Search for:
  • Home/
  • Bda/
  • ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ

ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ

Spread the love

Loading

ଗୋଟିଏ ୱାର୍ଡର ପରିମଳ ସ୍ଥିତି ଓ ପ୍ରଗତି
ଅନୁଧ୍ୟାନ କରିବେ ଅନ୍ୟ ୱାର୍ଡର କର୍ମୀ

ଭୁବନେଶ୍ୱର:ଗତ କାଲିର ସ୍ୱାୟତ ଶାସନ ଦିବସ ଉପଲକ୍ଷେ ସହରର ପରିମଳକୁ ଅଧିକ ଉନ୍ନିତ କରିବାରେ ଲୋକାର୍ପିତ ହୋଇଥିବା ଫଗିଙ୍ଗ ମେସିନ,ସ୍ପେୟର ଇତ୍ୟାଦିର ଉଦାହରଣ ଦେଇ ଆଜି କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ
ପରିମଳ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରିମଳ ଟିମ୍‌କୁ ନେଇ ହୋଇଥିବା ଏହି ଆଲୋଚନାରେ ସ୍ୱତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ୱାର୍ଡରେ ବୁଶ୍‌ କଟିଂ ଏବଂଗ୍ରାସ୍‌ କଟିଂଙ୍କୁ ସ୍ୱତନ୍ତ୍ର ଭାବେ ମାସକୁ ଦୁଇଥର କରିବାକୁ ନିର୍ଦେଶ ଦିଆଯାଇଛି ।
ସମସ୍ତ ସାନିଟାରୀ ଇନ୍ସପେକ୍ଟର ନିଜ ୱାର୍ଡରେ ଥିବା ଲଟାବୁଦା ଓ ଘାସ ନିୟମିତ ଭାବେ କଟା ହେଲାକି ନାହିଁ ତାହାର ଜିଓ ଟ୍ୟାଗ୍‌ ଫଟୋ ପଠାଇବେ । ଏପରିକିଏସ୍‌ଆଇମାନେ ନିଜ ୱାର୍ଡରେ ଚିହ୍ନଟ କରିଥିବା ଏହି ଭଳି ସ୍ଥାନଗୁଡିକୁ ସଫାଭୁବନେଶ୍ୱର ଆପ୍‌ ମାଧ୍ୟମରେ ଅପଲୋଡ କରିବେ ଏବଂ କଟା ହେବା ପରେ ତାହାର ଫଟୋ ମଧ୍ୟ ଦେବା ପାଇଁ କୁହାଯାଇଛି । ସଂପୃକ୍ତ ପରିମଳ ଏଜେନ୍ସିମାନେ ଏସ୍‌ଆଇଙ୍କ କହିବା ମୁତାବକ ସମୟ ସୀମା ମଧ୍ୟରେ ମାସକୁ ଦୁଇଥର ବୁଶ୍‌ କଟିଂ କରିବାକୁ କୁହାଯାଇଛି ।
ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଆବାସିକ ଅଂଚଳରେ ବୁଶ୍‌ କଟିଂ କରାଗଲେ, ମଶା ରହଣିସ୍ଥଳହ୍ରାସ ପାଇବ ବୋଲି କହିଛନ୍ତି କମିଶନର ।
ନିଜ ୱାର୍ଡରେ ଥିବା ଗାରର୍ବେ ଭର୍ଣ୍ଣରେବ୍ଲ୍ୟୁ ପଏଂଟ ବା
ଜିଭିପିଗୁଡିକୁ ଶୂନ୍ୟ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକଏସ୍‌ଆଇ ଏବଂ ୱାର୍ଡ ଅଫିସର ଏହି ଟାର୍ଗେଟକୁ ହାସଲ କରିବାକୁ କୁହାଯାଇଛି ।ବିଶେଷ କରି ସେପ୍ଟେମ୍ବର ମାସ ମଧ୍ୟରେ ରହୁଥିବା ସବୁଜ ବର୍ଜ୍ୟର ଉଠାଣ ଓ ପରିବହନ, ସଫା
ଭୁବନେଶ୍ୱର ଆପ୍‌ ମାଧ୍ୟମରେ ଆବେଦନ କରି ବର୍ଜ୍ୟ ସ୍ଥାନାନ୍ତର କରିବାକୁକୁହାଯାଇଛି । ତେବେ କୌଣସି ବ୍ୟବସାୟୀକ ଅନୁଷ୍ଠାନ ବା ଠିକାଦାର ଇତ୍ୟାଦିଙ୍କ ବର୍ଜ୍ୟକୁ ସ୍ୱତନ୍ତ୍ର ଭାବେ ନିୟମ ଅନୁଯାୟୀ ଉଠାଇବାକୁ କୁହାଯାଇଛି ।

ସୂଚନା ଯୋଗ୍ୟ କି, ଗୋଟିଏ ୱାର୍ଡର ପରିମଳ ପ୍ରଗତି ଓ ସ୍ଥିତି
କିପରି ରହିଛି ତାହା ଅନ୍ୟ ୱାର୍ଡର କର୍ମୀମାନେ ଆସି ଦେଖି ମତାମତ ଦେବେ । ଏହା ଦ୍ୱାରା ଆଭ୍ୟନ୍ତରୀଣ ସମୀକ୍ଷା ହେବା ଦ୍ୱାରା ନିରପକ୍ଷ ବିବରଣୀ ଆସିପାରିବ ଏବଂ ସ୍ୱଚ୍ଛ
କର୍ମୀଙ୍କ ମଧ୍ୟରେ ପରିମଳ ପ୍ରତିଯୋଗୀ ମନୋଭାବ ସୃଷ୍ଟି ହୋଇପାରିବ ।ଡେଙ୍ଗୁ ପ୍ରତିରୋଧ ବାବଦରେ ଆଲୋଚନା କରି କମିଶନର କହିଲେ ଯେ, ଲାର୍ଭା ଉତ୍ପତିସ୍ଥଳ ନଷ୍ଟ କାର୍ଯ୍ୟକୁ ଆକ୍ରମଣାତ୍ମକ ଢଙ୍ଗରେ କରିବାକୁ ପଡିବ ।
ଡାକ୍ତରମାନଙ୍କର ଅଂଶଗ୍ରହଣରେ ସଚେତନତା କାର୍ଯ୍ୟ ସମ୍ବେଦନଶୀଳ ଅଂଚଳରେ କରି ଗୋଷ୍ଠୀର
ଗ୍ରହଣୀୟତା, ସହଭାଗିତା ଏବଂ ସଚେତନତାକୁ ବୃଦ୍ଧି ଚାଲୁ ରଖିବାକୁ ପଡିବ, ଯାହା ଡେଙ୍ଗୁ ପ୍ରତିରୋଧରେ ସହାୟକ ହେବ ।ସମସ୍ତ ୱାର୍ଡରେ ଫଗିଙ୍ଗ ଏବଂ ମଶା ତେଳ ପକାଇବା କାର୍ଯ୍ୟ ଚାଲୁ ରହିବଯାହା ୱାର୍ଡର ସମସ୍ତ ନାଗରିକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ।ଇତି ମଧ୍ୟରେ ୧୫ ହଜାରରୁ ଉଦ୍ଧ୍ୱର୍ ମଶା ଉତ୍ପତି ସ୍ଥଳ ନଷ୍ଟ କରାଯାଇଥିବାବେଳେ ସହରାଂଚଳରେ ଥିବା ୪ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ଚିକିତ୍ସା ପାଇଁ
୧୦ଟି ଲେଖାଏଁ ବେଡ୍‌ ପ୍ରସ୍ତୁତ ରହିଥିବା କୁହାଯାଇଛି । ପ୍ରତ୍ୟେକ ୱାର୍ଡରୁ ଦୈନିକ ଫଗିଙ୍ଗ, ମଶା ତେଲ ସିଚନ, ଘର ଘର ସଂପର୍କ ଇତ୍ୟାଦିର ବିବରଣୀ ଉପସ୍ଥାପନ କରିବାକୁ କୁହାଯାଇଛି ।

ଏହି ବୈଠକରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ
ବିବରଣୀ ଉପସ୍ଥାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀଡାକ୍ତର ଅନ୍ତର୍ଯ୍ୟାମି ମିଶ୍ର, ଚିଫ୍‌ ମ୍ୟୁନିସପାଲ ମେଡିକାଲ ଅଫିସର ଡାକ୍ତର ସତ୍ୟବ୍ରତ
ଛୋଟରାୟ, ସିଟି ହେଲ୍‌ଥ ଅଫିସର ଡାକ୍ତର ଦୀପକ କୁମାର ବିଶୋଇ, ସହରାଂଳ ସ୍ୱାସ୍ଥ୍ୟମିଶନର ଡାକ୍ତର ଓ କର୍ମଚାରୀ, ସାନିଟାରୀ ଇନ୍ସପେକ୍ଟର, ୱାର୍ଡ ଅଫିସର ଏବଂ ପରିମଳ
ଏଜେନ୍ସିର ପ୍ରତିନିଧି ଓ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required