Search for:
  • Home/
  • ରାଜ୍ୟ/
  • ବାମପନ୍ଥୀ ନେତା ଦୁର୍ଗାଚରଣ ମହାନ୍ତିଙ୍କ ୧୦୨ତମ ଜନ୍ମବାର୍ଷିକ ପାଳିତ

ବାମପନ୍ଥୀ ନେତା ଦୁର୍ଗାଚରଣ ମହାନ୍ତିଙ୍କ ୧୦୨ତମ ଜନ୍ମବାର୍ଷିକ ପାଳିତ

Spread the love

Loading

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଶ୍ରମିକ ଓ ବାମପନ୍ଥୀ ନେତା ଦୁର୍ଗାଚରଣ ମହାନ୍ତିଙ୍କ ୧୦୨ତମ ଜନ୍ମବାର୍ଷିକ ପାଳିତ

ଭୁବନେଶ୍ୱର, ୧.୯ : ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ଓଡ଼ିଶାରେ ଏଆଇଟିୟୁସିର ଅନ୍ୟତମ ପ୍ରତିଷ୍ଠାତା, ସୁଦକ୍ଷ ପ୍ରାବନ୍ଧିକ, ବିଶିଷ୍ଟ ଶ୍ରମିକ ନେତା ଓ ସମାଜ ଚିନ୍ତାନାୟକ କମ୍ରେଡ଼ ଦୁର୍ଗାଚରଣ ମହାନ୍ତିଙ୍କ ୧୦୨ ତମ ଜୟନ୍ତୀ
ସମାରୋହ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରେରେ ଅନୁଷ୍ଠିତ ହୋଇଯାଇଛି ।ଏଆଇଟିୟୁସିର ବରିଷ୍ଠ ରାଜ୍ୟ ଉପସଭାପତି ତଥା ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହହରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ,ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ, ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ କମ୍ରେଡ଼ ଦିବାକର ନାୟକ, ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା,ଡଃ ଅମୀୟ କୁମାର ମହାନ୍ତି, ବିଜୟ ପଢିଆରୀ ପ୍ରମୁଖ ସ୍ମୃତି·ରଣ କରିଥିଲେ ।ସ୍ୱାଧୀନତା ପୂର୍ବରୁ ମୁକ୍ତି ଆନ୍ଦୋଳନରେ ଶ୍ରମିକଶ୍ରେଣୀକୁ ସଂଗଠିତ କରି ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ହାସଲ ପାଇଁ ଦୁର୍ବାର ଶ୍ରମିକ ଆନ୍ଦୋଳନ ଗଢି ତୋଳିବା,
ଗଡ଼ଜାତ ମିଶ୍ରଣ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିର୍ବାହ କରିବା, ସ୍ୱାଧୀନତ୍ତୋର ଭାରତର ଶ୍ରମିକ ସ୍ୱାର୍ଥ ରକ୍ଷାକାରୀ ଆଇନ ପ୍ରଣୟନ ପାଇଁ ସରକାରଙ୍କୁ ବାଧ୍ୟ କରିବାରେ ପ୍ରମୁଖ ଭୂମିକା ନେଇଥଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସ୍ୱାଧୀନତା ପୂର୍ବରୁ ଓ ପରେ ଶ୍ରମିକ ଶ୍ରେଣୀ ଲୋମହର୍ଷଣକାରୀ ସଂଘର୍ଷରୁ ସୃଷ୍ଟି କରିଥିବା ବିଭିନ୍ନ ଶ୍ରମ ଆଇନକୁ କେନ୍ଦ୍ରର କ୍ଷମତାସୀନ ତାନାଶାହୀ ବିଜେପି ନେତୃତ୍ୱାଧୀନ ସରକାର ପ୍ରାକ୍‌
ମଧ୍ୟଯୁଗୀୟ କ୍ରୀତଦାସ ପ୍ରଥାର ପୁନଃ ପ୍ରଚଳନ ପାଇଁ ପ୍ରଣୟନ କରିଥିବା ୪ଟି ଶ୍ରମ କୋଡ୍‌ ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ଦେଶର ଶ୍ରମିକ ଶ୍ରେଣୀକୁ ଶକ୍ତିଶାଳୀ ଶ୍ରମିକ ଆନ୍ଦୋଳନରେ ଯୋଗ ଦେବା ପାଇଁ ଏହି ସଭାରେ ବକ୍ତାମାନେ ଦୃପ୍ତ ଆହ୍ୱାନ
ଦେଇଥିଲେ ।ଦୁର୍ଗାଚରଣ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂଗଠିତ କ୍ଷେତ୍ରରୁ ତାଳଚେର କୋଲ୍‌ ମାଇନ୍ସ ଏମ୍ପେ୍ଲାଇଜ ୟୁନିୟନର ଉପ-ସାଧାରଣ ସମ୍ପାଦକ କମ୍ରେଡ଼ ସୁରେନ୍ଦ୍ର କୁମାର ଶର୍ମା
ଏବଂ ଅସଂଗଠିତ କ୍ଷେତ୍ରରୁ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ରାଜ୍ୟ ଉପ-ସାଧାରଣ ସମ୍ପାଦିକା କମ୍ରେଡ଼ ମମତାଜ ଖୁଣ୍ଟିଆଙ୍କୁ ‘ଦୁର୍ଗାଚରଣ ମହାନ୍ତି ସ୍ମୃତି ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଥିଲା । ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତିକମ୍ରେଡ଼ ମହେଶ୍ୱର ରାଉତ ଏହି ସ୍ମୃତି ସମାରୋହରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ଦୁର୍ଗାଚରଣ ମହାନ୍ତିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ ।
ଏହି ସମାରୋହରେ ଜୟନ୍ତ ଦାସ, ନମିତା ସାହୁ, ହରପ୍ରିୟା ସ୍ୱାଇଁ, ସତ୍ୟବାଦୀ ବାଗ, ସୁରଜେନା, ଆକୁଳୀ ନାଥ, ଭ୍ରମରବର ରାଉତ, ପ୍ରଫୁଲ୍ଲ ତ୍ରିପାଠୀ, ସଂଘମିତ୍ରା ଜେନାଙ୍କ

Leave A Comment

All fields marked with an asterisk (*) are required