Search for:
  • Home/
  • ରାଜ୍ୟ/
  • ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ, ଯୋଗଦେବେ ୭୦୦ଶହରୁ ଉର୍ଜ କଳାକାର

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ, ଯୋଗଦେବେ ୭୦୦ଶହରୁ ଉର୍ଜ କଳାକାର

Spread the love

Loading

ସାମ୍ବାଦିକ ସମ୍ମଳନୀ ୨୦୨୪

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ, ଯୋଗଦେବେ ୭୦୦ଶହରୁ ଉର୍ଜ କଳାକାର

ଭୁବନେଶ୍ଵର ୧୫/୪, ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ତା୧୬,୦୪, ୨୦୨୪ ଠାରୁ ୨୧.୦୪.୨୦୨୪ରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଋଲିବ । ଏଥୁରେ ୭ ଶହରୁ ଉର୍ଦ୍ଧ୍ଵ କଳାକାର ଯୋଗଦେବେ ! ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଓ ରଥଯାତ୍ରା ଉପଲକ୍ଷେ ଏହି କାର୍ଯ୍ୟ କୁର୍ମ ଆୟୋଜନ କରାଯିବ । ଅନୁଷ୍ଠାନର ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ଶ୍ରୀ ସନତ୍ ମିଶ୍ର ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ଅଧୂକ ପଡ଼ୋଶୀ ତଥା ଓଡ଼ିଶାର କଳାକାର ମାନେ ନୃତ୍ୟ ପରିବେଷଣ କରିବେ । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା ଓ ତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓଡ଼ିଶା କଳାବିକାଶ କେନ୍ଦ୍ରର ସୁନାମ ଧନ୍ୟ କଳାକାରମାନଙ୍କ ସହିତ, ବିଣାପାଣି କଳା ନିକେତନ ନୃତ୍ୟ ପରିବେଷଣ କରିବେ । ସେହିପରି ଭିଲାଇ ଓ ବିଶାଖାପାଟଣାର ଭାରତନାଟ୍ୟମ୍, ହାଇଦ୍ରାବାଦର ଓଡ଼ିଶୀ ଏବଂ ଫ୍ୟୁଜନ୍, ରାଉରକେଲାର ଫୋକ୍ ଡ୍ୟାନ୍ସ, ବର୍ତମାନର ଓଡ଼ିଶୀ ଶୋଲ, କୋଲକତାର କଥକ ଡ୍ୟାନ୍ସ, ରାୟପୁରର ନୃତ୍ୟ ଶ୍ରୀଧାରା, ଚୌଦ୍ଵାରର ପଦ୍ମଶ୍ରୀ ଗୁରୁ ଉଚ୍ଛବ ଦାସଙ୍କର ବିଶ୍ଵ ପ୍ରସିଦ୍ଧ ଘୋଡ଼ାନାଚ, ରାୟଗଡ଼ାର ଧେନୁସା ଟ୍ରାଇବଲ ଡ୍ୟାନ୍ସ, ବିଳାସପୁରର କ୍ରିଏଟିଭ୍, ଗଜପତିର ମାହାରିଗ୍ରୁପ୍‌ର ପଲ୍ଲିନୃତ୍ୟ, ଆଠଗଡ଼ର ଫୋକ୍ ଡ୍ୟାନ୍ସ, ଓଡ଼ିଶାର ସୁନାମଧନ୍ୟ କଳାକର ମାନେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିବେ । ଏହି ଉତ୍ସବକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଓଡ଼ିଶା, ଭୁବନେଶ୍ଵର ମହାନଗର ନିଗମ, କେନ୍ଦ୍ର ପୂର୍ବାଞ୍ଚଳ ସାଂସ୍କୃତିକ (କଲିକତା) ସହାୟତା କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ଶିବାନନ୍ଦ ରାୟ, ଅନୁଷ୍ଠାନର ମୁଖପାତ୍ର ଲିଙ୍ଗରାଜ ସାହୁ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା ପ୍ରମୁଖ ସୂଚନା ପ୍ରଦାନ କରିଥିଲେ। ଏଥିରେ ରତିକାନ୍ତ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଶ୍ରୀବତ୍ସ ପତି, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ତପନ ମହାସୁଆର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ।

Leave A Comment

All fields marked with an asterisk (*) are required