Search for:
  • Home/
  • ମହାନଗର/
  • କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱରକୁ ହେତୁବାଦୀଙ୍କ ଶରୀର ଦାନ

କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱରକୁ ହେତୁବାଦୀଙ୍କ ଶରୀର ଦାନ

Spread the love

Loading

କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱରକୁ ହେତୁବାଦୀଙ୍କ ଶରୀର ଦାନ

ଭୁବନେଶ୍ୱର ତା ୨୮.୦୮.୨୩: ଆଜି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ୍ ସୋସିଆଲ ସାଇନ୍ସ ହସ୍ପିଟାଲରେ ବ୍ରହ୍ମପୁର ନିବାସୀ ଜି.କାମେଶ୍ୱର ରାଓଙ୍କ ୮୧ ବର୍ଷ ବୟସରେ ମୃତ୍ୟୁପରେ ତାଙ୍କ ମରଶରୀରକୁ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ କିମ୍ସ ହସ୍ପିଟାଲକୁ ଦାନ କରାଯାଇଛି। ସେ କିଡ୍ନୀ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ। ଗତ କାଲି ୨୭ ଅଗଷ୍ଟରେ କିମ୍ସ ହସ୍ପିଟାଲରେ କିଡ୍ନୀ ଜନିତ ରୋଗର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜି. କାମେଶ୍ୱର ରାଓଙ୍କ ଦୁଇ ପୁଅ ଓ ଝିଅ ଆମେରିକାରୁ ଆସିବାପରେ ଆଜି ୨୮.୦୮.୨୦୨୩ ତାଙ୍କ ଶରୀର ଦାନ କାର୍ଯ୍ୟ ସଂପନ୍ନ ହୋଇଥିଲା। ସେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଉପ-ନିର୍ଦ୍ଦେଶକ ଭାବେ କାର୍ଯ୍ଯ କରୁଥିଲେ । ସେ ଜଣେ ହେତୁବାଦୀ ଓ ମାନବବାଦୀ ଥିଲେ ଏବଂ ଓଡ଼ିଶା ମାନବବାଦୀ ହେତୁବାଦୀ ସଂଗଠନର ଛାମୁଆ ନେତୃତ୍ୱ ଭାବରେ ପରିଚିତ ଥିଲେ।
କାମେଶ୍ୱର ରାଓ ମୃତ୍ୟୁପରେ ତାଙ୍କ ଶରୀରକୁ ଯେକୌଣସି ମେଡିକାଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମେଡିକାଲ ପାଠ ପଢ଼ାରେ ଓ ଗବେଷଣା ପାଇଁ ନିୟୋଜିତ କରିବାପାଇଁ ଦାନ କରିବାକୁ ନିଜ ଜୀବଦ୍ଦଶାରେ ସ୍ୱୀକୃତି ପ୍ରଦାନ କରିଥିଲେ । ତାଙ୍କର ସ୍ୱୀକୃତି ତଥା ଇଚ୍ଛାପତ୍ରକୁ (AFIDAVIT) କୁ ସମ୍ମାନ ଦେଇ ଶ୍ରୀଯୁକ୍ତ ରାଓଙ୍କ ବଡ଼ପୁଅ ଜି. ସୁଧାକର, ଜି.ରବି କୁମାର, ଜି. ରାଜକିଶୋର ଓ ଝିଅ ଅଜିତା ମଞ୍ଜୁ ବହୁ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତାଙ୍କର ମର ଶରୀରକୁ ଆନାଟୋମି ବିଭାଗକୁ ଦାନ କରିଥିଲେ । ଉକ୍ତ ମରଶରୀରକୁ କିମ୍ସର ଡାକ୍ତର କୁମାର ଅଭିଜିତ୍ ଗ୍ରହଣ କରିଥିଲେ।ମାନବବାଦୀ ହେତୁବାଦୀ ସଂଗଠନ, ଓଡ଼ିଶାର ସଭାପତି ପ୍ରଫେସର ଧନେଶ୍ୱର ସାହୁ, ସାଧାରଣ ସମ୍ପାଦିକା ବାସନ୍ତି ଆଚାର୍ଯ୍ୟ , ଉପ- ସଭାପତି ମହମ୍ମଦ ସୁକୁର, ଗଂଜାମ ଶାଖାର ସମ୍ପାଦକ କେ.ନନ୍ଦେଷୁ ସେନାପତି ଓ ଡି. ମୋହନ ରାଓ ଏହି ଶରୀର ଦାନ ସମୟରେ ଉପସ୍ଥିତ ରହି ରାଓଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଓ ପରିବାରର ସମସ୍ତଙ୍କୁ ସମବେଦନା ଜଣାଇବା ସହିତ ଏପରି ମହାନ୍ କାର୍ଯ୍ୟ ସମାଜ ପାଇଁ ଏକ ପ୍ରେରଣା ଦାୟକ ବୋଲି ବର୍ଣ୍ଣନା କରିଥିଲେ।

 

Leave A Comment

All fields marked with an asterisk (*) are required