Search for:
  • Home/
  • ରାଜ୍ୟ/
  • ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦ୍ରାପଡାର ବିକାଶପ୍ରତି ସମ୍ପୂର୍ଣ୍ଣ ଉଦାସୀନ- କଂଗ୍ରେସ

ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦ୍ରାପଡାର ବିକାଶପ୍ରତି ସମ୍ପୂର୍ଣ୍ଣ ଉଦାସୀନ- କଂଗ୍ରେସ

Spread the love

Loading

ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦ୍ରାପଡାର ବିକାଶପ୍ରତି ସମ୍ପୂର୍ଣ୍ଣ ଉଦାସୀନ- କଂଗ୍ରେସ

କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ କେନ୍ଦ୍ରାପଡାକୁ ରେଳ ସେବା ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାରର ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ରାଜ୍ୟ ସେକାର ଇତି ମଧ୍ୟରେ ୧୫ଗୋଟି ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ ମଧ୍ୟ କେନ୍ଦ୍ରାପଡାକୁ ଅଣଦେଖା କରି ଚାଲିଛନ୍ତି । ଜିଲ୍ଲା ସଦର ମହକୁମାର ଚିକିତ୍ସାଳୟ ଗତ ୨୦୨୩ ଜାନୁୟାରୀରେ ମିନିସିପାଲଟି ବାହାରକୁ ସ୍ଥାନାନ୍ତରିତ ହେତୁ ପୌରବାସୀ ତଥା ପଡୋସୀ କେନ୍ଦ୍ରାପଡା ଓ ଡେରାବିଶର ପ୍ରାୟ ୧ଲକ୍ଷ ଲୋକ ଚିକିତ୍ସା ସୁବିଧାରୁ ବଞ୍ôଚତ ହୋଇଛନ୍ତି । ଏଥି ନିମନ୍ତେ ଦୀର୍ଘ ୫୪ଦିନ ବ୍ୟାପି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଗଣ ଧାରଣା ଦିଆଯାଇଥିଲା । ମୁଖ୍ୟ ଚିକିତ୍ସାଳୟ ସ୍ଥାନରେ ଅର୍ବନ ସିଏଚସି ବା ସିଟି ହସପିଟାଲ ପ୍ରତିଷ୍ଠା ପାଇଁ ଦାବିକୁ ସରକାର ଉପେକ୍ଷା କରି ଚାଲିଛନ୍ତି । ଏଥି ସହ କେନ୍ଦ୍ରପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ସର୍ବ ବୃହତ ମହାବିଦ୍ୟାଳୟ ହୋଇଥିଲେ ହେଁ ଛାତ୍ର, ଶିକ୍ଷକ ଓ ଅଭିଭାବକ ମିଳିତ ଦାବି ସତ୍ତ୍ୱେ ସରକାର ଏହାକୁ ବିଶ୍ୱବିଦ୍ୟାଳୟରେ ମାନ୍ୟତା ଦେଉନାହାନ୍ତି । ରାଜ୍ୟର କେତେକ ମହାବିଦ୍ୟାଳୟର ଆକାର ଓ ଉତ୍କୃଷ୍ଟତା ଦୃଷ୍ଟିରୁ ପଛରେ ଥାଇ ମଧ୍ୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇସାରିଛନ୍ତି । କିନ୍ତୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଶୁଭ ଦୃଷ୍ଟି ପଡିପାରୁନାହିଁ । ସୁତରାଂ କଂଗ୍ରେସ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ଏହି ଦାବି ଗୁଡିକୁ ନେଇ “ମାଟି ପାଇଁ ପାଟି ଖୋଲ”, “ମାଟି ପାଇଁ ମାଡି ଚାଲ” ଆନ୍ଦୋଳନ କରି ବିଫଳ ହେବାରୁ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ ନିଷ୍ପତ୍ତି ନେଇଥିଲା । ଶାସକ ଦଳର ଲୋକପ୍ରତିନିଧିମାନେ ଏ ସମ୍ପର୍କରେ ନୀରବ ରହୁଥିବା ଦୃଷ୍ଟିରୁ ସରକାର ଦାବି ଗୁଡିକୁ ବିଚାରକୁ ନେଉନାହାଁନ୍ତି । ଯାହା ଅତ୍ୟନ୍ତ କ୍ଷୋଭର ବିଷୟ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପୌରହିତ୍ୟ କରି କହିଥିଲେ ଯେ, ସେ ଏବଂ କଂଗ୍ରେସ ଦଳ କେନ୍ଦ୍ରାପଡାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଦାବି ପୂରଣ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ । କେନ୍ଦ୍ରାପଡା ବାସୀଙ୍କୁ ପ୍ରତିଶ୍ରୁତି ଦେଇ ଶ୍ରୀ ବେହେରା କହିଥିଲେ ଯେ “ମୋତେ ବିଧାନସଭା ପଠାନ୍ତୁ, ବିଧାନ ସଭାରୁ କେନ୍ଦ୍ରାପଡାର ସ୍ୱର ଶୁଣନ୍ତୁ” । “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା କଂଗ୍ରେସ ସଭାପତି ଲୋକାନାଥ ମହାରଥୀ, ବରିଷ୍ଟ କଂଗ୍ରେସ ନେତା ରତିିକାନ୍ତ କାନୁନଗୋ, ଯୁବ ନେତା ତଥା ଯୁବ ଇଂ ସିଦ୍ଧାର୍ଥ ସ୍ୱରୁପ ଦାସ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ଜିଲ୍ଲା ଓବିସି କଂଗ୍ରେସ ସଭାପତି ମଳୟ ଦାସ, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ଜେନା, ଡିସିସି ସାଧାରଣ ସମ୍ପାଦକ ଅଭିସେକ ବିଶ୍ୱାଳ ଓ ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ ଭାଷଣ ଦେଇ କେନ୍ଦ୍ରାପଡାର ଅବିଚାର ଅନ୍ତ ଘଟାଇବା ନିମନ୍ତେ ଆଗାମୀ ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ ବିଧାନସଭାକୁ ନିର୍ବାଚିତ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରର ଶେଷରେ ଶହଶହ କଂଗ୍ରେସ କର୍ମୀ ଜେଲ ଭରୋ ଆନ୍ଦୋଳନରେ ସାମିଲ ହୋଇ ପୋଲିସ ସହ ଧସ୍ତାଧସ୍ତି ହେବାରୁ ପୋଲିସ ଆଇନ ଅମାନ୍ୟ ଆନ୍ଦୋଳନରେ ସମସ୍ତଙ୍କୁ ଗିରଫ କରାଗଲା ବୋଲି ଘୋଷଣା କରିଥିଲା ଓ ଶତାଧିକ କର୍ମୀଙ୍କୁ ଗିରଫ କରି ପୋଲିସ ଭ୍ୟାନରେ ଏସପି କାର୍ଯ୍ୟାଳୟକୁ ନେଇଯାଇଥିଲେ ।

Leave A Comment

All fields marked with an asterisk (*) are required