Search for:
  • Home/
  • ରାଜ୍ୟ/
  • ରାଜଧାନୀ ରୁ ପାକିସ୍ତାନ ସିମ ଚେର ଲମ୍ବିଛି।

ରାଜଧାନୀ ରୁ ପାକିସ୍ତାନ ସିମ ଚେର ଲମ୍ବିଛି।

Spread the love

Loading

ଭୁବନେଶ୍ୱର: ପ୍ରି-ଆକ୍ଟିଭ୍‌ ସିମ୍‌ ପ୍ରସଙ୍ଗରେ ଏସ୍‌ଟିଏଫ୍‌ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସାରା ଦେଶରେ ପ୍ରାୟ ୨୦୦ ଏଜେଣ୍ଟ ପାକିସ୍ତାନୀ ନେଟ୍‌ୱାର୍କରେ ଯୋଡ଼ି ହୋଇଥିବା ଏଥିରୁ ସୂଚନା ମିିଳିଛି । ଏହା ସହ ଓଡ଼ିଶାରେ ପ୍ରାୟ ୨୦ଟି ଆକାଉଣ୍ଟକୁ ଏହି ନେଟୱାର୍କ ଜରିଆରେ ଅର୍ଥ ଆସିଥିବା ଜଣାପଡ଼ିଛି । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଫଟୋ ପ୍ରି-ଆକ୍ଟିଭ୍‌ ସିମ୍‌ ମାଧ୍ୟମରେ ଖୋଲିଥିବା ହ୍ୱାଟ୍ସଆପ୍‌ରେ ସେମାନେ ବିଭିନ୍ନ ସ୍ଥାନକୁ ପଠାଯାଇଛି ଏବଂ ଏଥିପାଇଁ ସେମାନଙ୍କୁ ମାସିକ ପ୍ରାୟ ୫୦ ହଜାର ଟଙ୍କା ଲେଖାଏଁ ମିଳିଛି । ଗିରଫ ପଠାଣି ସାମନ୍ତର ଆକାଉଣ୍ଟ ଯାଞ୍ଚ କରିବା ପରେ ଏସ୍‌ଟିଏଫ୍‌ ହାତରେ ଏହି ସୂଚନା ଲାଗିଛି ।ଏହି ଗୋଷ୍ଠୀର ମୁଖ୍ୟ କୁହାଯାଉଥିବା ମହାରାଷ୍ଟ୍ରର ସାତରା ଜିଲ୍ଲାର ଅଭିଜିତ ସଞ୍ଜୟ ଜାମ୍ୱୁର ଆକାଉଣ୍ଟରୁ ପ୍ରତି ମାସ ପଠାଣି ସାମନ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିବା ଏସ୍‌ଟିଏଫ୍‌ ସୂଚନା ପାଇଛି । କେବଳ ପଠାଣି ସାମନ୍ତ ନୁହେଁ; ଯାଜପୁରରୁ ଗିରଫ ହୋଇଥିବା ପ୍ରୀତମ୍‌ର ଆକାଉଣ୍ଟକୁ ମଧ୍ୟ ଟଙ୍କା ଆସିଛି । ଏହି ଦୁଇଜଣଙ୍କ ଭଳି ଓଡିଶାରେ ଆହୁରି ୨୦ ଜଣ ଏଜେଣ୍ଟ ରହିଛନ୍ତି ଓ ସେମାନଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଛି । ଟଙ୍କା ଯାଉଥିବା କିଛି ଆକାଉଣ୍ଟ ବେନାମୀ ରହିଛି । ତେଣୁ ଏହି ବେନାମୀ ଆକାଉଣ୍ଟକୁ କିଏ ଚଲାଉଥିଲା, ସେ ନେଇ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି । ପ୍ରତ୍‌ମାସରେ ଅଭିଜିତ୍‌ ଆକାଉଣ୍ଟକୁ ବିପୁଳ ଟଙ୍କା ଆସୁଥିଲା । ଏହି ଅର୍ଥ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା । ସାରା ଦେଶରେ ପ୍ରାୟ ୨୦୦ ଆକାଉଣ୍ଟକୁ ସେ ଟଙ୍କା ପଠାଉଥିବା ସୂଚନା ମିଳିଛି । ଏହାମଧ୍ୟରେ ଓଡ଼ିଶାରୁ ପ୍ରାୟ ୨୦ଟି ଆକାଉଣ୍ଟକୁ ଏହି ଅର୍ଥ ଆସିଥିବା ଏସ୍‌ଟିଏଫ୍‌ ସୂଚନା ପାଇଛି  ପ୍ରି-ଆକ୍ଟିଭ୍‌ ସିମ୍‌ ମାମଲା: ସାରା ଦେଶରେ ମାଡ଼ିଛି ପାକିସ୍ତାନୀ ନେଟୱାର୍କ, ୨୦୦ ଏଜେଣ୍ଟଙ୍କ ଆକାଉଣ୍ଟକୁ ପଠାଯାଉଥିଲା ଟଙ୍କା ଏଜେଣ୍ଟମାନେ ଫେସ୍‌ବୁକ୍‌ ମାଧ୍ୟମରେ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟ ସହ ସମ୍ପର୍କ ରଖୁଥିଲେ । ଅଭିଜିତ୍‌ ସଞ୍ଜୟ, ପଠାଣି ସାମନ୍ତ, ପ୍ରୀତମ୍‌ ଭଳି ଯୁବକ ଫେସ୍‌ବୁକ୍‌ ମାଧ୍ୟମରେ ଚିହ୍ନା ହୋଇଥିଲା । ଚିହ୍ନା ହେବା ପରେ ସେମାନଙ୍କୁ ଏକ ଲିଙ୍କ ଦିଆଯାଉଥିଲା । ଏହି ଲିଙ୍କ୍‌କୁ କ୍ଲିକ୍‌ କରିବା ପରେ ଏକ ଆପ୍‌ ଡାଉନ୍‌ଲୋଡ୍‌ ହେଉଥିଲା । ଏହି ଆପ୍‌ ମାଧ୍ୟମରେ ସେମାନେ ଯୋଗାଯୋଗ ରଖୁଥିଲେ ଓ ଏପରିକି ପାକିସ୍ତାନ ଏଜେଣ୍ଟଙ୍କୁ ଓଟିପି ଦେଉଥିଲେ । ସେମାନେ ଏହି ଓଟିପି ମାଧ୍ୟମରେ ହ୍ୱାଟ୍ସଆପ୍‌,ମେଲ୍‌ଆଇଡି ଆଦି ଖୋଲି ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିଲେ । ଏସ୍‌ଟିଏଫ ଗିରଫ ହୋଇଥିବା ଅଭିଜିତ୍‌ ସଞ୍ଜୟ, ପଠାଣି ସାମନ୍ତ ଏବଂ ପ୍ରୀତମ୍‌ର ସୋସିଆଲ ମିଡିଆ ରିପୋର୍ଟ ଯାଞ୍ଚ କରୁଛି । ଏହି ତଥ୍ୟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ । ଆହୁରି ମଧ୍ୟ ଓଡ଼ିଶାର କେଉଁ ସମ୍ବେଦନଶୀଳ ସ୍ଥାନରେ ଫଟୋ ପଠାଇଛନ୍ତି, ତାହା ଜଣାପଡ଼ିବ । ଏଜେଣ୍ଟଙ୍କୁ ଟଙ୍କା ପଠାଉଥିବା ଅଭିଜିତ୍‌ ସଞ୍ଜୟକୁ ରିମାଣ୍ଡରେ ଆଣିବା ପାଇଁ ସୋମବାର ଏସ୍‌ଟିଏଫ ଯୋଜନା କରିଛି । ସେ ରିମାଣ୍ଡରେ ଆସିବା ପରେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ମନେ କରାଯାଉଛି ।

Leave A Comment

All fields marked with an asterisk (*) are required