Search for:
  • Home/
  • ରାଜ୍ୟ/
  • ଯୋଡ଼ା ପୌରପାଳିକା କାଉନସିଲର ଉପ ନିର୍ବାଚନରେ ବିଜେଡିର ବାଜିମାତ

ଯୋଡ଼ା ପୌରପାଳିକା କାଉନସିଲର ଉପ ନିର୍ବାଚନରେ ବିଜେଡିର ବାଜିମାତ

Spread the love

Loading

ଯୋଡ଼ା ପୌରପାଳିକା କାଉନସିଲର ଉପ ନିର୍ବାଚନରେ ବିଜେଡିର ବାଜିମାତ

କେନ୍ଦୁଝର,30/11:କେନ୍ଦୁଝର ଜିଲ୍ଲାର ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ କାଉନସିଲର ଉପନିର୍ବାଚନ ପ୍ରକ୍ରିୟାର ଗଣତି ଶେଷ ହୋଇଛି । ଗତକାଲି ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲାବେଳେ ଆଜି ଯୋଡ଼ା ପୌର କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇଛି। ଉପ ନିର୍ବାଚନରେ ଆସନଟିକୁ ବିଜେଡି ପୁଣି ହାତେଇ ନେଇଛି । ବିଜେଡିର ଶୁଭମ୍ ନାଏକ ୮୦୬ ଖଣ୍ଡ ଭୋଟ ପାଇ କାଉନସିଲର ଭାବରେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଭଞ୍ଜ କିଶୋର ନାଏକଙ୍କୁ ୫୭୭ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜେପିକୁ ୨୨୯ ଖଣ୍ଡ ଭୋଟ ମିଳିଥିଲା ବେଳେ, କଂଗ୍ରେସକୁ ୨୧, ସ୍ଵାଧୀନ ପ୍ରାର୍ଥୀଙ୍କୁ ୧୧୪, ନୋଟାରେ ୧୦ ଖଣ୍ଡ ଭୋଟ ପଡ଼ିଛି । ଗତ ୨୦୨୨ ଡ଼ିସେମ୍ବର ୧ ତାରିଖରେ କାଉନସିଲର ଜୟରାମ ନାଏକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ୮ ନମ୍ବର ୱାର୍ଡ କାଉନସିଲର ପଦବୀଟି ଖାଲି ପଡ଼ିଥିଲା । ତାଙ୍କ ଭାଇ ଶୁଭମ୍ ନାଏକ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ଫଳାଫଳ ଘୋଷଣା ପରେ ବିଜେଡିର କ୍ୟାମ୍ପରେ ଆନନ୍ଦର ଲହରୀ ଖେଳିଯାଇଛି । ଉତ୍ସାହିତ ବିଜେଡି, କର୍ମୀ ନବ ନିର୍ବାଚିତ କାଉନସିଲରଙ୍କୁ ସାଥିରେ ଧରି ସହର ପରିକ୍ରମା କରିଛନ୍ତି। ଜୟ ବିଜେଡି, ଜୟ ନବୀନ ଧ୍ୱନୀରେ ପୁରା ଯୋଡ଼ା ସହର ପ୍ରକମ୍ପିତ ହୋଇ ଉଠିଥିଲା । ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଯୋଡ଼ା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ବିଜୟୀ କାଉନସିଲରଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଜୟ ଉତ୍ସବରେ ଯୋଗଦେଇଥିଲେ।

Leave A Comment

All fields marked with an asterisk (*) are required