Search for:
  • Home/
  • ରାଜ୍ୟ/
  • କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ବହୁ ଯୁବକ ଯୁବତୀ

କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ ଦେଲେ ବହୁ ଯୁବକ ଯୁବତୀ

Spread the love

Loading

କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଇ କଂଗ୍ରେସରେ ଯୋଗ

ଦେଲେ ବହୁ ଯୁବକ ଯୁବତୀ

ଭୁବନେଶ୍ୱର : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ
ତଥା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆସ୍ଥା
ପ୍ରକଟ କରି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବହୁ ଶିକ୍ଷିତ ଯୁବକ ଯୁବତୀ
ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତିଙ୍କ ନେତୃତ୍ୱରେ ଆଜି କଂଗ୍ରେସ
ଦଳରେ ସାମିଲ ହେଲେ । ଆଜି ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ଶ୍ରୀ ଶରତ
ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା,
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ବରିଷ୍ଠ
ଉପସଭାପତି ଶିବାନନ୍ଦ ରାୟ, ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି
ବେହେରା, ପିସିସି ସାଧାରଣ ସଂପାଦକ ସୁବ୍ରତ ମହାପାତ୍ର ଏବଂ ଜିଲ୍ଲା ଉପସଭାପତି
ଶୁଭଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳରେ ଯୋଗଦେଇଥିବା
ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳକୁ ସ୍ୱାଗତ କରିଥିଲେ । ଏହି
ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ
ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ପରେ ସାରା ଭାରତବର୍ଷର ଯୁବଶକ୍ତିମାନେ
ରାହୁଲ ଗାନ୍ଧୀଙ୍କ ବିଚାରଧାରାକୁ ଆପଣାଇ ନେଇଛନ୍ତି । ଦୀର୍ଘ ୨୩ ବର୍ଷ ଧରି
ଓଡ଼ିଶାର ବିଜେଡ଼ି ସରକାର ଓଡ଼ିଶାର ଯୁବକ ଓ ଯୁବତୀମାନଙ୍କ ଭାଗ୍ୟ ସହିତ
ଖେଳ ଖେଳୁଛନ୍ତି । ବର୍ଷକୁ ୨ ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ
ବର୍ଷକୁ ୨ଶହ ଚାକିରି ମଧ୍ୟ ଦେଲେ ନାହିଁ । ଲକ୍ଷ ଲକ୍ଷ ପଦବୀ ସବୁ ବିଭାଗରେ ପଡ଼ି
ରହିଛି କିନ୍ତୁ ପୂରଣ କରିବା ପରିବର୍ତେ ଏ ସବୁ ପଦବୀ ଗୁଡ଼ିକ ବର୍ଷ ବର୍ଷ ଧରି
ଫାଙ୍କା ପଡ଼ିରହୁଛି । ଶିକ୍ଷିତ ଯୁୂବକ ଯୁବତୀମାନେ ମାନେ ଚାକିରି ଆଶାରେ
ବର୍ଷ ବର୍ଷ ଧରି ପଡ଼ିରହୁଛନ୍ତି । ଏହି ଯୁବକମାନଙ୍କ ଯୋଗଦାନ ଫଳରେ କଂଗ୍ରେସ
ଅଧିକ ଶକ୍ତିଶାଳୀ ହେବବୋଲି ଶ୍ରୀ ପଟ୍ଟନାୟକ ଆଶାପୋଷଣ କରିଛନ୍ତି ।
ସର୍ବଶ୍ରୀ ଜି. କେଶବ ଦାସ, ରାଜା ରାଓ, ବିଜୟ କୁମାର ବାରିକ, ପ୍ରିୟମ୍ବଦା
ପ୍ରିୟଦର୍ଶିନୀ, ବୈଶାଳୀ ପାତ୍ର, ଅଭିଶେକ ସୁବୁଦ୍ଧି, ଅସିମ କୁମାର ସେଠୀ,
କିଶୋର ଦାସ, ସନ୍ତୋଷ ଶର୍ମା, ସୁଜିତ ସ୍ୱାଇଁ, ଏମଡି ମାଜିତ, ସନ୍ତୋଷ ଶର୍ମା,
ତ୍ରିଲୋଚନ ରାଓ, ବିଜୟ ଜେନା, ଶଙ୍କର ମିଶ୍ର, ଅଭିନାଶ ବାରିକ, ଗୋବିନ୍ଦ
ବେହେରା, ସୋମନାଥ ବାରିକ, ଅଭିଜିତ ଜେନା ପ୍ରମୁଖ ଆଜି କଂଗ୍ରେସ ଦଳରେ
ଯୋଗଦେଇ ଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଦାସ, ଓ ପିସିସି ଗଣମାଧ୍ୟମର
ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required