Search for:
  • Home/
  • ମହାନଗର/
  • ଘର ଦେଇ ବସ୍ତି ଭାଙ୍ଗ :ବସ୍ତି ବସ୍ତିବାସିନ୍ଦା

ଘର ଦେଇ ବସ୍ତି ଭାଙ୍ଗ :ବସ୍ତି ବସ୍ତିବାସିନ୍ଦା

Spread the love

Loading

ଉଚ୍ଛେଦ ବେଳେ ଉତ୍ତେଜନା ବିଡ଼ିଏ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ ବସ୍ତିବାସିନ୍ଦାଙ୍କ ବିରୋଧରେ ଥାନାରେ ଅଭିଯୋଗ

ଭୁବନେଶ୍ୱର : ପାତ୍ରପଡାରେ ଉଚ୍ଛେଦ ବେଳେ ଉତ୍ତେଜନା। ବିଡ଼ିଏ ଏନଫୋର୍ସମେଣ୍ଟ ଟିମକୁ ଆକ୍ରମଣ କଲେ ବସ୍ତିବାସିନ୍ଦା । ଫଳରେ ଏନଫୋର୍ସମେଣ୍ଟ ଟିମ ଅଧାରୁ ଫେରିବା ସହ ଥାନାରେ ଅଭିଯୋଗ କରିଛି। ପାତ୍ରପଡା ମୌଜା ଅନ୍ତର୍ଗତ ସରକାରୀ ପ୍ଲଟ ନମ୍ବର ୩୨୧ରେ ହେଇଥିଲା ଜବରଦଖଲ। ପୂର୍ବାହ୍ନରେ ଉଚ୍ଛେଦ ସୁରୁଖୁରରେ ଚାଲିଥିଲା। ବିଡ଼ିଏ ଏନଫୋର୍ସମେଣ୍ଟ ଟିମ୍ ଉଚ୍ଛେଦ କାର୍ଯ୍ୟ ଜାରି ରଖିଥିଲା। ଅପରାହ୍ନ ୪.୨୦ରେ ବସ୍ତିର ଗୋଟିଏ ଗୋଷ୍ଠୀ ହଠାତ୍ ବିଡ଼ିଏ ସହକାରୀ ଯନ୍ତ୍ରୀ ବିଭୁ ପ୍ରସାଦ ବେହେରାଙ୍କ ସମେତ ବିଡ଼ିଏ ଏନଫୋର୍ସମେଣ୍ଟ ଟିମ ସଦସ୍ୟଙ୍କୁ ଆକ୍ରମଣ କରିଥଲେ। ଆଇଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ହେଲେ ଘଟଣାସ୍ଥଳରେ ପୋଲିସ ଉପସ୍ଥିତିରେ ବସ୍ତିବାସିନ୍ଦା ଓ ଏନଫୋର୍ସମେଣ୍ଟ ଟିମ ମୁହଁମୁହିଁ ହୋଇଥିଲେ। ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲେ ମଧ୍ୟ ଉଚ୍ଛେଦ ଅଧାରୁ ଫେରିଥିଲା ଏନଫୋର୍ସମେଣ୍ଟ ଟିମ। ଏହି ଉଚ୍ଛେଦରେ ୧୨ଟି ଆଜବେଷ୍ଟସ ଘର, ୨ଟି ଚାଳ ଛପର ଘର, ୪ଟି ପଲିଥିନ ନିର୍ମିତ ଘର,  ୫ଟି ଅର୍ଦ୍ଧ ନିର୍ମିତ ଘର, ୩୦୦ ଫୁଟ ଲମ୍ବର ପାଚେରୀ, ୯ଟି କ୍ୟାବିନ,  ୩ଟି ଚିକେନ କାଉଣ୍ଟର ଓ ୨ଟି କବାଡିଆ ଦୋକାନ ଭଙ୍ଗା ଯାଇଥିଲା।

Leave A Comment

All fields marked with an asterisk (*) are required