Search for:
  • Home/
  • ରାଜ୍ୟ/
  • ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ବିକାଶ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ଘୋଷଣା

ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ବିକାଶ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ଘୋଷଣା

Spread the love

Loading

 

ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ବିକାଶ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ଘୋଷଣା କରିବା ନିଶ୍ଚିତ ଭାବେ ଏକ ଐତିହାସିକ ନିଷ୍ପତି :- ଛାତ୍ର ବିଜେଡି ରାଜ୍ୟ ସଭାପତି

+୩ ଏବଂ ପିଜି ଛାତ୍ରଛାତ୍ରୀଙ୍କ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କଲା ଛାତ୍ର ବିଜେଡ଼ି।

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ +୩ ଏବଂ ପିଜି ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ରାଜ୍ୟର ଶିକ୍ଷାକୁ ଅଗ୍ରାଧିକାର ଦିଆଯାଉଥିବାରୁ ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଗଲା।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଧନ କ୍ରମେ ରାଜ୍ୟର ସମସ୍ତ ଛାତ୍ରଛତ୍ରୀମାନଙ୍କ ନିମନ୍ତେ ନୂଆ ଓ ଛାତ୍ରବୃତ୍ତି ଯୋଜନାକୁ ଅନୂମୋଧନ କରାଯାଇଛି। ଏଥି ନିମନ୍ତେ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପଣ୍ଡିଆନ ସୂଚନା ଦେଇଥିଲେ।ଏହି ପରିପେଖିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଉତ୍ସାହିତ ମନୋଭାବ ପରିଲକ୍ଷିତ ହୋଇଛି। ଏହି ଅବସରରେ ଛାତ୍ର ବିଜେଡି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି।
ଏହି ନୂଆ ଓ ଛାତ୍ରବୃତ୍ତି ଯୋଜନାରେ ଓଡ଼ିଶା ସରକାରଙ୍କସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଛାତ୍ରମାନଙ୍କୁ ୯ହଜାର ଟଙ୍କା ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଏସସି/ଏସଟି ତଥା ନିର୍ମାଣ ଶ୍ରମିକ ମାନଙ୍କ ଛାତ୍ର ମାନଙ୍କୁ ୧୦ ହଜାର ଏବଂ ଛାତ୍ରୀମାନଙ୍କୁ ୧୧ ହଜାର ଟଙ୍କା ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଛି।

ଏହି ପରିପ୍ରେକ୍ଷୀରେ ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ମନ୍ତବ୍ୟରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାକ୍ଷେତ୍ରରେ ବିକାଶ ସହ ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ବିକାଶ ଉଦ୍ଦେଶ୍ୟରେ ନୁଆ ଓ ଛାତ୍ରବୃତ୍ତି ଯୋଜନା ଏକ ସ୍ଵତନ୍ତ୍ର ଏବଂ ଐତିହାସିକ ନିଷ୍ପତି।ସମଗ୍ର ଛାତ୍ର ସମାଜ ଏହି ଯୋଜନା ନିମନ୍ତେ ଖୁସି ବ୍ୟକ୍ତ କରିଛନ୍ତି ।ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପ୍ରତି ଅଗ୍ରାଧିକାର ଦେବା ଘୋଷଣା କୁ ଜଣେ ଛାତ୍ର ସମାଜକୁ ପ୍ରତିନିଧିତ୍ଵ କରୁଥିବା ହେତୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି । ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରର ବିକାଶକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ପ୍ରୋତ୍ସାହିତ ହେବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ଓ ଛାତ୍ରବୃତ୍ତି ଯୋଜନା ଭଳି ବଳିଷ୍ଠ ପଦକ୍ଷେପକୁ ନେ଼ଇ ରାଜ୍ୟର ସମସ୍ତ ଛାତ୍ର ସମାଜକୁ ଅଭିମନ୍ତ୍ରିତ କରିବା ଏହା ପ୍ରତେକ ଛାତ୍ର ବିଜେଡ଼ି କର୍ମକର୍ତ୍ତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି। ନୂଆ ଓ ଛାତ୍ରବୃତି ମାଧ୍ୟମରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଥିବାରୁ ଛାତ୍ର ବିଜେଡ଼ି ପକ୍ଷରୁ ସ୍ଵାଗତ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

 

Leave A Comment

All fields marked with an asterisk (*) are required