Search for:
  • Home/
  • ରାଜ୍ୟ/
  • ନିର୍ବାଚନ ପ୍ରଚାର ଓ ଖରା ର ଉଷ୍ଣତା ଭିତରେ ପଖାଳ ର ମଜ୍ଜା ନେଲେ ପାଣ୍ଡିଆନ.

ନିର୍ବାଚନ ପ୍ରଚାର ଓ ଖରା ର ଉଷ୍ଣତା ଭିତରେ ପଖାଳ ର ମଜ୍ଜା ନେଲେ ପାଣ୍ଡିଆନ.

Spread the love

Loading

ନିର୍ବାଚନ ପ୍ରଚାର ଓ ଖରା ର ଉଷ୍ଣତା ଭିତରେ ପଖାଳ ର ମଜ୍ଜା ନେଲେ ପାଣ୍ଡିଆନ.

ଭୁବନେଶ୍ୱର 27/4/24 ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି 5T ଅଧକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ.
ସାଥିରେ ଥିଲେ India Today TV ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାହୁଲ କନୱାଲ.

କଲାହାଣ୍ଡି ର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲ ରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ.
ସାଥୀ ରେ ଥିଲେ ପ୍ରଚାର cover କରିବାକୁ ଆସିଥିବା India Today TV National channel ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ.
ମଧ୍ୟାହ୍ନ ଭୋଜନ
ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ. କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡି ଚୁରା ଭେଣ୍ଡି ଭଜା ଆଳୁ ଭରତା ଆଉ ଦହି. ର ମଜ୍ଜା ନେଇ ଥିଲେ ଦୁଇ ଜଣ.
ସମ୍ପୂର୍ଣ ନିରାମିଷ ଖାଦ୍ୟ. ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଣ୍ଡିଆନ ବାବୁଙ୍କ ର ଖୁବ ପସନ୍ଦ.
ଆମ ମୁଖ୍ୟମନ୍ତ୍ରୀଙ୍କ ର ମଧ୍ୟ ବହୁତ ପ୍ରିୟ ପଖାଳ.
ପଖାଳ ର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲ ଙ୍କୁ ବୁଝାଇବା ସହ ଓଡ଼ିଆ ଙ୍କ ର ଏହି ସାଧାରଣ ତଥା ହିତାକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷି ଥାନ୍ତି ସେ ବିଷୟରେ ଶ୍ରୀ ପାଣ୍ଡିଆନ ଖାଇବାବେଳେ କହିଥିଲେ
ପରେ ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରିଯାଇଥିଲେ |

Leave A Comment

All fields marked with an asterisk (*) are required