Search for:
  • Home/
  • ଅପରାଧ/
  • ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡ଼ିବସିଲା ପୁଲିସ

ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡ଼ିବସିଲା ପୁଲିସ

Spread the love

Loading

ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ମାଡ଼ିବସିଲା ପୁଲିସ

ଭୁବନେଶ୍ୱର:ପୁରୀ,: ଡକାୟତି ଯୋଜନା ବେଳେ ଅଚାନକ ପୁଲିସ ଚଢାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨ଟି ବଡ଼ ଖଣ୍ଡା, ୨ଟି ଲୁହାରଡ଼, ୨ଟି ବୋମା ଏବଂ ବାରୁଦ ଜବତ କରିଛି ତାଳବଣିଆ ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ବାସେଳିସାହି ଥାନା ମଙ୍ଗଳାହାଟ ଜଗନ୍ନାଥ ବସ୍ତିର ବିଦେଶୀ ବେହେରା (୩୫), ଟାଉନ ଥାନା ଦୋଳମଣ୍ଡପସାହି ନାରାୟଣ ଲେନ୍‌ର ରାଜକିଶୋର ନାୟକ (୨୪) ଓ ଅଜିତ ନାୟକ (୨୬), ସଦର ଥାନା କଣ୍ଠପୁରର ସୁଶାନ୍ତ କୁମାର ବିଶ୍ୱାଳ (୩୦) ଏବଂ ରେବତୀ ରମଣର କାହ୍ନା ଭୋଇ (୨୧) । ପୁଲିସ ସୂଚନା ଅନୁଯାୟୀ, ଗିରଫ ଯୁବକମାନେ କେନ୍ଦ୍ରୀୟ ବିଦ୍ୟାଳୟ ପଛପାଶ୍ୱର୍ ଏକ ପରିତ୍ୟକ୍ତ ଘରେ ଏକାଠି ବସି ଡକାୟତି ଯୋଜନା କରୁଥିବା ଖବର ମିଳିଥିଲା । ଏହାପରେ ତାଳବଣିଆ ଥାନା ପୁଲିସ ଅଚାନକ ସେଠାରେ ଚଢାଉ କରିଥିଲା । ଅଭିଯୁକ୍ତମାନେ ଭୁଦାନ ଜଙ୍ଗଲ ଆଡକୁ ଦୌଡିଥିଲେ । ପୁଲିସ ୫ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ୨ ଜଣ ଖସିଯାଇଥିଲେ ।

Leave A Comment

All fields marked with an asterisk (*) are required