Search for:
  • Home/
  • ରାଜ୍ୟ/
  • ସମାରୋହରେ ଜ୍ୟୋମ୍ଭାମୟୀ ସେନାପତିଙ୍କୁ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ ମାନସୀ ରାଉତରାୟ ହେଲେ ସହ-ଶ୍ରେଷ୍ଠ ଓଡ଼ିଆଣୀ

ସମାରୋହରେ ଜ୍ୟୋମ୍ଭାମୟୀ ସେନାପତିଙ୍କୁ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ ମାନସୀ ରାଉତରାୟ ହେଲେ ସହ-ଶ୍ରେଷ୍ଠ ଓଡ଼ିଆଣୀ

Spread the love

Loading

ଜ୍ୟୋମ୍ଭାମୟୀ ସେନାପତିଙ୍କୁ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ ମାନସୀ ରାଉତରାୟ ହେଲେ -ଶ୍ରେଷ୍ଠ ଓଡ଼ିଆଣୀ

ଭୁବନେଶ୍ବର ତା୨୭/୦୪-ପ୍ରଥା,ପରମ୍ପରା ଓ ଚଜଣାଇ ପୁନଃ ଅଭ୍ୟାସ କରିଆରେ ଓଡ଼ିଆ ସାଲିମାନ ଅସ୍ଥିକ ଅସ୍ତିତା ଓ ପରିଚୟକୁ ଅନୁଭବ କରିବା ପାଇଁ ଏକ ଅନନ୍ୟ ଆନ୍ଦୋଳନ ହେଉଛି ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋସିନା ଓ ଓଡ଼ିଆ ମହୋସବ । ୧୨ଗୋଟି ପର୍ଯ୍ୟାୟରେ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆଜି ଥିଲା ପଟଣା ଅବସାନର ମୁହୂର୍ଶ । ସମସ୍ତ ଜଳ୍ପନା ଜଳ୍ପନା ଓ ଉତ୍କଣ୍ଠାର ଅବସାନ ପୂର୍ବକ ଶ୍ରୀମତୀ ଜ୍ୟୋସ୍ବାମୟୀ ମେନାପତି ୨୦୨୪ର ଶ୍ରେଷ୍ଠ ଓଡ଼ିଆଣୀ ସ୍ଥାନ ଅଳଙ୍କୃତ କରିବା ବିଷୟ ଘୋଷିତ ହୋଇଥିବା ବେଳେ ସହ-ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଶ୍ରୀମତୀ ମାନସୀ ରାଉତରାୟଙ୍କ ନାମ ଘୋଷଣା ପରେ ଚଳଚଞ୍ଚଳ ହୋଇଯାଇଥଲା ସମଗ୍ର ପରିବେଶ ।

ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ସମ୍ବର୍ଜନା ଉସ୍ତବ ଓ ଓଡ଼ିଆ ସାଭିମାନ ସମାରୋହରେ ପ୍ରମୁଖ ଅତିଥ ଭାବେ ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ତ୍ରିପୁରା ମିଶ୍ର,ବିଶିଷ୍ଟ ସାହିତ୍ୟିକ ଓ ମଧୁ ଗବେଷଳ ଦାଶ ବେନଦୂର, ସମାଜସେବୀ କସ୍ତୁରିକା ପଟ୍ଟନାୟକ ଏବଂ ୨୦୨୩ର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସ୍ମରଣୀୟ ଜୟନ୍ତୀଲ ପୂର୍ବ ସଂଧ୍ୟାରେ ସଂଭାବନା ପକ୍ଷରୁ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ପରିଚାଳନା ଟ୍ରଷ୍ଟି ତଥା ସଂପାଦରେ ଦେବ ପ୍ରସାଦ ପରିଜା କହିଥିଲେ, ଓଡ଼ିଶାର ଭୂଗୋଳକୁ ରାଜନୈତିକ ମାନଚିତ୍ରରେ ପରିଣତ କରି ପ୍ରଥମ ସତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ରୂପକାର ଓଡ଼ିଆ ଜାତିର ଅସ୍ତିତା ଓ ପରିଚୟର ପୁନଃସ୍ଥାପଳ ହେଉଛନ୍ତି, ମଧୁବାବୁ ।

ସଂଭାବନାଲ ଟ୍ରଷ୍ଟି ସ୍ମୃତି ମହାନ୍ତି ଏହି ପ୍ରତିଯୋଗିତାରେ ପ୍ରଥମ ଶ୍ରେଷ୍ଠ ଦଶ ସ୍ଥାନ ଅଧିକାର କରିଥିବା ଓଡ଼ିଆଣୀ ଭାବେ ଶ୍ରୀମତୀ ସବିତା ତ୍ରିପାଠୀ, ବିଜୟଲକ୍ଷ୍ମୀ ଖଟୁଆ, ପଦ୍ମାଳୟା ଶତପଥ, ତ.ନିବେଦିତା ମହାନ୍ତି ବେବିରାଣୀ ସାହ, ଜ୍ୟୋସ୍ମାରାଣୀ ପାତ୍ର ମଧୁସ୍ମିତା ଶା. ସୌଦାମିନୀ ମହାନ୍ତି ପ୍ରମୁଖଙ୍କ ନାମ ଘୋଷଣା କରିଥିଲେ । ଝୋଟି, ପିଠା.. ଶଙ୍ଖ ଫୁଙ୍କା, ଢଗ ଢମାଳି, ପାରମ୍ପରିକ ସଂଗୀତ, ପାନଭଙ୍ଗା, ପୁରାଣ ଆବୃତ୍ତି, ପୁରୁକ, ହୁଳହୁଳି, ଓଡ଼ିଆ ଭାଷାଜ୍ଞାନ,ଦଳଗତ ଆଲୋଚନା ଓ ଓଡ଼ିଆଣୀ ବେଶଭୂଷା ଆଦି ପ୍ରତିଯୋଗିତାରେ ପ୍ରଥମ ୩ସ୍ଥାନରେ ଥିବା ୨୯ଜଣ କୃତୀ ଓଡ଼ିଆଣୀଙ୍କୁ ମଧ୍ୟ ସ୍ମାରକୀ ପ୍ରଦାନ କରି ସମ୍ବଳିତ କରାଯାଇଥିଲା । ମୁଖ୍ୟ ଅତିଥ ନାମ ଘୋଷଣା କରିବା ପରେ ୨୦୨୩ର ଶ୍ରେଷ୍ଠ ଓଡ଼ିଆଣୀ ସୌଭାଗ୍ୟଲକ୍ଷ୍ମୀ ମହାନ୍ତି ୨୦୨୪ର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଶ୍ରୀମତୀ ଶ୍ରୀମତୀ ଜ୍ୟୋମ୍ଭାମୟୀ ସେନାପତିଙ୍କୁ ରୂପା ତାରକସିର ବୋଇତ, ପୁଷ୍ପଗୁଛ ଓ ଖଣ୍ଡୁଆ ଶାଢୀ ପ୍ରଦାନ କରି ସମ୍ବର୍କିତ କରିଥିବା ବେଳେ ସହ- ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଶ୍ରୀମତୀ ମାନସୀ ରାଉତରାୟ ମଧ୍ୟ ରୂପା ତାରକସିର କୋଣାର୍କ ଚକ୍ର ଓ ଖଣ୍ଡୁଆ ଶାଢୀ ସହ ସମ୍ବର୍କିତ ହୋଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି । ଏହି ଅବସରରେ ପରଲୋକଗତ ପ୍ରାକ୍ତନ ସାଂସଦ ନରେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଠିତ ନରେନ୍ଦ୍ର ପ୍ରଧାନ ଫାଉଣ୍ଡେସନ୍ ପକ୍ଷରୁ ତାଙ୍କର ସୁପୁତ୍ର ପିଙ୍କାଶ ପ୍ରଧାନଙ୍କ ଉପସ୍ଥିତିରେ ଶ୍ରେଷ୍ଠ ଓଡ଼ିଆଣୀଙ୍କୁ ପଚିଶ ହଜାର ଟଙ୍କା ଓ ସହ ଶ୍ରେଷ୍ଠ ଓଡ଼ିଆଣୀଙ୍କୁ ପନ୍ଦର ହଜାର ଟଙ୍କାର ଉପହାର ରାଶି ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ହୁଳହୁଳି, ପୁରାଣ ଆବୃତ୍ତ ପାମ୍ପରିକ ସଂଗୀତ ଓ ଓଡ଼ିଆଣୀ ବେଶଭୂଷା ଆଦିର ଝଲକ ପ୍ରଦର୍ଶନରେ ମୋହିତ ଦର୍ଶକବୃନ୍ଦ ଆମର ଗୌରବମୟ ପରମ୍ପରାକୁ ମନେ ପକାଇଥଲେ । ନିହାରିକା ନିଶ୍ର ସଂଗୀତ ପରିବେଷଣ କରିଥିବା ବେଳେ ଓଡ଼ିଶୀ ନୃତ୍ୟ ପଋଷି ଥିଲେ ଶ୍ରଦ୍ଧା ସୁମନ ରଥ ।ସଂଭାବନାର ସଦସ୍ୟ। ରାଜଶ୍ରୀ ଶତପଥ ରେଖା ସାହ,ସୌଦାମିନୀ ସାମଲ,ରଶ୍ମି ସାହ,ସତ୍ୟବ୍ରତ ମହାପାତ୍ର ପ୍ରଫୁଲ୍ଲ ଡେ ଓ ଅଭିରାମ ସାହ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀମାନେ ଉପସ୍ଥିତ ଥିଲେ ।

 

Leave A Comment

All fields marked with an asterisk (*) are required