Search for:
  • Home/
  • ରାଜ୍ୟ/
  • ବିଭିନ୍ନ ମେଡିକାଲରେ ଏବେ ରକ୍ତର ଅଭାବ ରୁଦ୍ର ସାମନ୍ତରାୟ ସହଯୋଗ କରେ।

ବିଭିନ୍ନ ମେଡିକାଲରେ ଏବେ ରକ୍ତର ଅଭାବ ରୁଦ୍ର ସାମନ୍ତରାୟ ସହଯୋଗ କରେ।

Spread the love

Loading

ଭୁବନେଶ୍ୱର:ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଏବେ ରକ୍ତର ଅଭାବ ଦେଖାଯାଉଛି। ପରିସ୍ଥିତିର ଭୟାବହତାକୁ ବୁଝି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, କ୍ୟାପିଟାଲ ହସ୍ପିଟାଲ ବ୍ଳଡ଼ ବ୍ୟାଙ୍କ ଠାରେ ପାଞ୍ଚଦିନ ବ୍ୟାପି ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଏହା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଶିବିରର ପ୍ରଥମ ଦିନରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ୬୦ ୟୁନିଟ ରକ୍ତ ସଂଗ୍ରହ ହେବାର ଲକ୍ଷ୍ୟ ଅଛି। ଯାହା ନିଶ୍ଚୟ କିଛି ରୋଗୀଙ୍କୁ ଜୀବନଦାନ କରିବାରେ ସହାୟକ ହେବ ବୋଲି ବିଶ୍ବାସ।

ସେହିପରି ଭୁବନେଶ୍ଵରର କଲ୍ୟାଣୀ କୃଷ୍ଣ ନଗର, ନୂଆସାହି ନୟାପଲ୍ଲି ଅଞ୍ଚଳରେ ବାସ କରୁଥିବା ମଞ୍ଜୁ ବେହେରା ଯିଏକି ଅନ୍ୟ ମାନଙ୍କ ଘରେ କାମ କରି ନିଜର ପରିବାର ପୋଷଣ କରୁଥିବା ବେଳେ ନିଜର ଦୁଇ ପୁଅଙ୍କୁ ସେ ଏକାକୀ ଚଳାଉଥିଲେ । ତାଙ୍କର ୧୪ ବର୍ଷିୟ ବଡ଼ପୁଅ ଶ୍ରୀକାନ୍ତ ବେହେରା (ମଣ୍ଟୁ) ପୂର୍ବରୁ କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ନିୟମିତ ଭାବେ ଡାୟାଲିସିସ କରାଉଥିଲେ। ଆଜି ଖେଳୁଥିବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିବା ହେତୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ କିଡନୀ ଅଚଳ ହୋଇଥିବା ହେତୁ ତାଙ୍କର ଦେହାନ୍ତ ହୋଇଛି ବୋଲି ଡାକ୍ତର ଘୋଷଣା କରିଥିଲେ। ଏପରି ଦୁଃଖଦ ସମୟରେ ତାଙ୍କର ପରିବାରର ଅସହାୟତାକୁ ଅନୁଭବ କରି ନୂଆସାହି ଅଞ୍ଚଳର ନୀଳାଚଳ, ଶିଶୁଟିର ଅନ୍ତିମ ସଂସ୍କାର ନିମନ୍ତେ ସାହାଯ୍ୟ ଯୋଗାଇଦେବା ପାଇଁ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇଥିଲେ। ଘଟଣାକୁ ହୃଦୟଙ୍ଗମ କରି ଶ୍ରୀ ସାମନ୍ତରାୟ ସଙ୍ଗେ ସଙ୍ଗେ ଜୟ ଓଡ଼ିଶାର ଶେଷସାଥୀ ସ୍ଵର୍ଗରଥ ଦ୍ଵାରା ମଣ୍ଟୁର ମୃତ ଶରୀରକୁ ସତ୍ୟନଗର ଶ୍ମଶାନକୁ ସ୍ଥାନାନ୍ତର କରାଇଥିଲେ ଓ ନିଜେ ଉପସ୍ଥିତ ରହି ଅନ୍ତିମ ସତ୍କାର କାର୍ଯ୍ୟ ତଦାରଖ କରିଥିଲେ। ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ଭବିଷ୍ୟତରେ ସବୁପ୍ରକାର ସାହାଯ୍ଯ ଯୋଗାଇଦେବେ ବୋଲି କହିଥିଲେ।

ଆଗାମୀ ନିର୍ବାଚନ ନିମନ୍ତେ ସମସ୍ତେ ବ୍ୟସ୍ତ ଥିବା ବେଳେ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ନିଜର ନିର୍ବାଚନୀ କାର୍ଯ୍ୟ ସହିତ ସମାଜସେବା କାର୍ଯ୍ୟ ଜାରିରଖିଛନ୍ତି ଯାହା ସମାଜ ପ୍ରତି ଓ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଥିବା ଅସୀମ ଭଲପାଇବାକୁ ଦର୍ଶାଉଛି। ତାଙ୍କର ମାନବିକତାକୁ ବୁଦ୍ଧିଜିବୀ ମହଲରେ ସମସ୍ତେ ଭୂରି ପ୍ରସଂଶା କରିଛନ୍ତି।

Leave A Comment

All fields marked with an asterisk (*) are required