Search for:
  • Home/
  • ବାଣିଜ୍ୟ/
  • ଉତ୍କଳ ହସ୍ପିଟାଲରେ ବିଶ୍ଵ ହେପାଟାଇଟିସ ଦିବସ ପାଳନ

ଉତ୍କଳ ହସ୍ପିଟାଲରେ ବିଶ୍ଵ ହେପାଟାଇଟିସ ଦିବସ ପାଳନ

Spread the love

Loading

ଉତ୍କଳ ହସ୍ପିଟାଲରେ ବିଶ୍ଵ ହେପାଟାଇଟିସ ଦିବସ ପାଳନ

ଭୁବନେଶ୍ବର, ୨୮। ୦୭। ୨୦୨୩ ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ମଲଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରେ ବିଶ୍ଵ ହେପାଟାଇଟିସ ଦିବସ ପାଳନ ହୋଇଯାଇଅଛି। ଏହି ଅବସରରେ ଇଛୁକ ସାଧାରଣ ଜନତା ମାନଙ୍କର ମାଗଣା ହେପାଟାଇଟିସ କ୍ରିନ୍ନିଙ୍ଗ ଟେଷ୍ଟ ଗୁଡିକ କରଯାଇଥିଲା।
ବିଶେଷଜ୍ଞ ମାନେ ହେପାଟାଇଟିସ ଚିକିତ୍ସା, ଏହାର ନିରାକରଣ ବିଷୟରେ ଏକ ସେମିନାରରେ ବିସ୍ତୃତ ଆଲୋଚନା କରିଥିଲେ। କେତେଗୋଟି ବିରଳ ହେପାଟାଇଇସ ରୋଗୀଙ୍କ ଚିକିତ୍ସା ବିଷୟରେ ଏହି ସେମିନାରରେ ଅଲୋଚନା ହୋଇଥିଲା। ଏହି ଅବସରରେ ଉତ୍କଳ ହସ୍ପିଟାଲରେ ଫାଇବ୍ରୋସ୍କାନ ଫ୍ୟାସିଲିଟିର ଉଦଘାଟନ ହୋଇଥିଲା। ଏହି ସୁବିଧା ଦ୍ଵାରା ଲିଭରର ଅବସ୍ଥା ବିଷୟରେ ଜାଣିହୁଏ। ହେପାଟାଇଟିସ ସଚେତନତା ପାଇଁ ଏକ ୱାକାଥନର ଆୟୋଜନ ହୋଇଥିଲା।


ଏହି କାର୍ଯ୍ୟକ୍ରମରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କଟକର ଗ୍ୟାସେଟ୍ରୋଏଣ୍ଟ୍ରିଓଲୋଜି ବିଭାଗର ପ୍ରାକ୍ତନ ପ୍ରଫେସର ଡକ୍ଟର ଏସ ପି ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉତ୍କଳ ହସ୍ପିଟାଲ ଡିରେକ୍ଟର ପ୍ରଫେସର ଡକ୍ଟର ସି ଆର ପଣ୍ଡା, ଡକ୍ଟର ବିଜୟ ମିଶ୍ର, ମାନେଜିଙ୍ଗ ଡିରେକ୍ଟର. ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘରାଇ, ଚିଫ ଏକ୍ଜିକ୍ୟୁଟିଭ ଅଫିସର ଡକ୍ଟର ଆଶିଷ ଚନ୍ଦ୍ରା, ଡିରେକ୍ଟର ମେଡିକାଲ ସର୍ଭିସେସ ଡକ୍ଟର ରଞ୍ଜନ କୁମାର ମହାପାତ୍ର, ଡକ୍ଟର ସିଦ୍ଧାର୍ଥ ଶଙ୍କର ସାହୁ, ଚିଫ ଷ୍ଟାଟେଜିକ ଅଫିସର ଡକ୍ଟର ଆଲୋକ ଲୋଧ , ଡକ୍ଟର ଦୀପକ ରଞ୍ଜନ ନାୟକ ଓ ଡକ୍ଟର ବିଶ୍ବ ବିକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required