୁରା, ନାଗାଲାଣ୍ଡ ପରି ରାଜ୍ୟରେ ବିଜେପିର ଭୋଟ ହାର ବୃଦ୍ଧି ପାଇବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି।

Leave A Comment

All fields marked with an asterisk (*) are required