Search for:
  • Home/
  • ରାଜ୍ୟ/
  • କେନାଲରେ ତଳମୁଣ୍ଡ ପର୍ଯ୍ୟନ୍ତ ତୁରନ୍ତ ପାଣି ଛାଡ଼ିବା ସହ ବନ୍ଧବାଡ଼ି ମରାମତି।

କେନାଲରେ ତଳମୁଣ୍ଡ ପର୍ଯ୍ୟନ୍ତ ତୁରନ୍ତ ପାଣି ଛାଡ଼ିବା ସହ ବନ୍ଧବାଡ଼ି ମରାମତି।

Spread the love

Loading

କେନାଲରେ ତଳମୁଣ୍ଡ ପର୍ଯ୍ୟନ୍ତ ତୁରନ୍ତ ପାଣି ଛାଡ଼ିବା ସହ
ବନ୍ଧବାଡ଼ି ମରାମତି, ପତିତ ଜଳସେଚନ ପ୍ରକଳ୍ପ ଗୁଡ଼ିକୁ
ଆଶୁ କାର୍ଯ୍ୟ କରିବାପାଇଁ ଜଳସମ୍ପଦ ବିକାଶ ବିଭାଗ
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହିତ ପିସିସି କିଷାନ କଂଗ୍ରେସର ପ୍ରତିନିଧି
ମଣ୍ଡଳୀଙ୍କ ସାକ୍ଷାତ ଆଲୋଚନା ଓ ଦାବିପତ୍ର ପ୍ରଦାନ ।

ଭୁବନେଶ୍ୱର ତା. ୩୧.୭- ଖରିଫ ଚାଷ ପାଇଁ କେନାଲରେ ପାଣି
ଯୋଗାଣରେ ଅହେତୁକ ବିଳମ୍ବ ହେଉଛି । ତଳ ମୁଣ୍ଡକୁ ପାଣି
ଯାଉନାହିଁ । ପୁରୀ ଜିଲ୍ଲାର ଅସ୍ତରଙ୍ଗ ସମତେ ବିଭିନ୍ନ ଅଂଚଳକୁ
ପାଣି ପଂହଚିନଥିବା ହେତୁ ଚାଷୀ ହା ହାକାର ଚିତ୍କାର କରୁଛନ୍ତି ।
ବାହାଘର ବେଳେ ବାଇଗଣ ରୁଆ ଭଳି ବର୍ତମାନ କେନାଲ ସଫେଇ କାମ ଚାଲିଛି । ଅନେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ମାଛଗାଁ କେନାଲ ଭଳି ଅନେକ ସ୍ଥାନରେ ଘଳିଆ ସୃଷ୍ଟି
ହୋଇଛି । ବହୁ ଅଂଚଳକୁ ଜଳ ସେଚନର ସୁବିଧା ନାହିଁ । ପାଣି
ପଂଚାୟତ ସଂପୂର୍ଣ୍ଣ ବିଫଳ ହୋଇଛି । ଅନୁରୂପ ଭାବେ ନୟାଗଡ଼
ଜିଲ୍ଲାର ବୃତଙ୍ଗ ଜଳସେଚନ ପ୍ରକଳ୍ପ ଶୁଭ ଦିଆଯାଇ ଦୀର୍ଘଦିନ ଶୀତଳ
ଭଣ୍ଡାରରେ ପଡ଼ିରହିଛି । ଯଦି ଏହାର କାର୍ଯ୍ୟକାରୀ କରାଯାଆନ୍ତା
ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଂଚଳ ସୁବିଧା
ହୋଇପାରନ୍ତା । ରେଙ୍ଗାଲି ବନ୍ଧ ଦ୍ୱାରା ବାସଚ୍ୟୁତ ହୋଇଥିବା
ଲୋକମାନଙ୍କର ଥଇଥାନ ଓ କ୍ଷତିପୂରଣ ଅଦ୍ୟାବଧି ସମସ୍ତେ ପାଇନାହାନ୍ତି ।
ସରକାର ଏଥିପ୍ରତି ଉଦାସୀନ ଥିବାରୁ ଆଜି ଓଡ଼ିଶା ପ୍ରଦେଶ
କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ସରକାରଙ୍କ ଜଳସଂପଦ ବିକାଶ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭକ୍ତରଞ୍ଜନ ମହାନ୍ତିଙ୍କୁ
ସେଚସଦନରେ ସାକ୍ଷାତ ଆଲୋଚନା କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଥିପ୍ରତି ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସର୍ବୋଚ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସନ୍ତୋଷ କୁମାର ସାହୁ, ଧୃବଚରଣ ପରିଡ଼ା, ବସନ୍ତ ମିଶ୍ର, ଦେବେନ୍ଦ୍ର କୁମାର ରାଓ, ନେତ୍ରାନନ୍ଦ ସାମଲ
ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required