Search for:
  • Home/
  • Uncategorized/
  • ବିଜେପି ଓ କଂଗ୍ରେସ ଛାଡି ତିନି ଶହ କର୍ମୀ ନେତା ବିଜେଡିରେ ମିଶିଲେ

ବିଜେପି ଓ କଂଗ୍ରେସ ଛାଡି ତିନି ଶହ କର୍ମୀ ନେତା ବିଜେଡିରେ ମିଶିଲେ

Spread the love

Loading

ବିଜେପି ଓ କଂଗ୍ରେସ ଛାଡି ତିନି ଶହ କର୍ମୀ ନେତା ବିଜେଡିରେ ମିଶିଲେ
ଭୁବନେଶ୍ୱର:ବାଲିଗୁଡା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ସୁନା ଗାଁ ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା,ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତୁମୁଡ଼ିବନ୍ଧ ବ୍ଲକର ଗୁମା, ବେଲଘର, ମୁଣ୍ଡିଗଡ଼, ତୁମୁଡ଼ିବନ୍ଧ ପଞ୍ଚାୟତର ୩ସହ ରୁ ଉର୍ଦ୍ଧ୍ବ ନେତା କର୍ମୀ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ବାଲିଗୁଡା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ,ବିଧାୟକ ଚକ୍ରମଣି କହଁର, ବାଲିଗୁଡା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା, ଜିଲା କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ନବିନ ପାତ୍ର, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ପାତ୍ର ଓ ବହୁ କର୍ମୀ ଉପସ୍ଥିତ ଥିଲେ । ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ଓ ରାଜୀବ ପାତ୍ରଙ୍କୁ ଧନ୍ୟବାଦ୍ କୃତଜ୍ଞତା ଜଣାଇ ଥିଲେ l

Leave A Comment

All fields marked with an asterisk (*) are required