Search for:
  • Home/
  • ରାଜ୍ୟ/
  • ସତ୍ୟନଗର ଲେଡ଼ିଜ ଫୋରମର ମାତୃଦିବସ ପାଳନ ଉତ୍ସବ

ସତ୍ୟନଗର ଲେଡ଼ିଜ ଫୋରମର ମାତୃଦିବସ ପାଳନ ଉତ୍ସବ

Spread the love

Loading

ସତ୍ୟନଗର ଲେଡ଼ିଜ ଫୋରମର ମାତୃଦିବସ ପାଳନ ଉତ୍ସବ

ଭୁବନେଶ୍ୱର:୧୨ ମଇ , ରବିବାର ଦିନ ବୁଦ୍ଧ ମନ୍ଦିର, ୟୁନିଟ – ୯ ପ୍ରାଙ୍ଗଣରେ ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ବିଶ୍ୱ ମାତୃତ୍ୱ ଦିବସ ପାଳନ ଉତ୍ସବ – ୨o୨୪ ଆୟୋଜିତ ହୋଇଯାଇଛି l ଏଥିରେ ଅତିଥି ରୂପେ ପ୍ରତିଭା ମହାରଥୀ, ରୋଜାଲିନ ପାଟଶାଣୀ ମିଶ୍ର, ଅମୀୟବାଲା ପରିଡା, ଶ୍ରୁତକୀର୍ତ୍ତି ତ୍ରିପାଠୀ, ଡ଼ ସୁତପା ବିଶ୍ୱାସ ଏବଂ ୟାସମିନ ହବିବ ଆଦି ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀନିବାସ ରାଓଙ୍କ ତତ୍ୱାବଧାନରେ ସାଧନା ମ୍ୟୁଜିକାଲ ଗ୍ରୁପ ଏବଂ ସତ୍ୟନଗର ଏସବିଆଇ ବ୍ରାଞ୍ଚ ମ୍ୟାନେଜର ଦିଲୀପ ପରିଡା ସଙ୍ଗୀତ ପରିବେଷଣ କରିଥିଲେ l ‘ ଓଡ଼ିଆଣୀ ବେଶଭୂଷା ପ୍ରତିଯୋଗିତା ‘ ରେ ସରୋଜିନୀ ମିଶ୍ର, ମନୋରମା ପାତ୍ର, ପ୍ରତିମା ମଣ୍ଡଳ ଏବଂ ରଞ୍ଜିତା ପାଟ୍ଟନାୟକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଏବଂ ସାନ୍ତ୍ୱନାମୂଳକ ପୁରସ୍କାର ଲାଭ କରିଥିଲେ l ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶେଷରେ ପୁରସ୍କାର ବିତରଣ ଉତ୍ସବ କରାଯାଇଥିଲା l ସତ୍ୟନଗର ଲେଡ଼ିଜ ଫୋରମର ସଦସ୍ୟା ଶୁଭେଦିତା ରାୟ, ପ୍ରତିମା ତ୍ରିପାଠୀ, ଦୀପ୍ତି ବେହେରା, ସରିତା ପଟ୍ଟନାୟକ, ଦିପ୍ତୀପ୍ରଭା ରଥ, ଉମା ଶତପଥୀ, କାଜଲ ମହାପାତ୍ର, ସୋନାଲି ମହାପାତ୍ର, ସ୍ବର୍ଣ୍ଣବାଳା ନାୟକ, ବିଦ୍ୟୁତପ୍ରଭା ଦାସ ଓ ରୀନା ନାୟକ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଅନସୂୟା ସାହୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ ଏହାକୁ ପରିଚାଳନା କରିଥିଲେ l

Leave A Comment

All fields marked with an asterisk (*) are required