Search for:
  • Home/
  • ରାଜ୍ୟ/
  • ଶବର ସାଥି ରୋହିତଙ୍କ ମୃତଶରୀରକୁ ଜନ୍ମମାଟିକୁ ସ୍ଥାନାନ୍ତର କଲା ଓଡ଼ିଶା-ମୋ ପରିବାର

ଶବର ସାଥି ରୋହିତଙ୍କ ମୃତଶରୀରକୁ ଜନ୍ମମାଟିକୁ ସ୍ଥାନାନ୍ତର କଲା ଓଡ଼ିଶା-ମୋ ପରିବାର

Spread the love

Loading

ଶବର ସାଥି ରୋହିତଙ୍କ ମୃତଶରୀରକୁ ଜନ୍ମମାଟିକୁ ସ୍ଥାନାନ୍ତର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର:କୋଭିଡ଼ ମହାମାରୀରେ ଶବର ସାଥି ସାଜିଥିଲେ ରୋହିତ, ଆଜି ସେ ନିଜେ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ସହକର୍ମୀମାନେ । ସମସ୍ତଙ୍କୁ ସାହାଯ୍ୟ କରୁଥିବା ଏହି ରୋହିତଙ୍କ ଶେଷକୃତ୍ୟ ସସମ୍ମାନେ ସମ୍ପନ୍ନ କଲା ଓଡ଼ିଶା-ମୋ ପରିବାର ।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳର ବାସିନ୍ଦା ରୋହିତ ନାୟକ(୪୮ବର୍ଷ) ଭୁବନେଶ୍ଵରସ୍ଥିତ ସତ୍ୟନଗର ଶ୍ମଶାନରେ ରହି ଶବ ପୋଡ଼ୁଥିଲେ । କୋଭିଡ଼ ମହାମାରୀ ସମୟରେ, ବିଦ୍ୟୁତ ଚୁଲ୍ଲାରେ ସେ ଅନେକ ଶବ ସତ୍କାର କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ମନରେ ସେ ଗୋଟିଏ ଜାଗା ତିଆରି କରି ନେଇଥିଲେ ଯେପରି । ତାଙ୍କ ଗାଁ ସାରୁଅ ନାଁ’ରେ ଖୁବ୍ ପରିଚିତ ଥିଲେ ସେ । ହଠାତ୍, ମଧୁମେହ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଗଲେ ରୋହିତ ଏବଂ ଦୁର୍ଭାଗ୍ୟବଶତଃ, ଗତକାଲି ଶେଷ ନିଃଶ୍ଵାସ ତ୍ୟାଗ କଲେ । ପରିବାର କହିଲେ ତାଙ୍କ ପତ୍ନୀ ଏବଂ ଦୁଇ ପୁଅ ଓ ବୋହୁ । ତାଙ୍କ ମୃତ୍ୟୁରେ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ ଶବ ସତ୍କାର କରିବା ପାଇଁ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କର ସହାୟତା ଲୋଡ଼ିଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଶ୍ରୀ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀରକୁ ଜନ୍ମମାଟି ସାରୁଅକୁ ସ୍ଥାନାନ୍ତର କରି ରୋହିତଙ୍କ ମୃତଶରୀରକୁ ସସମ୍ମାନେ ସତ୍କାର କରାଇଥିଲେ । ଶେଷରେ, ଅଞ୍ଚଳବାସୀ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ରୋହିତଙ୍କ ଶବ ସ୍ଥାନାନ୍ତର ହୋଇଥିଲା ଏବଂ ଏହି ସମୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ସମେତ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଓଡ଼ିଶା-ମୋ ପରିବାରର ସ୍ଵେଚ୍ଛାସେବୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required