Search for:
  • Home/
  • Month: September 2023

ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସ୍ ଦମନଲୀଳା ବିରୋଧରେ ଗଣ ପ୍ରତିବାଦ।

ସାରା ଦକ୍ଷିଣ ଓଡ଼ିଶାର ଜମି, ଜଙ୍ଗଲ ଓ ପାହାଡକୁ କମ୍ପାନୀମାନଙ୍କୁ ଟେକିଦେବା ଏବଂ ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସ୍ ଦମନଲୀଳା ବିରୋଧରେ ଗଣ ପ୍ରତିବାଦ। ପରିବେଶର ସୁରକ୍ଷା ପାଇଁ ପୁଞ୍ଜିବାଦୀ ବିକାଶ ଧାରାକୁ ପ୍ରତିରୋଧ କରିବାକୁ ଆହ୍ୱାନ। ଭୁବନେଶ୍ୱର, ତା୨୬/୦୯: ଏକଦା ସନ୍ଥ କବି ଭୀମଭୋଇ କହିଥିଲେ: ଧର୍ମ ପଛେ ନିନ୍ଦା ପାଉ, ଧରଣୀ ମଣ୍ଡଳ ରହୁ; ଶୂନ୍ୟ ଧରଣୀ ଆକାଶ, ଆକାଶେ ଭାସି ନଯାଉ। କିନ୍ତୁ ଆଜି [...]

ପାଞ୍ଚ ଶହ ବର୍ଷ ପରେ ବି ଜଗନ୍ନାଥ ଦାସଙ୍କ ଭାଗବତର ପ୍ରାସଙ୍ଗିକତା ଅକ୍ଷୁର୍ଣ୍ଣ ରହିଛି : ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର

ପାଞ୍ଚ ଶହ ବର୍ଷ ପରେ ବି ଜଗନ୍ନାଥ ଦାସଙ୍କ ଭାଗବତର ପ୍ରାସଙ୍ଗିକତା ଅକ୍ଷୁର୍ଣ୍ଣ ରହିଛି : ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଭୁବନେଶ୍ୱର -୨୪.୦୯.୨୦୨୩- ପଞ୍ଚସଖାଙ୍କ ମଧ୍ୟରେ ଅନନ୍ୟ ତଥା ଭାଗବତ ପ୍ରଣେତା ଅତିବଡୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଦୀର୍ଘ ପାଞ୍ଚଶହ ବର୍ଷ ଧରି ଭାରତବର୍ଷରେ ଧର୍ମୀୟ ଜନଜାଗରଣ ସୃଷ୍ଟି ସହ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ସଂସ୍କୃତିକୁ ବିକଶିତ କରି ଚାଲିଛି ବୋଲି ଓଡିଆ ଭାଷା,ସାହିତ୍ୟ ଓ [...]

ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ବିଜେଡି ରେ ସାମିଲ।

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀଙ୍କ ସମେତ ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ଭୁବନେଶ୍ବର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ବିଜେଡିରେ ସାମିଲ ହୋଇଛନ୍ତି ଯାଜପୁର ବିଜେପି ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ସୌମ୍ୟରଞ୍ଜନ ଧଳ ଓ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହୃଷିକେଶ ମେକାପ ବିଜେଡିରେ ଯୋଗ ଦେଇଛନ୍ତି । ସାଂସଦ ମାନସ ମଙ୍ଗରାଜ ଓ [...]

ଦ୍ଵିତୀୟ ଦିନରେ ଜେଲ୍ ୱାର୍ଡରଙ୍କ ଆମରଣ ଅନସନ ୩ ଅସୁସ୍ଥ ହସ୍ପିଟାଲରେ ଭର୍ତି

ଦ୍ଵିତୀୟ ଦିନରେ ଜେଲ୍ ୱାର୍ଡରଙ୍କ ଆମରଣ ଅନସନ ୩ ଅସୁସ୍ଥ ହସ୍ପିଟାଲରେ ଭର୍ତି କୋରାପୁଟ,୨୬/୯/: ବିଭିନ୍ନ ଦାବୀ ନେଇ ଗତକାଲି ଠାରୁ ଆମରଣ ଅନଶନରେ ବସିଥିବା କୋରାପୁଟ ମଣ୍ଡଳ କାରାଗାରର ଜେଲ୍ ୱାର୍ଡରଙ୍କ ଅନଶନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ଅନଶନରେ ବସିଥିବା ଜେଲରଙ୍କ ମଧ୍ୟରୁ ୩ ଜଣ ଅସୁସ୍ଥ ହେବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରା ଯାଇଛି। ଜେଲ୍ [...]

ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: କିମ୍‌ସ ବିଶେଷଜ୍ଞଷ୍ଠିତ

ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: କିମ୍‌ସ ବିଶେଷଜ୍ଞଷ୍ଠିତ ଭୁବନେଶ୍ୱର,୨୬ ।୯:  ଭାଇରାଲ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନ ଖାଇବାକୁ କିମ୍‌ସ ମେଡିକାଲ କଲେଜ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଶୁଭ୍ରାଂଶୁ ପାତ୍ର ସତର୍କ କରାଇଛନ୍ତି । ଏହା ସହ କୌଣସି ପ୍ରକାର ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି [...]

ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଘରୋଇ ମହିଳା ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ଘରୋଇ ମହିଳା ଶ୍ରମିକ ଲାଗି ଆଇନ କରିବା ଦାବିରେ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଭୁବନେଶ୍ୱର, ୨୬.୯ : ଓଡ଼ିଶାର ବିଭିନ୍ନ ସହରରେ ଧନୀ ଲୋକମାନଙ୍କ ଘରେ ଶ୍ରମିକ ଭାବରେ ପ୍ରାୟ ୭ ଲକ୍ଷରୁ ଉଦ୍ଧ୍ୱର୍ ମହିଳା କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ଅଧିକାର ଲାଗି ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆଇନ ନଥିବା ଦୁଃଖଦାୟକ ବୋଲି ଏ.ଆଇ.ସି.ସି.ଟି.ୟୁ.ର ରାଜ୍ୟ [...]

ସ୍ୱାସ୍ଥ୍ୟ ସଚୀବଙ୍କ ଦୃଢ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କଲା ସିଟୁ ନେତୃତ୍ୱାଧୀନ ଓଡ଼ିଶା ଆଶାକର୍ମୀ

ସ୍ୱାସ୍ଥ୍ୟ ସଚୀବଙ୍କ ଦୃଢ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କଲା ସିଟୁ ନେତୃତ୍ୱାଧୀନ ଓଡ଼ିଶା ଆଶାକର୍ମୀ   ଭୁବନେଶ୍ୱର, ୨୬.୯ : ସିଆଇଟିୟୁ ନେତୃତ୍ୱରେ ‘ଓଡ଼ିଶା ଆଶାକର୍ମୀ ଆସୋସିଏସନ’ ତରଫରୁ ସୋମବାର ଦିନ ବିଧାନସଭା ସମ୍ମୁଖରେ ଆଶାକର୍ମୀଙ୍କ ଗଣବିକ୍ଷୋଭ ସଂଗଠିତ ହୋଇଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ଆଶାକର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସଭାପତି ସାଥୀ ଲୋଭାକାନ୍ତ ସ୍ୱାଇଁଙ୍କ [...]

ପ୍ରଧାନମନ୍ତ୍ରୀଙ୍କ ୧୦୫ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ୧୦୫ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଭାରତୀୟ ଖାଦ୍ୟ, ବେଶଭୁଷା, କଳା, ସଂସ୍କୃତି ଓ ପରଂପରାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ : ମନମୋହନ ସାମଲ ଭୁବନେଶ୍ୱର, ତା.୨୫/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ବର୍ଷ ଆଜି ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ଦେଶର ମାନ ଓ ସମ୍ମାନ ବୃଦ୍ଧି ପାଇଛି । ପ୍ରତ୍ୟେକ ଭାରତୀୟ [...]

ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

କଟକ ଜିଲ୍ଲା ସାଲେପୁରରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ କଟକ(ସାଲେପୁର)/ଭୁବନେଶ୍ୱର, ତା.୨୫/୦୯: ଆଜି କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳିରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି । ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ‘ଯବାନ’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା [...]

ଧାରଣାରତ ସରପଂଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

ଧାରଣାରତ ସରପଂଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ ପଂଚାୟତରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦାବିକୁ ସ୍ୱର ଦେବ ବିଜେପି  ସରପଂଚ ଓ ସମିତିସଭ୍ୟଙ୍କ ସମସ୍ତ ଦାବିକୁ ବିଧାନସଭାରେ ଉଠାଯିବ  ପଂଚାୟତସ୍ତରରେ ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ସରକାରୀ ଅଧିକାରୀମାନେ ହଡପ କରୁଛନ୍ତି  ପଲ୍ଲିସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦେଉନାହାନ୍ତି ରାଜ୍ୟ ସରକାର  ସରପଂଚ ଓ ସମିତିସଭ୍ୟମାନଙ୍କ ସମ୍ମାନଜନକ ଭତାରେ ବୃଦ୍ଧି କରାଯାଉ  ପଂଚାୟତକୁ କେନ୍ଦ୍ର [...]