Search for:
  • Home/
  • Uncategorized/
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।

Spread the love

Loading

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ସାରା ଓଡ଼ିଶାରେ ପାଳନ ହେଉଛି ବୋଇତ ବନ୍ଦାଣ ଉତ୍ସବ। ଓଡ଼ିଆଙ୍କ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ଜଳାଶୟରେ ଭୋରରୁ ଡଙ୍ଗା ଭସାଇଛନ୍ତି ଲୋକେ। ଡଙ୍ଗା ଭସାଇବା ପାଇଁ ଭୁବନେଶ୍ୱର.କଟକ ଗଡ଼ଗଡ଼ିଆ ଘାଟ, ଭୁବନେଶ୍ୱର ବିନ୍ଦୁ ସାଗର ଦୟା ବିଭିନ୍ନ ପୀଠରେ ଓ ନଦୀ ରେ , ପୁରୀ ମହୋଦଧି ଓ କେନ୍ଦୁଝର ଜିଲ୍ଲା ଘଟଗାଁରେ ମା’ ତାରିଣୀଙ୍କ ପୀଠରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜିଠାରୁ ଆରମ୍ଭ ହେଉଛି କଟକ ଐତିହାସିକ ବାଲିଯାତ୍ରା। ଆଜି ସନ୍ଧ୍ୟାରେ ଏହା ଉଦ୍ଘାଟିତ ହେବ। ଚଳିତ ବର୍ଷ ବାଲିଯାତ୍ରାରେ ରହିଛି ୧୪୦୦ ରୁ ଅଧିକ ଷ୍ଟଲ୍।

Leave A Comment

All fields marked with an asterisk (*) are required