Search for:
  • Home/
  • ମହାନଗର/
  • ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ।

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ।

Spread the love

Loading

ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଧଉଳୀ ଥାନା ଘେରାଉ।

ଭୁବନେଶ୍ୱର,ତା ୩୧/୦୭: ସ୍ଥାନୀୟ ମନ୍ତ୍ରୀଙ୍କ ଚାପରେ ନିରୀହ ଜନସାଧାରଣ ଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ଗ୍ରାମୀଣ ମଣ୍ଡଳ ପକ୍ଷରୁ ସହ ସହ କାର୍ଯ୍ୟକର୍ତ୍ତା ଧଉଳୀ ଥାନା ଘେରାଉକରିଥିଲେ।ମନ୍ତ୍ରୀ ଙ୍କ ଚାପରେ ଯେଉଁଭଳି ଭାବରେ ପୋଲିସ ସାଧାରଣ ଜନତା ଙ୍କୁ ଗିରଫ କରିବାର ଭୟ ଦେଖାଉଛି ଓ ଗିରଫ କରୁଛି,ରାତି ଅଧରେ ତାଙ୍କ ଘରେ ଚଢ଼ାଉ କରୁଛି,କିଛିଦିନ ତଳେ ମନ୍ତ୍ରୀ ମହୋଦୟ ଏକାମ୍ର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ଅଞ୍ଚଳକୁ ଉଦଘାଟନ କରିବାପାଇଁ ଆସିଥିଲେ କିଛି ପ୍ରକଳ୍ପ। ଯେଉଁ ଫଳକ ସବୁ ତିଆରି ହେଇଥିଲା ସେଥିରେ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ନାମ ନଥିଲା ତେଣୁ ସ୍ୱାଭାବିକ ଭାବରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଥିଲା ଯେ ଆମେ ଯାହାକୁ ଭୋଟ ଦେଇଚୁ କାହିଁକ ତାଙ୍କର ନାମ ରହିବ ନାହିଁ ତାପରେ ମନ୍ତ୍ରୀ ସେଠାକୁ ଯାଇନଥିଲେ ପ୍ରତିଶୋଧ ମୁଳୁକ ଭାବରେ ତାଙ୍କର କିଛି ଲୋକଙ୍କୁ ଲଗାଇ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଙ୍କ ଉପରେ ରାଗ ଶୁଝେଇବା ପାଇଁ ମିଥ୍ୟା କେଶ ଦେଇଛନ୍ତି କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେଉଁ ପୋଲିସ ସାଧାରଣ ଲୋକଙ୍କୁ ନ୍ୟାୟ ଦେବେ ବୋଲି ସାଧାରଣ ଲୋକ ଦଉଥିବା ଟିକସ ପଇସା ରେ ଦରମା ପାଉଛି ସେଇ ପୋଲିସ ସାଧାରଣ ଲୋକଙ୍କୁ ଗୋଡେଇ ଗୋଡେଇ ଧରୁଛି ତେଣୁ ଏଇ ପ୍ରଶ୍ନ କେବଳ ଭାରତୀୟ ଜନତା ପାର୍ଟି ର ନୁହେଁ ଏଇ ପ୍ରଶ୍ନ ଏକାମ୍ର ନିର୍ବାଚନ ମଣ୍ଡଳୀର ଛଅ ପଞ୍ଚାୟତ ବାସୀ ଙ୍କର ଯେତେବେଳେ ଯିଏ ମୁହଁ ଖୋଲିଛନ୍ତି ବା ଯେତେବେଳେ ଯିଏ ବିରୋଧ କରିଛନ୍ତି ମନ୍ତ୍ରୀଙ୍କର ଦୁର୍ନୀତିମୂଳକ କାମକୁ ସେତେବେଳେ ତାଙ୍କୁ ଗିରଫ କରାଯାଇଛି ତାଙ୍କ ଅଫିସର ଓ ପୋଲିସ ଙ୍କୁ ଲଗେଇ ହଇରାଣ କରାଯାଇଛି ତେଣୁ ଆଜି ଭାରତୀୟ ଜନତା ପାର୍ଟି ତାର ନେତୃତ୍ୱ ନେଇଛି ସାଧାରଣ ଲୋକଙ୍କ ସ୍ୱରକୁ ଏକତ୍ରିତ କରି ଆଜି ଧଉଳି ଥାନା ଆଗରେ ଧାରଣ ଦେଇଛୁ ପୋଲିସ ପ୍ରଶାସନ କୁ ପଚାରିବାକୁ ଆସିଛୁ ପୋଲିସ ଆମ ପ୍ରଶ୍ନ ର ଉତ୍ତର ରଖିବେ କି ତମେ ମନ୍ତ୍ରୀ ଙ୍କ ପୋଲିସ ନା ସାଧାରଣ ଲୋକଙ୍କ ପୋଲିସ ଯଦି ସାଧାରଣ ଲୋକଙ୍କୁ ନ୍ୟାୟ ଦେଇପାରିବ ନାହିଁ ତାହାଲେ ରିଜାଇନ ଦେଇ ବିଜୁ ଜନତା ଦଳ ରେ ଯୋଗ ଦିଅ। କୌଣସି ଚାପରେ ସେ ବିଜୁ ଜନତା ଦଳ ର ଚାପ ହଉ କି ମନ୍ତ୍ରୀ ଙ୍କ ଚାପ ହଉ ଯଦି ପୁନର୍ବାର କିଛି କାର୍ଯ୍ୟାନୁଷ୍ଠାନ ନିଏ ତେବେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଆଉ ଚୁପ ହେଇ ବସିବେ ନାହିଁ ଏଇ କଥାକୁ ନେଇ ଏକ ବିରାଟ ଆନ୍ଦୋଳନ ଗଢି ତୋଳିବେ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।

ଭାରତୀୟ ଜନତା ପାର୍ଟି ଆଜି ରାଜରାସ୍ତା କୁ ଓଲ୍ହାଇଛି ସାଧାରଣ ଲୋକଙ୍କୁ କିଭଳି ନ୍ୟାୟ ଦିଆଯିବ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।ଆଜିର ଏହି ବିକ୍ଷୋଭ ରେ ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତ,ଟିକରପଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପଞ୍ଚେଇ ମଲ୍ଲିକ, ସମିତିସଭ୍ୟ ଶ୍ରୀମତୀ ସୁଜାତା ସାହୁ,ପୁର୍ବତନ ସମିତିସଭ୍ୟ ଶ୍ରୀ ବିଭୁତି ଭୂଷଣ ପ୍ରଧାନ, ବିଜେପି ନେତା ଦିଲ୍ଲୀପ ବେହେରା,ଉପେନ୍ଦ୍ର ଭଞ୍ଜ, ସ୍ଵଂୟ ସେବକ ରାୟ, ତୃପ୍ତିମଇ ମକଦ୍ଦମ, ତାପସ ଦଳାଇ, ସୁନିଲ ପ୍ରଧାନ,ରବି ମହାରଣା, ଭଗବାନ ଦାସ, ପ୍ରଫୁଲ୍ଲ ସ୍ବାଇଁ, ଅଜୟ ସାମନ୍ତରାୟ, ଟିକିନା ମଲ୍ଲିକ, ବୃନ୍ଦାବନ ସ୍ବାଇଁ, ପଞ୍ଚାନନ ସ୍ବାଇଁ, ସନ୍ତୋଷ ସ୍ବାଇଁ, ସନ୍ତୋଷ ମୁଦୁଲି, ସୁରେନ୍ ବରାଳ,ପ୍ରଦ୍ୟୁମ୍ନ ଜେନା , ସୁଶିଲ ଛୁଆଳସିଂ, ରାଜେନ୍ଦ୍ର ଖଟୁଆ , ତପନ ବାରିକ, ପ୍ରକାଶ ମହାନ୍ତି, ଚିରଞ୍ଜିବି ଗୋଚ୍ଛାୟତ,ପ୍ରଦ୍ୟୁମ୍ନ ଦାସ, କ୍ଷେତ୍ର ମୋହନ ରାଉଳ, ଅଜୟ ସାହୁ, ଶରତ ନାୟକ,ମନୋଜ ପଶ୍ଚିମକବାଟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required