Search for:
  • Home/
  • ରାଜ୍ୟ/
  • ପାଣ୍ଡିଆନଙ୍କୁ କ୍ଷମତା ଦେବା ପାଇଁ ନବୀନ ବାବୁ ୨ଟି ଆସନରୁ ଲଢ଼ୁଛନ୍ତି : ସମୀର ମହାନ୍ତି

ପାଣ୍ଡିଆନଙ୍କୁ କ୍ଷମତା ଦେବା ପାଇଁ ନବୀନ ବାବୁ ୨ଟି ଆସନରୁ ଲଢ଼ୁଛନ୍ତି : ସମୀର ମହାନ୍ତି

Spread the love

Loading

ପାଣ୍ଡିଆନଙ୍କୁ କ୍ଷମତା ଦେବା ପାଇଁ ନବୀନ ବାବୁ ୨ଟି ଆସନରୁ ଲଢ଼ୁଛନ୍ତି
: ସମୀର ମହାନ୍ତି

 ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ପାଣ୍ଡିଆନଙ୍କୁ ଓଡିଶା ବିଧାନସଭାକୁ ଆଣିବା, ତାଙ୍କ ହାତରେ ଓଡିଶା ଶାସନ ଦେବା । ଏହା ଓଡିଆ ସ୍ୱାଭିମାନର ଅପମାନ
 ୫ଟି ନାଁରେ ଯେଭଳି ଭାବରେ ଗଣତନ୍ତ୍ରର ହତ୍ୟା ହେଲା ତାହା ଓଡିଶା ଲୋକେ ଭୁଲି ନାହାନ୍ତି
 ବିଧାୟକ, ସାଂସଦମାନଙ୍କୁ ଅସମ୍ମାନିତ କରାଗଲା, ଟେଂଟ ବାନ୍ଧିବା ପାଇଁ କୁହାଗଲା, ଜଳଖିଆ କଥା ବୁଝିବା ପାଇଁ ଦାୟୀତ୍ୱ ଦିଆଯିବା ଦୁର୍ଭାଗ୍ୟଜନକ
 ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ନିଜର ଉତରାଧିକାରୀ ଭାବେ ବାଛି ଓଡିଶାକୁ ଭୟଙ୍କର ବିପତି ଭିତରକୁ ଠେଲି ଦେବା ପାଇଁ ଷଡଯନ୍ତ୍ର କରିଛନ୍ତି

ଭୁବନେଶ୍ୱର, ତା.୨୬/୦୪: ଭୈରବ ପାଣ୍ଡିଆନଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି । ଏଥିରୁ ପ୍ରମାଣିତ ହୋଇଗଲା ଯେ, ସେ ହେଉଛନ୍ତି ବିଜେଡିର ଦୁଇ ନମ୍ବର ନେତା । ନବୀନ ବାବୁଙ୍କ ପରେ ସେ ହେଉଛନ୍ତି ବିଜେଡିର ନୂଆ ମାଲିକ । ନବୀନ ବାବୁ ଦୁଇଟା ଆସନ ଲଢିବା ପଛର ଉଦ୍ଦେଶ୍ୟ ହେଉଛି ଗୋଟିଏ ଆସନ ପାଣ୍ଡିଆନଙ୍କ ପାଇଁ ଖାଲି କରିବା, ଓଡିଶାବାସୀ ଏହା ଜାଣିସାରିଲେଣି । ଏଥର ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ପାଣ୍ଡିଆନଙ୍କୁ ଓଡିଶା ବିଧାନସଭାକୁ ଆଣିବା, ତାଙ୍କ ହାତରେ ଓଡିଶା ଶାସନ ଦେବା । ଏହା ଓଡିଆ ସ୍ୱାଭିମାନର ଅପମାନ । ଓଡିଆ ଅସ୍ମିତା ଉପରେ କୁଠାରଘାତ । ବିଗତ ଦିନମାନଙ୍କରେ ୫ଟି ନାଁରେ ଯେଭଳିଭାବରେ ଗଣତନ୍ତ୍ରର ହତ୍ୟା ହେଲା ତାହା ଓଡିଶା ଲୋକେ ଭୁଲି ନାହାନ୍ତି । ଯେଉଁଭଳି ଭାବରେ ବିଧାୟକ, ସାଂସଦମାନଙ୍କୁ ଅସମ୍ମାନିତ କରାଗଲା, ଟେଂଟ ବାନ୍ଧିବା ପାଇଁ କୁହାଗଲା, ଜଳଖିଆ କଥା ବୁଝିବା ପାଇଁ ଦାୟୀତ୍ୱ ଦିଆଗଲା ତାହା ଦୁର୍ଭାଗ୍ୟଜନକ ଥିଲା । ଓଡିଶାର ଲୋକେ ଏଥର ଓଡିଆଙ୍କ ପ୍ରତି ହୋଇଥିବା ଅପମାନର ଉଚିତ ଜବାବ ଦେବେ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ୫ଟି ନାଁରେ ଯେଉଁଭଳି ରୂପାନ୍ତରଣର ଆଳ ଦେଖାଇ ୪୦ ହଜାର କୋଟିର ଘୋଟାଲା ହୋଇଛି, ଏହାର ଜବାବ ଏଥର ଲୋକ ଦେବେ । ୫-ଟି ନାଁରେ ଭିକେ ପାଣ୍ଡିଆନ ସରପଂଚରୁ ନେଇ ସାଂସଦ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପମାନିତ କଲେ । ଏବେ ମୁଖ୍ୟମନ୍ତ୍ରୀ ସେହି ଭିକେ ପାଣ୍ଡିଆନଙ୍କୁ ନିଜର ଉତରାଧିକାରୀଭାବେ ବାଛି ଓଡିଶାକୁ ଭୟଙ୍କର ବିପତି ଭିତରକୁ ଠେଲି ଦେବା ପାଇଁ ଷଡଯନ୍ତ୍ର କରିଛନ୍ତି । ଓଡିଶାର ଲୋକ ଏଥର ବିଜୁ ଜନତା ଦଳକୁ ଭୋଟ ନଦେଇ ନବୀନ ବାବୁଙ୍କର ସେହି ଷଡଯନ୍ତ୍ରକୁ ସଫଳ କରାଇ ଦେବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required