Search for:
  • Home/
  • ରାଜ୍ୟ/
  • ରଞ୍ଜନ ଯୋଗ ଅନୁଷ୍ଠାନ ପକ୍ଷରୁ ବିଦେଶୀ ମାନଙ୍କର ଅଭିନନ୍ଦନ ସମ୍ବର୍ଧନା ଉତ୍ସବ ପାଳିତ।

ରଞ୍ଜନ ଯୋଗ ଅନୁଷ୍ଠାନ ପକ୍ଷରୁ ବିଦେଶୀ ମାନଙ୍କର ଅଭିନନ୍ଦନ ସମ୍ବର୍ଧନା ଉତ୍ସବ ପାଳିତ।

Spread the love

Loading

ରଞ୍ଜନ ଯୋଗ ଅନୁଷ୍ଠାନ ପକ୍ଷରୁ
ବିଦେଶୀ ମାନଙ୍କର ଅଭିନନ୍ଦନ ସମ୍ବର୍ଧନା ଉତ୍ସବ ପାଳିତ।

ଭୁବନେଶ୍ୱର:ରଞ୍ଜନ ଯୋଗ ଅନୁଷ୍ଠାନ ପକ୍ଷରୁ
ବିଦେଶୀମାନଙ୍କୁ ଯୋଗଶିକ୍ଷା ଦେଇ ସମ୍ବର୍ଧିନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିବାନନ୍ଦ ଯୋଗ ସେଣ୍ଟେନାରି ସ୍କୁଲ ତଥା କସ୍ମିକ ୱାନନେସ ମୁଭେଣ୍ଟ ର ପ୍ରତିଷ୍ଠାତା ସ୍ୱାମୀଜୀ ଶିବ ଚିଦାନନ୍ଦ ସରସ୍ୱତୀ ଯୋଗଦାନ କରି ଶୁଭାରମ୍ଭ କରିଥିଲେ।
ପରେ ପରେ ବିଦେଶୀମାନଙ୍କୁ ଭାରତୀୟ ଯୋଗଶିକ୍ଷା ର ମାନପତ୍ର ସହ ଉପଢ଼ୌକନ ପ୍ରଦାନ କରିଥିଲେ।
ବିଦେଶୀମାନେ ବିଭିନ୍ନ ଦେଶରୁ ଆସିଥିବା ଯଥା ମାରିୟାନା ମୋରିଲୋ ମାର୍ଟିନ (ସ୍ପେନ),ସିୟଙ୍ଗ ପାର୍କ (କୋରିଆ), ଏଡୁଆର୍ଡ କାରଡୋସ (ପର୍ତ୍ତୁଗାଲ), ରୋଡ଼ଲୋ ଫେ ସ୍ପଉରନବର୍ଜ (କାଜାଖସ୍ତାନ), ୟୁନସ୍ ଓ୍ୱାଫା (ଜର୍ମାନୀ), ମାରିଆ ସୋଫିଆ ଟୋରାଲଡୋ (ଇଟାଲୀ), କାର୍ଲୋଟା ମାସୋ ଜିରାଲ୍ଟ (ସ୍ପେନ), ଗ୍ରେତା ରାଇମୋଣ୍ଡି (ଇଟାଲୀ), ଲୁକାସ ମାଗ୍ରାନସ୍ (ଫ୍ରାନ୍ସ), ଲୋରେନ ମାକ୍ଲୋଡ୍ (ସ୍କଟଲାଣ୍ଡ) ।
ରଞ୍ଜନ ଯୋଗ ତରଫରୁ ୬ ମାସ ଧରି ୟମ, ନିୟମ,ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ,ସମାଧି ଓ ଯୋଗ ନିଦ୍ରାର ପ୍ରଣାଳୀ ଯୋଗଶିକ୍ଷା ଦିଆଯାଉଥିଲା। ଶେଷରେ ଓକିଲ ଶିବାନନ୍ଦ ରାମକୃଷ୍ଣ ନନ୍ଦ ଧନ୍ୟବାଦ ଦେଇ କାର୍ଯ୍ୟକୁ ସମାପନ କରିଥିଲେ।

Leave A Comment

All fields marked with an asterisk (*) are required