Search for:
  • Home/
  • ରାଜ୍ୟ/
  • ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନାଟକ ଆୟୋଜନ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନାଟକ ଆୟୋଜନ

Spread the love

Loading

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନାଟକ ଆୟୋଜନ

ଭୁବନେଶ୍ୱର-ତା.୨୧.୦୧.୨୦୨୪- ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସରକାରୀ ସ୍ତରରେ ବ୍ୟାପକ ଆୟୋଜନ କରାଯାଉଛି । ଏହି ମର୍ମରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଆ କାବ୍ୟ କବିତାକୁ ନେଇ ଏକ ନାଟକ ପରିବେଷଣ କରାଯିବ । ଓଡ଼ିଆ ଭାଷାର ବିକାଶକ୍ରମ:ଏକ ମଞ୍ଚାୟନକୁ ନେଇ ନାଟକ “ଉତ୍ତରଣ” ଆସନ୍ତାକାଲି ସନ୍ଧ୍ୟା ସାଢେ ୬ ଘଟିକା ସମୟରେ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ମଞ୍ଚସ୍ଥ ହେବ । ଏହାକୁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଉପସ୍ଥାପନ କରିବେ । ଏଥିରେ ସପ୍ତଦଶ ଶତାବ୍ଦୀ ଠାରୁ ଆରମ୍ଭ କରି ଆଜି ପର୍ଯନ୍ତ ଓଡ଼ିଆ କାବ୍ୟକବିତା ମାନ ନାଟକ ମାଧ୍ୟମରେ ପ୍ରଦର୍ଶିତ ହେବ ।

ସୂଚନାଯୋଗ୍ୟ, ଆସନ୍ତା ଫେବୃୟାରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଏହି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ନାନାବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Leave A Comment

All fields marked with an asterisk (*) are required