Search for:
  • Home/
  • ରାଜ୍ୟ/
  • ଆସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ୪୦ତମ ପ୍ରତିଷ୍ଠା ଦିବସ ପାଳନ

ଆସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ୪୦ତମ ପ୍ରତିଷ୍ଠା ଦିବସ ପାଳନ

Spread the love

Loading

ଆସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ 40 ତମ ପ୍ରତିଷ୍ଠା ଦିବସ ପାଳନ
ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଏହାର 40 ତମ ଶାଖା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ଅଡିଟ୍ ଟ୍ରେଲ୍ ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସମ୍ବଧୀୟ ଏକ ସେମିନାର ଆୟୋଜନ କରିଯାଇଥିଲା |
ସେମିନାରରେ ଭୁବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ ସିଏ ମିହିର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଅଡିଟ୍ ଟ୍ରେଲରେ ଅଂଶଗ୍ରହଣକାରୀଙ୍କୁ ଶାଖାର ପୂର୍ବତନ ଅଧ୍ୟକ୍ଷ ସିଏ ବିଶ୍ୱରଂଜନ ସୂତାର ସମ୍ବୋଧିତ କରିଥିଲା ବେଳେ ସୁସ୍ଥ ଖାଦ୍ୟ ସମ୍ବଦ୍ଧରେ ଡାଏଟିସିଆନ୍ କମ ଡାଇବେଟିସ୍ ଶିକ୍ଷାବିତ୍ ତଥା ଓଲିଉଡ ଅଭିନେତ୍ରୀ ସୁଶ୍ରୀ ନିହାରିକା ଦାଶ ସମ୍ବୋଧିତ କରିଥିଲେ | ଶାଖାର ଅଧ୍ୟକ୍ଷ ସିଏ ପ୍ରଦିପ କୁମାର ସାହୁ, ଉପାଧ୍ୟକ୍ଷ ତଥା ଛାତ୍ର ସଂଗଠନର ଅଧ୍ୟକ୍ଷ ସିଏ ଗଗନ ବିହାରୀ ଦାସ, ସଚିବ ସିଏ ମହେନ୍ଦ୍ର କୁମାର ସାହୁ, ଏବଂ କୋଷାଧ୍ୟକ୍ଷ ସିଏ ସାସ୍ୱତ ତ୍ରିପାଠୀ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି ସେମିନାରରେ 9 ମଇ 1983 ରେ ପ୍ରତିଷ୍ଠା ହୋଇଥିବା ଏହି ଶାଖା ସମ୍ପର୍କରେ ଉକ୍ତ ଶାଖାର ପୂର୍ବତନ ଅଧ୍ୟକ୍ଷ ସିଏ ଶରତ ଚନ୍ଦ୍ର ଭଦ୍ରା, ସିଏ ଅଶ୍ୱିନୀ କୁମାର କର, ସିଏ ଅରୁଣ କୁମାର ସାବତ, ସିଏ ପ୍ରଶାନ୍ତ ପଣ୍ଡା, ସିଏ ଅରୁଣ କୁମାର ବର୍ମା, ସିଏ ସୁନୀଲ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ ସଦସ୍ୟମାନେ ସେମାନଙ୍କର ଅଭିଜ୍ଞତା ବଖାଣିଥିଲେ |
ଏହି ଉତ୍ସବରେ ଭୁବନେଶ୍ୱରର 200 ସଦସ୍ୟ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଜ୍ଞାନ ଆହରଣ କରିବା ସହ ଏକ ଇଣ୍ଟରାକ୍ଟିଭ୍ ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ |
ଏହି ସେମିନାରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ସମସ୍ତ ସିଏ ସଦସ୍ୟ ଏବଂ ଛାତ୍ରମାନଙ୍କ ଦ୍ୱାରା ଏହା ପରିବେଷଣ କରାଯାଇଥିଲା | ଏହି ସାଂସ୍କୃତିକ ସନ୍ଧ୍ୟାରେ ବିଶିଷ୍ଟ ଗାୟକ ଏନ ଶ୍ରୀନିବାସ ଏବଂ ତାଙ୍କ ଦଳ ମଧ୍ୟ ଯୋଗ ଦେଇଥିଲେ।ସିଏ ଗୌତମ ଲେଙ୍କା ଏବଂ ଭୁବନେଶ୍ୱର ଶାଖାର ଅନ୍ୟ ପରିଚାଳନା କମିଟି ସଦସ୍ୟଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ପରିଚାଳନା ହୋଇଥିଲା |

Leave A Comment

All fields marked with an asterisk (*) are required