Search for:
  • Home/
  • ରାଜ୍ୟ/
  • ଏକ ବିରାଟ ନିର୍ବାଚନୀ ସଭାର ଆୟଜନ ସ୍ଥାନୀୟ ପବିତ୍ର ଐତିହାସିକ ଭୈରବ ପଡ଼ିଆଠାରେ ଅନୁଷ୍ଟିତ

ଏକ ବିରାଟ ନିର୍ବାଚନୀ ସଭାର ଆୟଜନ ସ୍ଥାନୀୟ ପବିତ୍ର ଐତିହାସିକ ଭୈରବ ପଡ଼ିଆଠାରେ ଅନୁଷ୍ଟିତ

Spread the love

Loading

ଭୁବନେଶ୍ୱର:ବିଜୁ ଜନତା ଦଳ କୋଟପାଡ ବିଧାନସଭା କ୍ଷେତ୍ରରେ ଆଜି ଏକ ବିରାଟ ନିର୍ବାଚନୀ ସଭାର ଆୟଜନ ସ୍ଥାନୀୟ ପବିତ୍ର ଐତିହାସିକ ଭୈରବ ପଡ଼ିଆଠାରେ ଅନୁଷ୍ଟିତ ହୋଇଥିଲା। ଉକ୍ତ ସଭରେ ଆମ ସବୁରି ପ୍ରିୟ ମାନ୍ୟବର 5t ଅଧ୍ୟକ ଶ୍ରୀଯୁକ୍ତ VK ପାଣ୍ଡିୟାନ୍ ମହୋଦୟ ଆସି ଜନସାଧାରଣଙ୍କୁ ବିଗତ ଦିନରେ BJD ତରଫରୁ କଣ କଣ ଲୋକାଭିମୁଖୀ କାର୍ଯ୍ୟକ୍ରମ ହେଇଥିଲା ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରି ରହିଚି ତାହର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନା କରିବା ସାଥେ ସାଥେ ଆଗାମି ଦିନରେ କୋଟପାଡ ବିକାଶକୁ ଆହୁରି ତରାନିତ୍ଵ କରାଯିବ ସହିତ କୋଟପାଡ ଅଞ୍ଚଳର ସାମୁହିକ ବିକାଶ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପରିପ୍ରକାଶ କରିଥିଲେ। ଅସ୍ଥାୟୀ ହେଲିପେଡରୁ ଦଳ ତତଫରୁ ଭବ୍ୟସମ୍ବର୍ଦ୍ଧନା ପାଇବ ପରେପରେ ସିଧାଆସି ଜନସାଧାରଣଙ୍କୁ ଅତି ନିକଟରୁ ମିଶିବା ଆରମ୍ଭ କରି ପରେ ମଞ୍ଚ ଉପରକୁ ଆସିଥିଲେ। ସାଂସଦ ଯୁବ ପ୍ରାର୍ଥୀ ପ୍ରଦୀପ ମାଝୀ ଙ୍କ ମନଛୁଆଁ ଭାଷଣ ସହିତ ବିଧାୟକ ପ୍ରର୍ଥୀ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମାଝୀଙ୍କ ଲୋକପ୍ରିୟ ନାମ ଓରଫ କୁମୁଟି ମାଝୀ, କୁମଟି ମାଝୀ,, ନାରାରେ ମଞ୍ଚସ୍ଥଳୀ ନିକଟରେ ଚାପା ଗୁଞ୍ଜରଣ ସୃଷ୍ଟି ହେବା ପରିଲିକ୍ଷୀତ ହୋଇଥିଲା। ଏ ଅବସରରେ ବିଗତ ଦିନର BJP ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଖଗେସ ପୂଜାରୀ ତାଙ୍କ ଶତାଧିକ କର୍ମୀଙ୍କ ସହିତ ଆସି ଆଜି ମଞ୍ଚ ଉପରେ BJD ରେ ସାମିଲ୍ ହୋଇଥିଲେ। ଏବଂ ବୋରିଗୁମ୍ମା ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଶ୍ରିଯୁକ୍ତ ନିଶିକାନ୍ତ ପାଣି ମଧ୍ଯ BJD ରେ ଯୋଗଦାନ୍ କରିଥିଲେ। ଏ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା KCC ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ଜାଗା ମିଶନର ଉପଦେଷ୍ଟା ଭାଇ ହରିଶଙ୍କର ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ୍, କୋଟପାଡ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ରଥ,ସାଙ୍ଗକୁ ଜିଲ୍ଲା ତଥା କୋଟପାଡ ନିର୍ବାଚନ ମଣ୍ଡଳୀର କୁନ୍ଦୁରା, ବୈପାରିଗୁଡ, ବୋରିଗୁମ୍ମା, କୋଟପାଡ ଅଞ୍ଚଳର ଅନେକ ଦଳୀୟ ପଦାଧିକାରୀ, ମହିଳା, ଯୁବ, ଛାତ୍ର, ବିଜୁ ପ୍ରେମୀ, BJD ପ୍ରେମୀ ଉପସ୍ଥିତ ରହି ଆଜିକାର ମୂଖ୍ୟ ଆକର୍ଷକ ଶ୍ରୀଯୁକ୍ତ VK ପାଣ୍ଡିୟାନ୍ ମହୋଦୟଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିବାରୁ 5t ଅଧ୍ୟକ୍ଷ ଆଜିର ଏ ବିରାଟ ଜନ ସମୁଦ୍ରକୁ ଦେଖି ଏବଂ ଜନସାଧାରଣଙ୍କ BJD ପ୍ରତି ରହିଥିବା ସମର୍ଥନକୁ ଦେଖି ନିଜେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ଏଣୁ ପୁଣି ଥରେ ଅଶାନ୍ତ ଜୁନ୍ କିମ୍ବା ଜୁଲାଇରେ କୋଟପାଡ ଆସିବାକୁ କଥା ଦେଇ ବିଦାୟ ନେଲେ

Leave A Comment

All fields marked with an asterisk (*) are required