Search for:
  • Home/
  • ରାଜ୍ୟ/
  • ଓଡିଶା ଅଭିଭାବକ ମହାସଂଘର ଦାବୀ 

ଓଡିଶା ଅଭିଭାବକ ମହାସଂଘର ଦାବୀ 

Spread the love

Loading

ହାଇସ୍କୁଲ ରୂପାନ୍ତରିକରଣକୁ ସ୍ୱାଗତ, ବିଷୟ ଭିତିକ ଶିକ୍ଷକ ନିଯୁକ୍ତି ସହ ପ୍ରାଇମେରୀ ସ୍କୁଲ ଗୁଡିକୁ ରୂପାନ୍ତରଣ ତୁରନ୍ତ କରିବାକୁ ଓଡିଶା ଅଭିଭାବକ ମହାସଂଘର ଦାବୀ

ଭୁବନେଶ୍ୱର ତା 13ରିଖ l ରାଜ୍ୟରେ ସମୁଦାୟ 8681 ହାଇ ସ୍କୁଲ ରୂପାନ୍ତରିକରଣ ହୋଇଛି l ସ୍କୁଲ ଗୃହ, ସ୍ମାର୍ଟ କ୍ଲାସ ରୁମ, ଟଏଲେଟ, ଲାବୋରା୍ଟୋରୀ, କମ୍ପୁଟର ଲାବ ଆଦି ନିର୍ମାଣ ହୋଇଛି l ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହା ନିଶ୍ଚିତ ସହାୟକ ହେବ l ପ୍ରାଇଭେଟ ସ୍କୁଲ ଭଳି ସରକାରୀ ସ୍କୁଲରେ ମଧ୍ୟ ପିଲା ଅତ୍ୟାଧୁନିକ ସୁବିଧା ସହ ଗୁଣାତ୍ମକ ଶିକ୍ଷା ପାଇପାରିବେ l ଏହି ପଦକ୍ଷେପକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିଛି l ଗ୍ରାମାଞ୍ଚଳରେ ପିଲାମାନେ ଏହି ସୁବିଧା ଶିକ୍ଷା କ୍ଷେତ୍ରରେ ଏକ ଭଲ ପରିବେଶ ସୃଷ୍ଟି କରିପାରିଛି ବୋଲି ସଭାପତି ବାସୁଦେବ ଭଟ୍ଟ କହିଛନ୍ତି l ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ ପରେ ପ୍ରାୟ 48500 ପ୍ରାଥମିକ ବିଦ୍ୟାଳୟ ପାଇଁ ମୋଟା ବଜେଟ ଆବଶ୍ୟକ l ଏବେ ଏହାର ବିଚାର ତୁରନ୍ତ କରିବାକୁ ପଡିବ l ଓଡ଼ିଶାରେ ଆଜିବି ଗଣିତ, ଇଂରାଜୀ, ବିଜ୍ଞାନ ଓ କମ୍ପୁଟର ପାଠ୍ୟକ୍ରମ ଆଦି ବିଭିନ୍ନ ବିଭାଗରେ ଅନେକ ଶିକ୍ଷକ ପଦବୀ ଖାଲି ରହିଛି l ବହୁତ ଶିକ୍ଷକ ନିଯୁକ୍ତି ପାଇଛନ୍ତି, ଏହା ନିଶ୍ଚୟ ଏକ ଉତ୍ତମ ପଦକ୍ଷପ l ଫଳ ସ୍ୱରୂପ ଶିକ୍ଷାଦାନରେ ଯେଉଁ ବାଧା ଉପୁଜୁଛି ଏହାକୁ ଦୂର କରାଯାଇପାରିବ l ତେଣୁ ବିଭାଗ ଭିତିକ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଆବଶ୍ୟକ l ଯେହେତୁ ପିଲାଟି ପ୍ରାଥମିକ ସ୍ତରରୁ ହିଁ ତାର ବୁଦ୍ଧିରେ ବିକାଶ ହେବା ନିହାତି ଆବଶ୍ୟକ l ତେଣୁ ଆଜିର ପ୍ରତିଯୋଗିତା ଭିତ୍ତିକ ଶିକ୍ଷା ଯୁଗରେ ଆମେ ପ୍ରାଥମିକ ସ୍ତରରୁ ହିଁ ପିଲାଙ୍କୁ ସରକାରୀ ସ୍କୁଲ ରେ ଏହି ସୁବିଧା ଯୋଗାଇଦେବା ଆବଶ୍ୟକ l ପ୍ରାଇମେରୀ ସ୍କୁଲ ରୂପାନ୍ତରିକରଣ ନିହାତି ଆବଶ୍ୟକ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l ଆମ ରାଜ୍ୟରେ ସରକାରୀ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ପିଲାମାନେ ଯଦି ଆଧୁନିକ ପ୍ରଣାଳୀରେ ଓ ସ୍ମାର୍ଟ କ୍ଲାସ ରୁମରେ ଗୁଣାତ୍ମକ ଶିକ୍ଷପ୍ରାପ୍ତି ସହ ପାଠ ପଢିବେ ତେବେ ସର୍ବଭାରତୀୟ ସ୍ତରରେ ସେମାନେ ସମ ପରିମାଣରେ ଉପଯୁକ୍ତ ହୋଇ ପାରିବେ l ତେଣୁ ପ୍ରାଥମିକ ସ୍କୁଲ ମଧ୍ୟ ରୂପାନ୍ତରିକରଣ ଯୋଜନାରେ ସାମିଲ କରି ତା ପାଇଁ ବଜେଟ ବ୍ୟବସ୍ଥା କରି କାର୍ଯ୍ୟକ୍ରମ ତ୍ୱରିତ ଭିତ୍ତିରେ କରିବାକୁ ମହାସଂଘ ଦାବୀ ଜଣାଇଛି l ସରକାର ମେଡିକାଲ ଓ ଇଞ୍ଜିନିଅରିଂ ରେ 15% ସିଟ ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ ପାଇଁ ବ୍ୟବସ୍ଥା ସ୍ୱାଗତଯୋଗ୍ୟ l ହେଲେ ଆମକୁ ପିଲାଙ୍କୁ ମଧ୍ୟ ଅତ୍ୟାଧୁନିକ ଓ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ କରିବା ନିତ୍ୟାନ୍ତ ଆବଶ୍ୟକ ତାହେଲେ ଆମ ପିଲା ମଧ୍ୟ ସର୍ବଭାରତୀୟ ସ୍ତରରେ ସମକକ୍ଷ ସହ ପ୍ରତିଯୋଗିତା କରି ପାରିବେ l

Leave A Comment

All fields marked with an asterisk (*) are required