Search for:
  • Home/
  • ରାଜ୍ୟ/
  • ବିନା ବୁକ୍ଷରେଜୀବନ ଓ ଭବିଷ୍ୟତ ନାହିଁ।

ବିନା ବୁକ୍ଷରେଜୀବନ ଓ ଭବିଷ୍ୟତ ନାହିଁ।

Spread the love

Loading

ସମାଜମୁଖି ସାମ୍ବାଦିକତା ପରିବେଶ ସୁରକ୍ଷାରେ ସହାୟକ ହେବ।

ଭୁବନେଶ୍ୱର: ଦିନକୁ ଦିନ ସାମ୍ବାଦିକତାର ଢାଞ୍ଜା ବଦଳି ଯାଉଛି । ଆଗ ଭଳି ଆଉ ସାମ୍ବାଦିକମାନେ ମୁକ୍ତ ଭାବେ ଲେଖିପାରୁନାହାନ୍ତିଁ । କେଉଁଠି ନାଁ କେଉଁଠି ସାମ୍ବାଦିକତା ତା’ର ସ୍ୱାଧିନତା ହରାଉଛି । ନିରପେକ୍ଷ, ସମାଜମୁଖି ଓ ରଚନାତ୍ମକ ସାମ୍ବାଦିକତା ପରିବେଶ ସୁରକ୍ଷାରେ ସହାୟକ ହୋଇପାରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ କହିଛନ୍ତି ।ଶୁକ୍ରବାର ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ତଥା ‘ବିଶ୍ୱ ଗଣମାଧ୍ୟମ ସ୍ୱାଧିନତା ଦିବସ’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମଲ କହିଥିଲେ, ପ୍ରେସ୍ ଫ୍ରିଡମ ଆକ୍ଟ ୧୯୭୭ର ଧାରା ୧୯-୧ (କ) ଅନୁସାରେ ସମସ୍ତଙ୍କୁ ବାକ୍ ସ୍ୱାଧିନତା ଦିଆଯାଇଛି । କଥା କହିବା, ଚିତ୍ର ଆଙ୍କିବା, ଭାଷଣ ଦେବା ଓ ପ୍ରବନ୍ଧ ଲେଖିବା ଆଦି ଉପରେ ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି । କିନ୍ତୁ, ଆଜି କୌଣସି ଲେଖକ ମୁକ୍ତ ଭାବେ ଲେଖିପାରୁନାହିଁ । ଯଦି ଆମେ ମୁକ୍ତ ଭାବେ ଲେଖିପାରିବା, ତାହା ହେଲେ ଆମେ ନିଜକୁ ଲେଖକ କହିପାରିବା ।ଅନେକ ସାମ୍ବାଦିକ ଓ ଲେଖକମାନେ ଭାବନ୍ତି, ଲେଖା ଯଦି କାହା ବିରୋଧରେ ଯାଏ, ଅନେକ ଶତ୍ରୁ ସୃଷ୍ଟି ହେବେ । ହେଲେ ସାମ୍ବାଦିକମାନେ ଏହା ଭାବିବା ଭୂଲ । କାରଣ ମିତ୍ର ସୃଷ୍ଟି କରିବାକୁ ହେଲେ ଶତ୍ରୁ ତିଆରି ହେବେ । ତେଣୁ ସମାଜମୁଖି ତଥା ଯେଉଁ ଖବର ସମାଜ ପାଇଁ ମଙ୍ଗଳ ହେବ, ତାହାକୁ ବିନାଦ୍ୱଧାରେ ଲେଖିବା ଆବଶ୍ୟକ । ଯଦି ସାମ୍ବାଦିକ ସମାଜ ମଙ୍ଗଳ ପାଇଁ କଲମ ଚଳାଇବ, ତେବେ ପରିବେଶ ସୁରକ୍ଷା ନିଶ୍ଚିତ ଭାବେ ସମ୍ଭବ ବୋଲି ଶ୍ରୀ ସାମଲ କହିଛନ୍ତି । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିତ ତଥା ପୂର୍ବତନ ସୂଚନା କମିଶନ ଦିଲ୍ଲୀପ ବିଶୋଇ କହିଛନ୍ତି, ସାମ୍ବାଦିକତାର ସଂଜ୍ଞା ଏବେ ବଦଳି ଯାଇଛି । ସ୍ୱାଧିନତା ପୂର୍ବରୁ ସାମ୍ବାଦିକମାନଙ୍କୁ ସତ୍ୟବାଦୀ ବୋଲି କୁହାଯାଉଥିଲା । ପରବର୍ତ୍ତୀ ସମୟରେ ଏହାକୁ କଦର୍ଥ କରି ସାଂଘାତିକ ବୋଲି ବିବେଚନା କରାଗଲା । ଏବେ ଯାହା କହୁଛନ୍ତି, ତାହା ସମସ୍ତଙ୍କୁ ଜଣା । ତେବେ ବର୍ତ୍ତମାନ କେବଳ ସାମ୍ବାଦିକ ନୁହେଁ ସାମ୍ବାଦିକତା ଉପରେ ଅଙ୍କୁଶ ଲଗାଯାଇଛି । ସାମ୍ବାଦିକମାନେ ରାଜନେତାଙ୍କ ବିରୋଧରେ ଲେଖିପାରୁନାହାନ୍ତି । ପରିବେଶ ମୁଖ୍ୟତଃ ପାଇଁ ଶିଳ୍ପପତି, ଶିଳ୍ପାନୁଷ୍ଠାନ ଓ ମାଫିଆଙ୍କ ବିରୋଧରେ ମଧ୍ୟ କଲମ ଚଳାଇପାରୁନାହାନ୍ତି । ତେବେ ପରିବେଶକୁ କିପରି ରକ୍ଷା କରିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି । ସାମ୍ବାଦିକମାନଙ୍କୁ ଉପଦେଶ ଦେଇ କହିଛନ୍ତି, ପ୍ରେସ ସ୍ୱାଧିନତା ଲାଗି ପରିବାରକୁ ହଇରାଣ କରନ୍ତୁ ନାହିଁ । କାରଣ ଯଦି ନିରପେକ୍ଷ ଭାବେ ସାମ୍ବାଦିକତା କରିବେ, ତେବେ ଚାକିରୀ ହରାଇବାକୁ ପଡିବ । ତେଣୁ ସମୟ ସହ ତାଳ ଦେଇ ଚାଲନ୍ତୁ, ପରିବେଶ ସୁରକ୍ଷା ନେଇ ନିଜେ ଉଦ୍ୟମ କରନ୍ତୁ । ତାହା ସଫଳ ହେବ ।ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସକାଳ’ର କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦୁ ଦାସ କହିଛନ୍ତି, ଯଦିଓ ସମ୍ବିଧାନରେ ମିଡ଼ିଆକୁ ୪ର୍ଥ ସ୍ତମ୍ଭର ମାନ୍ୟତା ମିଳିନାହିଁ, ତଥାପି ଗଣତନ୍ତ୍ରରେ ତାର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଛି । ଦିନକୁ ଦିନ ମିଡ଼ିଆ ପାୱାର ଫୁଲ ହେବାରେ ଲାଗିଛି । ମିଡ଼ିଆ ଆଉ ଜନତାଙ୍କ ସ୍ୱର ହୋଇ ରହିନାହିଁ, ଏବେ ଶିଳ୍ପାୟନରେ ପରିଣତ ହୋଇଛି । ସ୍ୱାଧିନତା ପୂର୍ବରୁ ସାମ୍ବାଦିକତା ଏକ ନିଶା ଥିଲା, ଏବେ ଏହା ପେଶାରେ ପରିଣତ ହୋଇଛି । ଏବେ ମିଡ଼ିଆର ରୂପାନ୍ତରିକରଣ ହୋଇଛି । ସାମ୍ବାଦିକ ଏବେ ବୃତ୍ତି ହୋଇଛି । ଜୀବନ ଜୀବିକା ଭିତରେ ସାମ୍ବାଦିକତା ହଜିଯାଉଛି । ଅନେକ କ୍ଷେତ୍ରରେ ସାମ୍ବାଦିକମାନେ ନିର୍ଯାତନାର ଶୀକାର ହେଉଛନ୍ତି । ଫଳରେ ସାମ୍ବାଦିକମାନେ ନିରପେକ୍ଷ ସାମ୍ବାଦିକତା ଠାରୁ ଦୂରେଇ ଯାଉଛନ୍ତି । ସମାଜ ମଙ୍ଗଳ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସାମ୍ବାଦିକ ଜାଗ୍ରତ ପ୍ରହରି ଭାବେ କାମ କରିବା ସହ ପରିବେଶ ସୁରକ୍ଷା ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାପ୍ତପାଳ, ରୋଟାରୀ ଜିଲ୍ଲା ୩୨୬୨ଯଜ୍ଞାଶିଷ ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ସଭାପତିତ୍ୱ କରିଥିବା ବେଳେ ଭୁବନେଶ୍ୱର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତି ବିବରଣୀ ପାଠ କରିଥିଲେ । ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପରିଚାଳନ କରିଥିବା ବେଳେ ଉପ-ସଭାପତି ଗଗନ ସ୍ୱାଇଁ ଧନ୍ୟବାନ ଅର୍ପଣ କରିଥିଲେ ।

ଏହି ଅବସରରେ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ସେବିକା ଶ୍ରୀମତୀ ବାସନ୍ତୀଲତା ନାୟକ, ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଓ ବରିଷ୍ଠ ସାମ୍ବାଦିକ ଡ. ମାଧବାନନ୍ଦ ବେହୁରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Comment

All fields marked with an asterisk (*) are required