Search for:
  • Home/
  • ଦେଶ-ବିଦେଶ/
  • ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

Spread the love

Loading

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଭୁବନେଶ୍ୱର: ନୂଆଦିଲ୍ଲୀ: ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି । ଗିରଫ କରାଯିବା ପରେ ଚନ୍ଦ୍ରବାବୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ନିଆଯାଇଛି । ଏହା ପରେ କୋର୍ଟରେ ହାଜର କରାଯିବ । ଚନ୍ଦ୍ରବାବୁଙ୍କ ଆର.କେ ଫଙ୍କସନ ନିକଟରେ ସିଆଇଡି ସହ ପୋଲିସ ଟିମ୍‌ ପହଞ୍ଚିଥିଲେ । ଭୋର ୩ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପାଇଁ ପହଞ୍ଚିଥିଲା ପୋଲିସ । ହେଲେ ଚନ୍ଦ୍ରବାବୁ ପୋଲିସକୁ ଅନୁମତି ନଦେବାରୁ ସକାଳ ୬ଟା ବେଳକୁ ପୋଲିସ ତାଙ୍କୁ ଗିରଫ କରିଛି । ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ଦୁର୍ନୀତିକୁ ନେଇ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ତାଙ୍କ ଉପରେ ୨୫୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ୮ ଜଣଙ୍କ ଗିରଫ କରାଯାଇ ସାରିଛି ।

Leave A Comment

All fields marked with an asterisk (*) are required