Search for:
  • Home/
  • ରାଜ୍ୟ/
  • ଓଡ଼ିଶାର ଅସ୍ମିତାକୁ ଜି-୨୦ ଶିଖର ସମ୍ମିଳନୀରେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି

ଓଡ଼ିଶାର ଅସ୍ମିତାକୁ ଜି-୨୦ ଶିଖର ସମ୍ମିଳନୀରେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି

Spread the love

Loading

ଓଡ଼ିଶାର ଅସ୍ମିତାକୁ ଜି-୨୦ ଶିଖର ସମ୍ମିଳନୀରେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି

ଓଡ଼ିଶାର ଐତିହ୍ୟ, ପରମ୍ପରା ସଂସ୍କୃତି, ଭାଷା, ସଙ୍ଗୀତ ଓ ନୃତ୍ୟ ଆଜି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରୁଛି: ମନମୋହନ ସାମଲ

 ଜି-୨୦ବିଶ୍ୱ ମଂଚରେ ବିଶ୍ୱନେତୃତ୍ୱଙ୍କୁ ମୋଦିଜୀ ସ୍ୱାଗତ ବେଳେ ଓଡ଼ିଆ ସ୍ୱାଭିମାନର ପ୍ରତୀକ କୋଣାର୍କ ଚକ୍ରର ଭବ୍ୟ ଉପସ୍ଥିତିକୁ ବର୍ଣ୍ଣନା କରିଥିଲେ
 ମୋଦିଜୀଙ୍କ ଓଡିଶା ପାଇଁ ପ୍ରାଥମିକତା ଓଡ଼ିଆଙ୍କୁ ବଡ ଭାବିବା ପାଇଁ ସୁଯୋଗ ଦେବ
 ଓଡ଼ିଆ ଜାତି ଗର୍ବରେ କୁଣ୍ଢେମୋଟ ହୋଇଯାଉଛି

ଭୁବନେଶ୍ୱର, ତା.୦୯/୦୯: ଭାରତର ସମ୍ମାନକୁ ବିଶ୍ୱରେ ପରିଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । ଭାରତବର୍ଷକୁ ବିଶ୍ୱଗୁରୁ ପଦରେ ପଂହଚାଇବା ପାଇଁ ଜି-୨୦ ସମ୍ମିଳନୀ ଏକ ବଡପଦକ୍ଷେପ । ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କୁ ନେଇ ଗଠିତ ଦୁଇ ଦିନିଆ “ଜି-୨୦ ଶିଖର ସମ୍ମିଳନୀ” ଆଜିଠାରୁ ଦିଲ୍ଲୀଠାରେ ଆରମ୍ଭ ହୋଇଛି । ବିଶ୍ୱପ୍ରସିଦ୍ଧ ତଥା ଭାରତବର୍ଷର ସଭ୍ୟତା, ସଂସ୍କୃତି, ସ୍ଥାପତ୍ୟ ଓ ଉତ୍କର୍ଷତା ଓ ପ୍ରଗତିର ପ୍ରତିଫଳକ ସ୍ୱରୁପ କୀର୍ତିରାଜ କୋଣାର୍କ ଚକ୍ରକୁ ଏହି ସମ୍ମିଳନୀରେ ପ୍ରଦର୍ଶିତ କରି ପ୍ରତ୍ୟେକ ଓଡିଆଙ୍କୁ ଗର୍ବିତ କରାଇଛନ୍ତି ମୋଦିଜୀ । ଜି-୨୦ବିଶ୍ୱ ମଂଚରେ ବିଶ୍ୱନେତୃତ୍ୱଙ୍କୁ ମୋଦିଜୀ ସ୍ୱାଗତ ବେଳେ ଓଡ଼ିଆ ସ୍ୱାଭିମାନର ପ୍ରତୀକ କୋଣାର୍କ ଚକ୍ରର ଭବ୍ୟ ଉପସ୍ଥିତିକୁ ବର୍ଣ୍ଣନା କରିଥିଲେ । ଓଡ଼ିଶାର ଐତିହ୍ୟ, ପରମ୍ପରା ସଂସ୍କୃତି, ଭାଷା, ସଙ୍ଗୀତ ଓ ନୃତ୍ୟ ଆଜି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏଭଳି ଐତିହାସିକ ମୁହୁର୍ତରେ ରାଜ୍ୟର କଳାକୃତିକୁ ସ୍ଥାନଦେଇ ଓଡ଼ିଶାକୁ ବିଶ୍ୱ ଦରବାରରେ ସମ୍ମାନିତ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଜି-୨୦ ପ୍ରଥମ ଦିନରେ ଓଡ଼ିଶାର ସମ୍ବଲପୁରୀ “ଡାଲଖାଇ ଗୀତ”ରେ ବିଶ୍ୱ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆମେରିକା, ଇଂଲଣ୍ଡ, ଜର୍ମାନୀ, ଜାପାନ, କାନାଡା, ନାଇଜେରିଆ, ସ୍ପେନ ଭଳି ଦେଶର ତୁଙ୍ଗ ନେତୃତ୍ୱ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଦେଖୁଛନ୍ତି ଓଡିଆ ଜାତିର ମହାଭାରତୀୟ ସ୍ୱରୂପକୁ । ଓଡ଼ିଆ ଜାତି ଗର୍ବରେ କୁଣ୍ଢେମୋଟ ହୋଇଯାଉଛି । ମୋଦିଜୀଙ୍କ ଓଡିଶା ପାଇଁ ପ୍ରାଥମିକତା ଓଡ଼ିଆଙ୍କୁ ବଡ ଭାବିବା ପାଇଁ ସୁଯୋଗ ଦେବ ବୋଲି ଶ୍ରୀ ସାମଲ କହିଛନ୍ତି ।

 

Leave A Comment

All fields marked with an asterisk (*) are required