Search for:
  • Home/
  • ରାଜ୍ୟ/
  • ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର । ବିଷୟ-ଓଡ଼ିଶାର ସଂସ୍କୃତି ଓ ପରମ୍ପରା

ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର । ବିଷୟ-ଓଡ଼ିଶାର ସଂସ୍କୃତି ଓ ପରମ୍ପରା

Spread the love

Loading

ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର ।
ବିଷୟ-ଓଡ଼ିଶାର ସଂସ୍କୃତି ଓ ପରମ୍ପରା

ଭୁବନେଶ୍ୱର- ତା୦୧.୦୯.୨୦୨୩ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୦ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ତଥା କୁଳପତି, ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର । ସମ୍ମାନନୀୟ ଅତିଥି ତଥା ସଭା ପରିଚାଳନା କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ । ଅନ୍ୟତମ ସମ୍ମାନନୀୟା ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ସାହୁ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ କେଦାରନାଥ ପାଢ଼ୀ ।ଏହି ଅବସରରେ ମୁଖ୍ୟ ବକ୍ତା ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ କହିଥିଲେ -ସଂସ୍କୃତି ଗୋଟିଏନିର୍ଦ୍ଦିଷ୍ଟ ଜାତିର ଜୀବନ ଧାରା । ଜୀବନ ପ୍ରବାହରେ ଏହା ପ୍ରତି ଫଳିତ ହୁଏ । ତାହାର ମୂଲ୍ୟବୋଧ,ବିଶ୍ୱାସ, ଆଚାର ବ୍ୟବହାର, ଚଳଣି, ରୀତିନୀତି ମାଧ୍ୟମରେ ଦୃଷ୍ଟିମାନ ହୁଏ । ଗୋଟିଏ ଜାତିର କଳା, ସାହିତ୍ୟ, ଭାସ୍କର୍ଯ୍ୟ, ଐତିହ୍ୟ ମାନବୀୟ ଗୁଣ ବ୍ୟବହାର ତାହାର ସଂସ୍କୃତିର ପରିଚୟ ।ସମ୍ପ୍ରତି ଆମେ ଆମ ନିଜସ୍ୱ ଭୁଲି ବିଦେଶୀ ବିଚାର ପଛରେ ଧାବମାନ । ଏହି ହେତୁ ଆମର ବହୁ କ୍ଷତି ହେଉଛି । ଆମେ ଆମ ପରମ୍ପରା ମୂଲ୍ୟବୋଧ ଭୁଲି ଯାଇଛୁ । ଏହାଦ୍ୱାରା କେବଳ ଆମେ ନୁହେଁ ଆମର ଉତ୍ତର ପିଢ଼ି ବହୁତ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ଓଡ଼ିଆମାନଙ୍କର ପର୍ବପର୍ବାଣୀ ମଧ୍ୟରୁ ଅଧିକାଂଶ ପର୍ବ ଜଗନ୍ନାଥଙ୍କୁ ଭିତ୍ତିକରି ସୃଷ୍ଟି,ଏହାପୁଣି କୃଷି ଭିତ୍ତିକ
ା କିନ୍ତୁ ଅବସ୍ଥା ଏପରି ଯେ, ଆମେ ଆମ ଖାଦ୍ୟ, ଆମ ବସ୍ତ୍ର, ଆମ ବ୍ୟବହାର ଭୁଲି ଗଲୁଣି ।ସଂସ୍କୃତି ସମ୍ପ୍ରତି ସହର କୈନ୍ଦ୍ରିକ । ଏହାର ଘୋର ବିରୋଧୀ ଆମର ଜନନାୟକ ମହାତ୍ମା ଗାନ୍ଧୀ ।
ବିଶ୍ୱ ଗ୍ରାମର ଅର୍ଥକୁ ସକରାତ୍ମକ ଦିଗରେ ପରିଚାଳିତ କରି ସମ୍ପ୍ରତି ଆମ ପରମ୍ପରାକୁ ଆମେ ଅନ୍ୟମାନଙ୍କ ସମ୍ମୁଖରେ ପ୍ରତିପାଦିତ କରିବାକୁ ହେବ । ସେବା ଓ ଅତିଥି ପରାୟଣତା ଆମ ସଂସ୍କୃତିର
ଅନ୍ୟତମ ବିଶିଷ୍ଟ ଅଙ୍ଗ । ପ୍ରଥା ଓ ପରମ୍ପରାକୁ ସମ୍ମାନ ଦେଇ ପରିବର୍ତ୍ତନକୁ ଆପଣାର କରିବା ଏହାର ଧର୍ମ । ସାମ୍ପ୍ରତିକ ପରିସ୍ଥିତିରେ ଆମକୁ ଏ ସବୁ ଦିଗ ପ୍ରତି ସଚେତନ ରହି କାର୍ଯ୍ୟ କରିବାକୁ ହେବ ।ସମ୍ପାନର ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ କହିଥିଲେ ଯେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ମଣିଷ ଜୀବନକୁ ସରସ ସୁନ୍ଦର କରିଥାଏ । ସମ୍ପ୍ରତି ଶିକ୍ଷା ଯେପରି ମୂଲ୍ୟବୋଧ ଏବଂ ସଂସ୍କୃତି ସମ୍ପନ୍ନ ହୋଇ ପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ସଂସ୍କୃତି ଏବଂ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Comment

All fields marked with an asterisk (*) are required